Advertisment

କେଜ୍ରିଓ୍ୱାଲଙ୍କୁ ହତ୍ୟା ଧମକ, ସିସିଟିଭିରେ ଧରାପଡିଲା ଅଭିଯୁକ୍ତ

ମେ' ୧୯ ତାରିଖରେ ମେଟ୍ରୋ ଷ୍ଟେସନରେ କେଜ୍ରିୱାଲଙ୍କ ବିରୋଧରେ ଇଂରାଜୀରେ ଏକ ଧମକପୂର୍ଣ୍ଣ ମେସେଜ ଲେଖାଯାଇଥିଲା। ଏଥିରେ ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
threatening-message-to-arvind-kejriwal

threatening-message-to-arvind-kejriwal

ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପାଇଁ ମେଟ୍ରୋରେ ଧମକପୂର୍ଣ୍ଣ ମେସେଜ ଲେଖାଯାଇଥିଲା। ଏଥିରେ ତାଙ୍କୁ ହତ୍ୟା କରାଯିବାକୁ ନେଇ ଉଲ୍ଲେଖ ଥିଲା। ଏହି ଧମକପୂର୍ଣ୍ଣ ମେସେଜ ଲେଖିଥିବା ବ୍ୟକ୍ତି ଏବେ ଧରାପଡିଛି। ସିସିଟିଭିରେ ଠାବ ହୋଇଛି ଅଭିଯୁକ୍ତ।

Advertisment

ସୂଚନା ମୁତାବକ, ଅଭିଯୁକତ ଜଣକ ବରେଲିର ବାସିନ୍ଦା। ସିସିଟିଭିରେ ସେ ଧମକପୂର୍ଣ୍ଣ ମେସେଜ ଲେଖୁଥିବା ଧରାପଡିବା ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଅଙ୍କିତ ଗୋଏଲ୍‌ ବୋଲି ପରିଚୟ ମିଳିଛି। ସେ ଉଚ୍ଚଶିକ୍ଷିତ ହେବା ସହ ଏକ ନାମୀଦାମୀ ବ୍ୟାଙ୍କରେ କାମ କରନ୍ତି। ଅଭିଯୁକ୍ତ ଜଣକ କୌଣସି ରାଜନୈତିକ ଦଳ ସହ ଜଡିତ ନୁହଁନ୍ତି। ତେବେ ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ପୁଲିସ କହିଛି। ଡାକ୍ତରୀ ପରୀକ୍ଷା ପରେ ଏହା ସ୍ପଷ୍ଟ ହେବ।

କହିରଖୁ ଯେ, ମେ' ୧୯ ତାରିଖରେ ପଟେଲ ନାଗର ଏବଂ ରାଜୀବ ଚୌକ୍‌ ମେଟ୍ରୋ ଷ୍ଟେସନରେ କେଜ୍ରିୱାଲଙ୍କ ବିରୋଧରେ ଇଂରାଜୀରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଥିଲା। ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଏବଂ ପିଏମଓଙ୍କୁ ଦାୟୀ କରିଥିଲା। ଏହାକୁ ନେଇ ଆପ୍‌ ଏକ ଟୁଇଟ୍ ମଧ୍ୟ କରିଥିଲା। ଏହାପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Advertisment

ପୁଲିସ ପଟେଲ ନଗର ଓ ରାଜୀବ ଚୌକ ମେଟ୍ରୋ ଷ୍ଟେସନର ସିସିଟିଭି ଯାଞ୍ଚ କରିବା ପରେ ଅମିତ ଗୋଏଲ୍‌ ହିଁ କେଜ୍ରିଓ୍ୱାଲଙ୍କ ବିରୋଧରେ ଧମକପୂର୍ଣ୍ଣ ମେସେଜ ଲେଖିଥିବା ଖୁଲାସା ହୋଇଛି। କେବଳ ସେତିକି ନୁହେଁ ଅଭିଯୁକ୍ତ ଜଣକ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ମେଟ୍ରୋ ଷ୍ଟେସନରେ ଲେଖିଥିବା ଧମକପୂର୍ଣ୍ଣ ମେସେଜର ଫଟୋ ସେୟାର କରିଛି। ଦିଲ୍ଲୀ ପୁଲିସ ମେଟ୍ରୋ ୟୁନିଟ୍‌ ଏଫ୍‌ଆଇଆର୍‌ ରୁଜୁ କରି ପୂରା ମାମଲାର ତଦନ୍ତ ଜାରି ରଖିଛି।

Arvind Kejriwal Delhi Metro Threatning Message For Kejriwal