Advertisment

ଚୋରି କରିଥିବା ସନ୍ଦେହରେ ମ୍ୟାନେଜରଙ୍କୁ ପିଟି ପିଟି ମାରି ଦେଲେ

ମ୍ୟାନେଜର ଶିବମ ଜୋହରି ଆଉ ମାସେ ପରେ ବିବାହ କରିଥା’ନ୍ତେ।

ଅଦ୍ୟତନ ହୋଇଛି
Dead Body

Dead Body

Advertisment

ଉତ୍ତର ପ୍ରଦେଶର ଶାହଜହାନପୁରରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଏକ ସରକାରୀ ଡାକ୍ତରଖାନା ବାହାରେ ଫୋପାଡ଼ି ଦିଆଯାଇଥିଲା।

Advertisment

ମୃତ ବ୍ୟକ୍ତିଙ୍କ ନାଁ ଶିବମ ଜୋହରି (୩୨)। ସେ ବଙ୍କିମ ସୁରୀ ନାମକ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ପାଖରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଶିବମ ୭ ବର୍ଷ ହେଲା ତାଙ୍କ ପାଖରେ କାମ କରୁଥିଲେ।

ନିକଟରେ ‘କହ୍ନେୟା ହୌଜରୀ’ ନାମକ ଏକ ବ୍ୟାବସାୟିକ ସଂସ୍ଥାର କିଛି ପ୍ୟାକେଟ୍ ଚୋରି ହୋଇଯାଇଥିଲା। ଉକ୍ତ ପ୍ୟାକେଟ ଗୁଡ଼ିକ ଶିମବଙ୍କ ଟ୍ରାନ୍ସପୋର୍ଟ କମ୍ପାନୀ ମାଧ୍ୟମରେ ଆସିଥିଲା। ଏଥିପାଇଁ ଏହି ସଂସ୍ଥାର ମାଲିକ ନୀରଜ ଗୁପ୍ତା ସିଧାସଳଖ ଶିବମ ଜୋହରିଙ୍କୁ ଦାୟୀ କରିଥିଲେ।

Advertisment

ଶିବମଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଜିନିଷ ଚୋରି ଘଟଣାରେ ‘କହ୍ନେୟା ହୌଜରୀ’ର ମାଲିକ ନୀରଜ ଗୁପ୍ତା ମଙ୍ଗଳବାର ଅପରାହ୍ଣରେ ଶିବମଙ୍କୁ ତାଙ୍କ ଗୋଦାମକୁ ଡାକିଥିଲେ। ସେଠାରେ ଚୋରି କରିଥିବା କଥା ମାନି ଯିବାକୁ ସେ ଶିବମଙ୍କୁ ଧମକ ଦେଇଥିଲେ। କିନ୍ତୁ ଶିବମ ଚୋରି କରି ନାହାନ୍ତି ବୋଲି କହିଥିଲେ। ଏହା ପରେ ତାଙ୍କୁ ନୀରଜ ଗୁପ୍ତା ଓ ତାଙ୍କ କର୍ମଚାରୀମାନେ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ଲୁହା ରଡ୍‌ରେ ପିଟିଥିଲେ। ଏମିତିକି ଇଲେକ୍ଟ୍ରିକ୍ ଶକ୍ ବି ଦେଇଥିଲେ। ଶିବମଙ୍କୁ ଏତେ ଜୋରରେ ମାଡ଼ ମରାଯାଇଥିଲା ଯେ ତାଙ୍କ ଦେହ ସାରା କଳାଦାଗ ପଡ଼ିଯାଇଥିଲା। ପରେ ତାଙ୍କ ମୃତଦେହକୁ ସରକାରୀ ଡାକ୍ତରଖାନା ସମ୍ମୁଖରେ ଫୋପାଡ଼ି ଦିଆଯାଇଥିଲା।

ଏହି ମାମଲାରେ ୭ ଜଣ ଅଭିଯୁକ୍ତ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଟ୍ରନ୍ସପୋର୍ଟ କମ୍ପାନୀର ମାଲିକ ବଙ୍କିମ ସୁରୀ ଓ ‘କହ୍ନେୟା ହୌଜରୀ’ର ମାଲିକ ନୀରଜ ଗୁପ୍ତା। ବାକିମାନେ ନୀରଜ ଗୁପ୍ତାର କର୍ମଚାରୀ ବୋଲି ଜଣାପଡ଼ିଛି।

ଚୋରି ସନ୍ଦେହରେ ବଙ୍କିମ ସୁରୀଙ୍କ ଟ୍ରାନ୍ସପୋର୍ଟ କମ୍ପାନୀର ଆଉ କିଛି କର୍ମଚାରୀଙ୍କୁ ମଧ୍ୟ ନୀରଜ ଗୁପ୍ତା ଓ ତାଙ୍କ କର୍ମଚାରୀମାନେ ଧମକ ଚମକ ଦେବା ସହିତ ମାଡ଼ ମାରିଥିଲେ। ଶିବମଙ୍କୁ ବାନ୍ଧି ମାଡ଼ ମରାଯାଉଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ତାଙ୍କ ପରିବାର ଲୋକେ ଏହି ଘଟଣାରେ ନ୍ୟାୟ ଦାବି କରିଛନ୍ତି।

Crime Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe