Advertisment

ଆଉ ଜଣେ ଅତୁଲ! ଝୁଲି ପଡ଼ିଲେ TCS ମ୍ୟାନେଜର

ଫେବୃଆରୀ ୨୪ ସେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପୂର୍ବ ୧ ମିନିଟ ୫୭ ସେକେଣ୍ଡର ଗୋଟିଏ ଭିଡିଓ ରେକର୍ଡିଂ କରିଛନ୍ତି। ଏଥିରେ ସେ ବାହାଘର କେମିତି ତାଙ୍କ ଜୀବନକୁ ବରବାଦ କରି ଦେଇଛି, ସେକଥା ଉଲ୍ଲେଖ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
TCS

TCS

ବେଙ୍ଗାଲୁରୁରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ ଏକଦା କାର୍ଯ୍ୟ କରୁଥିବା ଅତୁଲ ସୁଭାଷଙ୍କୁ ସମ୍ଭବତଃ ସମସ୍ତେ ମନେ ରଖିଥିବେ। କାରଣ ସେ ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କ ନିର୍ଯାତନା ସହି ନ ପାରି ଜୀବନ ହାରିଥିଲେ। ଜୀବନ ହାରିବା ପୂର୍ବରୁ ସେ ଭିଡିଓ ଓ ଚିଠି ଲେଖି ତାଙ୍କୁ ପତ୍ନୀ କେମିତି ନିର୍ଯାତନା ଦେଉଛନ୍ତି, ସେ ବିଷୟରେ ପୂରା ଦେଶକୁ ଜଣାଇଥିଲେ। ଏବେ ସେଭଳି ଆଉ ଏକ ଘଟଣା ଘଟିଛି। ମୁମ୍ବାଇ ଟିସିଏସର ମ୍ୟାନେଜର ଭାବେ କାମ କରୁଥିବା ୨୫ ବର୍ଷୀୟ ମାନବ ଶର୍ମା ତାଙ୍କ ପତ୍ନୀଙ୍କ ପାଇଁ ଆତ୍ମହତ୍ୟା କରିଛନ୍ତି। ପତ୍ନୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ସେ ଆଗ୍ରା ଠାରେ ବେକରେ କପଡ଼ା ବାନ୍ଧି ଝୁଲି ପଡ଼ିଛନ୍ତି।

Advertisment

ଫେବୃଆରୀ ୨୪ ସେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପୂର୍ବ ୬ ମିନିଟ ୫୭ ସେକେଣ୍ଡର ଗୋଟିଏ ଭିଡିଓ ରେକର୍ଡିଂ କରିଛନ୍ତି। ଏଥିରେ ସେ ବାହାଘର କେମିତି ତାଙ୍କ ଜୀବନକୁ ବରବାଦ କରି ଦେଇଛି, ସେକଥା ଉଲ୍ଲେଖ କରିଛନ୍ତି। ଭିଡିଓରେ ମାନବ ନିଜର ବାପା ମା’ଙ୍କୁ କ୍ଷମା ମାଗିଛନ୍ତି ଓ ପୁରୁଷମାନେ ଭୋଗୁଥିବା କଷ୍ଟ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, “ଦୟା କରି କେହି ପୁରୁଷମାନଙ୍କ ସଂଘର୍ଷ ସମ୍ପର୍କରେ ମୁହଁ ଖୋଲନ୍ତୁ। ସେମାନେ ଅତ୍ୟନ୍ତ ଏକାଟୁଆ ହୋଇଗଲେଣି।” ଡିଫେନ୍ସ କଲୋନୀରେ ରହୁଥିବା ମାନବ ମୁମ୍ବାଇରେ କାମ କରନ୍ତି। ତାଙ୍କ ବାପା ନରେନ୍ଦ୍ର ଶର୍ମା ଜଣେ ଅବସରପ୍ରାପ୍ତ ବାୟୁ ସେନା ଅଧିକାରୀ। ମାନବଙ୍କ ବାହାଘର ୨୦୨୪ ଜାନୁଆରୀ ୩୦ରେ ହୋଇଥିଲା।

ବାହାଘର ପରେ ସବୁ କିଛି ଠିକ ଠାକ ଚାଲିଥିଲା। କିନ୍ତୁ ସମୟ ବିତିବା ସହ ପତ୍ନୀ ତାଙ୍କ ନଖରାମୀ ଦେଖାଇବା ଆରମ୍ଭ କରିଥିଲେ। ବାହାଘର ପୂର୍ବରୁ ସେ ଜଣଙ୍କୁ ପ୍ରେମ କରୁଥିଲେ। ବାହାଘର ପରେ ମଧ୍ୟ ସେ ତାଙ୍କ ପ୍ରେମିକ ସହ କଥା ହେଉଥିଲେ। ବାହାଘରର କିଛି ମାସ ପରେ ସେ ସ୍ୱାମୀଙ୍କ ନାଁରେ ମିଛ ଅଭିଯୋଗ ଆଣି ଧମକଚମକ ଦେବା ଆରମ୍ଭ କରିଥିଲେ। ସେ ପରୋକ୍ଷରେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ରହିବାକୁ ଆଗ୍ରହ ଦେଖାଇଥିଲେ। ଏହାକୁ ନେଇ ମାନବ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରେ ଲାଗିଥିଲେ। ପତ୍ନୀ ସବୁବେଳେ ତାଙ୍କୁ ମିଛ କେସର ଧମକ ଦେଉଥିବାରୁ ମାନବ କେବଳ ନୀରବତା ଅବଲମ୍ବନ କରି ଚାଲିଥିଲେ।

Advertisment

ଫେବୃଆରୀ ୨୩ରେ ମାନବ ଓ ତାଙ୍କ ପତ୍ନୀ ନିକିତା ଶର୍ମା ମୁମ୍ବାଇରୁ ଆସିଥିଲେ। ପରବର୍ତ୍ତୀ ସମୟରେ ମାନବ ତାଙ୍କୁ ତାଙ୍କ ବାପାଙ୍କ ଘରେ ଛାଡ଼ିବାକୁ ଯାଇଥିଲେ। ସେଠାରେ ନିକିତାଙ୍କ ସମ୍ପର୍କରେ ଶାଶୁ ଘର ଲୋକଙ୍କୁ ସବୁ କଥା କହିଥିଲେ। ସେମାନେ ସବୁ କଥା ଶୁଣିବା ପରେ ନିକିତାଙ୍କ ବଦଳରେ ମାନବଙ୍କୁ ଦୋଷ ଦେଇଥିଲେ। ନିକିତାଙ୍କ ଭଳି ସେମାନେ ମଧ୍ୟ ମାନବଙ୍କୁ ଧମକଚମକ ଦେଇଥିଲେ।

ପୂର୍ବରୁ ଚାପରେ ଥିବା ମାନବ ଶାଶୁ ଘର ଲୋକଙ୍କ ଠାରୁ ନିରାଶ ହେବା ପରେ ଫେବୃଆରୀ ୨୪ରେ ଆଗ୍ରା ସ୍ଥିତ ଘରେ ବେକରେ କପଡ଼ା ବାନ୍ଧି ଝୁଲି ପଡ଼ିଥିଲେ। ଜୀବନ ହାରିବା ପୂର୍ବରୁ ମାନବ ଭିଡିଓରେ ସବୁ କଥା କହିଥିଲେ ହେଁ ପୁଲିସ୍‌ ପ୍ରାରମ୍ଭିକ ପର୍ଯ୍ୟାୟରେ କୌଣସି ଅଭିଯୋଗ ପାଇ ନଥିଲା। କିନ୍ତୁ ଗୁରୁବାର ରାତିରେ ମାନବଙ୍କ ପରିବାର ଲୋକ ହ୍ୱାଟସଆପରେ ଅଭିଯୋଗ କରିବାରୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ପୁଲିସ୍ କହିଛି।

ସାମ୍ନାକୁ ଆସିଥିବା ଭିଡିଓରେ ମାନବ କାନ୍ଦିବା ସହ ପୁରୁଷମାନେ ସମାଜରେ ଭୋଗୁଥିବା ଚ୍ୟାଲେଞ୍ଜ ପ୍ରତି ଲୋକମାନେ ଧ୍ୟାନ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।

ସବୁ ଅଭିଯୋଗକୁ ଖଣ୍ଡନ କଲେ ନିକିତା

ମାନବଙ୍କ ପତ୍ନୀ ନିକିତା ଶର୍ମା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ମାନବ ସବୁବେଳେ ମଦ ପିଅନ୍ତି। ମଦ ନିଶାରେ ଝଗଡ଼ା କରିବା ସହ ସେ ଅନେକ ଥର ନିଜକୁ କ୍ଷତି ପହଞ୍ଚାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ସେ ଅନେକ ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବେଳେ ମୁଁ ତାଙ୍କୁ ରକ୍ଷା କରିଥିଲି। ମଦ ପିଇବା ପରେ ସେ ମୋତେ ମାଡ଼ ମାରନ୍ତି। ଏ ସମ୍ପର୍କରେ ମୁଁ ମୋ ଶାଶୁ ଘର ଲୋକଙ୍କୁ ଅନେକ ଥର ଜଣାଇଛି। କିନ୍ତୁ ସେମାନେ ଏହାକୁ ଅଣଦେଖା କରି ଚାଲିଥିଲେ। ସେମାନେ ଘଟଣାକୁ ସ୍ୱାମୀ-ସ୍ତ୍ରୀଙ୍କ ପ୍ରସଙ୍ଗ ବୋଲି କହି ଏହାକୁ ଏଡ଼ାଇ ଯାଆନ୍ତି। ଲୋକମାନେ କେବଳ ଗୋଟିଏ ପକ୍ଷର ଶୁଣିବା ଠିକ ନୁହେଁ।”

Mumbai Suicide Agra Atul Subhash Suicide Case