Advertisment

ଗଧ କ୍ଷୀରରୁ ତିଆରି ସାବୁନ ମହିଳାଙ୍କୁ ସୁନ୍ଦର କରିଥାଏ: ବିଜେପି ସାଂସଦ

ବିଜେପିର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧିଙ୍କ ଗୋଟିଏ ବୟାନ ଏବେ ବେଶ ଭାଇରାଲ ହେବାରେ ଲାଗିଛି।

author-image
Hemant Lenka
undefined

Maneka Gandhi

ବିଜେପିର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧିଙ୍କ ଗୋଟିଏ ବୟାନ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ସେ ଗଧ କ୍ଷୀରରୁ ତିଆରି ହୋଇଥିବା ସାବୁନ ମହିଳାଙ୍କୁ ସୁନ୍ଦର କରିଥାଏ ବୋଲି କହୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ଓ ଶୁଣିବାକୁ ମିଳୁଛି। ଉତ୍ତର ପ୍ରଦେଶର ସୁଲତାନପୁରରେ ଆୟୋଜିତ ଚୌପାଲରେ ସେ କହିଛନ୍ତି, “ଗଧର କ୍ଷୀରରୁ ପ୍ରସ୍ତୁତ ସାବୁନ ସବୁବେଳେ ଜଣେ ମହିଳାଙ୍କୁ ସୁନ୍ଦର କରି ରଖିଥାଏ।” ଇଜିପ୍ଟର ରାଣୀ କ୍ଲେଓପାଟ୍ରା ସବୁବେଳେ ଗଧ କ୍ଷୀରରେ ଗାଧୋଉ ଥିଲେ ବୋଲି ମଧ୍ୟ ସେ ଦାବି କରିଛନ୍ତି। 

Advertisment

ମାନେକା ଗାନ୍ଧି କହିଛନ୍ତି, “କ୍ଲେଓପାଟ୍ରା ଜଣେ ପ୍ରଖ୍ୟାତ ରାଣୀ। ସେ ବହୁତ ସୁନ୍ଦର ଥିଲେ। ତାଙ୍କ ସୁନ୍ଦରତା ପଛରେ ଗଧ କ୍ଷୀର ରହିଥିଲା। ସେ ସବୁବେଳେ ଗଧର କ୍ଷୀରରେ ଗାଧାନ୍ତି। ତେଣୁ ସେ ସବୁବେଳେ ସୁନ୍ଦର ହୋଇ ରହିଥିଲେ। ଗଧର କ୍ଷୀରରେ ତିଆରି ସାବୁନ ଖଣ୍ଡକୁ ଦିଲ୍ଲୀରେ ୫୦୦ ଟଙ୍କାରେ ବିକ୍ରି କରାଯାଉଛି। ଆମେ ଛେଳି କ୍ଷୀର ଓ ଗଧ କ୍ଷୀରରୁ ସାବୁନ ତିଆରି କାମ କାହିଁକି ଆରମ୍ଭ କରିପାରିବା ନାହିଁ?

ସେ ଆହୁରି କହିଛନ୍ତି ଯେ ଲଦାଖରେ ରହୁଥିବା ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକମାନେ ଗଧ କ୍ଷୀରକୁ ବ୍ୟବହାର କରି ସାବୁନ ତିଆରି କରନ୍ତି। ନିଜ କଥାକୁ ଆଗକୁ ନେଇ ସେ କହିଛନ୍ତି, “ଗଧକୁ ଆପଣମାନେ କେବେ ଠାରୁ ଚିହ୍ନଟ କଲେଣି? ଏବେ ଆପଣମାନେ ଦେଖୁଛନ୍ତି ଯେ ସେମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି।

Advertisment

ଲୁଗାପଟା ସଫା କରୁଥିବା ଲୋକମାନେ ମଧ୍ୟ ଗଧର ବ୍ୟବହାର ବନ୍ଦ କରି ଦେଲେଣି। ଲଦାଖରେ ଗୋଟିଏ ସଂପ୍ରଦାୟର ଲୋକ ରହୁଛନ୍ତି। ସେମାନେ ମଧ୍ୟ ଜାଣିବାକୁ ପାଇଲେଣି ଯେ ଗଧଙ୍କ ସଂଖ୍ୟା ହ୍ରାସ ପାଉଛି। ତେଣୁ ସେମାନେ ଗଧଗୁଡ଼ିକ ପାଖରୁ କ୍ଷୀର ସଂଗ୍ରହ କରୁଛନ୍ତି ଓ ସେହି କ୍ଷୀରକୁ ସାବୁନ ତିଆରିରେ ବ୍ୟବହାର କରୁଛନ୍ତି। ଗଧ କ୍ଷୀରରୁ ତିଆରି ସାବୁନ ସବୁଦିନ ପାଇଁ ମହିଳାଙ୍କ ଶରୀରକୁ ସୁନ୍ଦର କରି ରଖିଥାଏ।”

ଦରବୃଦ୍ଧି ସମ୍ପର୍କରେ ମତ ରଖି ମାନେକା ଗାନ୍ଧି ଅନ୍ତିମ ସଂସ୍କାରରେ ଗୋବରରୁ ତିଆରି ଘଷି ବ୍ୟବହାର କରିବାକୁ କହିଛନ୍ତି। ସେ କହିଛନ୍ତି, “ଗଛ ନଷ୍ଟ ହେଉଥିବାରୁ କାଠର ଦାମ ବଢ଼ିବାରେ ଲାଗିଛି। ଏପରି କି ମୃତ୍ୟୁ ପରେ ମଧ୍ୟ ଜଣେ ତାଙ୍କ ପରିବାର ଲୋକଙ୍କୁ ଗିରବ କରି ଦେଉଛି। କାଠର ଦାମ ୧୫ରୁ ୨୦ ହଜାର ଟଙ୍କା ହେଲାଣି। ଏଥିପାଇଁ ଅନ୍ତିମ ସଂସ୍କାର କରିବାକୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି।

କାଠ ବଦଳରେ ଆମେ ଗୋବରରୁ ତିଆରି ଘଷିକୁ ବ୍ୟବହାର କରିପାରିବା। ଘଷି ଦ୍ୱାରା ମୃତଦେହର ଅନ୍ତିମ ସଂସ୍କାର ହୋଇ ପାରିବ। ଫଳରେ ୧୫ଶହରୁ ୨ ହଜାର ଟଙ୍କା ଖର୍ଚ୍ଚ ହେବ। ସେହିପରି ଆପଣମାନେ ଘଷି ବିକ୍ରି କରି ଲକ୍ଷାଧିକ ଟଙ୍କା ମଧ୍ୟ ଆୟ କରିପାରିବେ।”

Bjp Maneka Gandhi