Advertisment

‘ପାକିସ୍ତାନ ରଖିଛି ପରମାଣୁ ବୋମା, ତେଣୁ ତା’ର ସମ୍ମାନ କର’

ମଣିଶଙ୍କର ଆୟାର ପାକିସ୍ତାନକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି । ତେଣୁ ଭାରତ ପାକିସ୍ତାନକୁ ସମ୍ମାନ ଦେବା କଥା।

ଅଦ୍ୟତନ ହୋଇଛି
Mani Shankar Aiyaar

Mani Shankar Aiyaar

Advertisment

ବିବାଦ କଂଗ୍ରେସର ପିଛା ଛାଡ଼ୁନି। ନିର୍ବାଚନ ବେଳେ ବର୍ଣ୍ଣ ବୈଷମ୍ୟ ଉପରେ ବିବାଦୀୟ ବୟାନ ଦେଇ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା ଇସ୍ତଫା ଦେବା ପରେ ଏବେ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ଏକ ବୟାନକୁ ନେଇ ବିବାଦ ଦେଖା ଦେଇଛି। 

Advertisment

ସେ କହିଛନ୍ତି, ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି । ତେଣୁ ଭାରତ ପାକିସ୍ତାନକୁ ସମ୍ମାନ ଦେବା କଥା। ଭାରତ ନିଜ ପଡ଼ୋଶୀ ଦେଶକୁ ସମ୍ମାନ ନ ଦେଲେ ଅପର ପାର୍ଶ୍ୱରୁ ପରମାଣୁ ବୋମା ହମଲା ହେବାର ଭୟ ରହିଛି।ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ଆମେ ତାଙ୍କ ସହ କୌଣସି ପ୍ରକାର ବାର୍ତ୍ତାଳାପ କରିବୁନି ବୋଲି ବିଜେପି ସରକାର କହୁଛି। କିନ୍ତୁ ଏହା ଭୁଲିଯିବା ଉଚିତ ନୁହେଁ ଯେ ଆତଙ୍କବାଦକୁ ସମୂଳେ ବିନାଶ କରିବାକୁ ଆଲୋଚନା ନିହାତି ଜରୁରୀ। ନଚେତ ପାକିସ୍ତାନ ଭାବିବ ଭାରତ ଅହଙ୍କାରରେ ଅନ୍ଧ ହୋଇ ଆଲୋଚନା ପାଇଁ ରାଜି ହେଉନି। ଏପରି ସ୍ଥିତିରେ ପାକିସ୍ତାନ ପରମାଣୁ ବୋମା ପକାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।

ମଣିଶଙ୍କର ଆୟାର କହିଛନ୍ତି, ଆମେ ସେମାନଙ୍କୁ ସମକକ୍ଷ ଭାବିଲେ ସେମାନଙ୍କ ସମ୍ମାନ କଲେ ଓ ଆଲୋଚନା ପାଇଁ ପ୍ରସ୍ତୁତ ହେଲେ ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ବିବାଦର ସମାଧାନର ବାଟ ଫିଟି ପାରିବ । ନଚେତ କିଛି ବି ଘଟିପାରେ। କାରଣ ବନ୍ଧୁକ ଧରି ଆପଣ ସ୍ଥିତିରେ ସୁଧାର ଆଣି ପାରିବେନି। ପୂର୍ବରୁ ପାକିସ୍ତାନ ସହ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି କିନ୍ତୁ ଶାନ୍ତିର ବାଟ ଖୋଜି ବାହାର କରିଥିଲେ। ଆଜିକାଲି ପାକିସ୍ତାନ ସହ ଆଲୋଚନା ପାଇଁ ବାତାବରଣ ଠିକ୍ ଥିବା ବେଳେ ମୋଦି କିନ୍ତୁ ଯୁଦ୍ଧର ରାସ୍ତା ଖୋଜୁଛନ୍ତି।

Advertisment

କିଛି ଦିନ ପୂର୍ବରୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସାମ୍ ପିଟ୍ରୋଡା ଭାରତୀୟଙ୍କ ରଙ୍ଗ ଓ ରୂପକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ସେ ଭାରତକୁ ଏକ ବିବିଧ ଦେଶ ଭାବରେ ବର୍ଣ୍ଣନା କରିଥିଲେ।

ପୂର୍ବୋତ୍ତର ଲୋକମାନେ ଚାଇନିଜ୍ ଓ ପଶ୍ଚିମ ଭାରତର ଲୋକମାନେ ଆରବ ଭଳି, ଉତ୍ତର ଭାରତରେ ଲୋକମାନେ ଗୋରା ଏବଂ ଦକ୍ଷିଣ ଭାରତରେ ଲୋକମାନେ ଆଫ୍ରିକୀୟ ପରି ଦେଖାଯାଆନ୍ତି ବୋଲି ସେ କହିଥିଲେ। ଏହାକୁ ନେଇ ଦିନ ତମାମ ବେଶ ବିବାଦ ଦେଖିବାକୁ ମିଳିଥିଲା। ଏହାକୁ ନେଇ ଚାରି ଆଡ଼ୁ ସମାଲୋଚିତ ହେବା ପରେ ସେ କଂଗ୍ରେସର ଇଣ୍ଡିଆନ ଓଭରସିଜ୍‌ ଚେୟାରମ୍ୟାନ ପଦ ଛାଡ଼ି ଦେଇଛନ୍ତି।

ଏବେ ନିର୍ବାଚନୀ ଋତୁ ଚାଲିଥିବାରୁ ମଣିଶଙ୍କରଙ୍କ ବୟାନ କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ରାଜନୈତିକ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। 

Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe