Advertisment

ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା

ପିବତ୍ର ହୋଲିରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ ବିଜେପି ନେତା ମାଣିକ ସାହା।

ଅଦ୍ୟତନ ହୋଇଛି
Manik saha

Manik saha

Advertisment

ପିବତ୍ର ହୋଲିରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ ବିଜେପି ନେତା ମାଣିକ ସାହା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ସେ ଆଜି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଆଉ ୮ ଜଣ ମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି। 

Advertisment

ଆଜିର ଶପଥ ପାଠ ଉତ୍ସବରେ ମୋଦି ଓ ଶାହଙ୍କ ବ୍ୟତୀତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ, ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଓ ସିକ୍କିମ ମୁଖ୍ୟମନ୍ତ୍ରୀ ପିଏସ୍‌ ତମାଙ୍ଗ ମଧ୍ୟ ଉପସ୍ଥିତ ଥିଲେ। ଷ୍ଟେଜ ଉପରେ ଅଧାରୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିବା ବିପ୍ଳବ ଦେବଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। 

ପୁରୁଣା ସରକାରରେ ଥିବା ୪ ଜଣଙ୍କୁ ପୁଣି ମନ୍ତ୍ରୀ ପଦ ମିଳିଥିବା ବେଳେ ଆଉ ୫ ଜଣ ନୂଆ ମୁହଁ ସାହାଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। 

Advertisment

ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ଆଇପିଏଫଟି ୩୩ଟି ଆସନ ଜିତିଥିଲେ। ବିଜେପି ଏକାକୀ ୩୨ଟି ଆସନ ଦଖଲ କରିଛି ଓ ଆଇପିଏଫଟି କେବଳ ଗୋଟିଏ ଆସନ ଜିତିଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୧। ବିଜେପି ସପକ୍ଷରେ ୩୩ ଜଣ ବିଧାୟକ ଥିବାରୁ ଦଳ ପୁଣିଥରେ ତ୍ରିପୁରାରେ କ୍ଷମତା ଦଖଲ କରିଛି।

୭୦ ବର୍ଷୀୟ ମାଣିକ ସାହାଙ୍କୁ ଗତବର୍ଷ ବିଜେପି ବେଶ ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ପଦ ଦେଇଥିଲା। ବିପ୍ଳବ କୁମାର ଦେବଙ୍କୁ ହଟାଇ ବିଜେପି ତାଙ୍କୁ ନିର୍ବାଚନର ୧୦ ମାସ ପୂର୍ବରୁ ଶାସନ ଡୋରି ଦେଇଥିଲା।

ଗୋଟିଏ ତ୍ରିପୁରା, ଶ୍ରେଷ୍ଠ ତ୍ରିପୁରାର ନାରା ଦେଇ ମାଣିକ ସାହା ଶାସନ ଆରମ୍ଭ କରିଥିଲେ। ତାଙ୍କ ନେତୃତ୍ୱରେ ଦଳ ଏଥର ବିଧାନସଭା ନିର୍ବାଚନ ଲଢ଼ିଥିଲା ଓ ବିଜୟୀ ମଧ୍ୟ ହୋଇଥିଲା। ତେବେ ୨୦୧୮ ତୁଳନାରେ ବିଜେପି ଏଥର କମ ଆସନ ପାଇଛି। ମାଣିକ ସାହା ଟାଉନ ବାରଡୋୱାଲି ଆସନରୁ ନିର୍ବାଚନ ଜିତିଛନ୍ତି।

Election Tripura
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe