/odisha-reporter/media/post_attachments/uploadimage/library/16_9/16_9_0/Manipur_1691506711.jpg)
Manipur
ହିଂସା କ୍ଷତିଗ୍ରସ୍ତ ମଣିପୁରରେ ମୁତୟନ ଆସାମ ରାଇଫଲ୍ସର ଯବାନମାନଙ୍କ ବଦଳି କରାଯାଇଛି। ବିଷ୍ଣୁପୁରର ମୋଇରାଙ୍ଗ ଲମଖାଇ ଚେକପୋଷ୍ଟରେ ମୁତୟନ ହୋଇଥିବା ଆସାମ ରାଇଫଲ୍ସର ଯବାନଙ୍କୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର।
ସେମାନଙ୍କ ବଦଳରେ ଚେକପଏଣ୍ଟର ଦାୟିତ୍ୱ ସିଆରପିଏଫ ଓ ପୁଲିସ୍ କର୍ମଚାରୀମାନଙ୍କୁ ଦିଆଯାଇଛି। ଏ ସମ୍ପର୍କରେ ମଣିପୁର ସରକାର ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି।
ଚେକ ପଏଣ୍ଟରୁ ଆସାମ ରାଫଲ୍ସକୁ କାଢ଼ିବା ଦାବିରେ ମୈତୈ ସଂପ୍ରଦାୟର ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହିଳାମାନେ ପଶ୍ଚିମ ଇମ୍ଫାଲ ଜିଲ୍ଲାର ହୋଡାମ ଲେଇରାକ ଓ କୱାକେଇଥେଲ ରାସ୍ତାକୁ ଅବରୋଧ କରିଥିଲେ।
ବିକ୍ଷୋଭ ଯୋଗୁ ପୂର୍ବ ଇମ୍ଫାଲର ଅଙ୍ଗୋମ ଲେଇକିଆ ଓ ଖୁରାଇରେ ମଧ୍ୟ ଯାତାୟାତ ଠପ ହୋଇଯାଇଥିଲା। ଆସାମ ରାଇଫଲ୍ସର ଯବାନମାନେ ବିଷ୍ଣୁପୁରରେ ହୋଇଥିବା ବିକ୍ଷୋଭକୁ ଅତ୍ୟନ୍ତ ନୃଶସ ଭାବେ ଦମନ କରିଥିଲେ। ତେଣୁ ସେମାନଙ୍କୁ ତୁରନ୍ତ ଏଠାରୁ ହଟାଇବାକୁ ମହିଳମାନେ ଦାବି କରିଥିଲେ।
ଶେଷରେ ସରକାର ଆଜି ଆସାମ ରାଇଫଲ୍ସର ଯବାନମାନଙ୍କୁ ହଟାଇ ଦେଇଛନ୍ତି। ଏନେଇ ଅତିରିକ୍ତ ଡିଜିପି(ଆଇନ ଶୃଙ୍ଖଳା) ଏଲ କୈଲୁନଙ୍କ ପକ୍ଷରୁ ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ମୋଇରାଙ୍ଗ ଲାମଖାଇ ଚେକପଏଣ୍ଟରେ ଏବେ ସିଭିଲ ପୁଲିସ୍ ଓ ୧୨୮ ବାଟାଲିୟନର ସିଆରପିଏଫ ଯବାନମାନେ ମୁତୟନ ହେବେ। ତତ୍କାଳ ଭାବେ ସେମାନେ ୯ ଆସାମ ରାଇଫଲ୍ସର ସ୍ଥାନ ନେବେ। ଏହି ନିଷ୍ପତ୍ତି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବଳବତ୍ତର ରହିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
