Advertisment

ଅଶାନ୍ତ ମଣିପୁର: ମୁଖ୍ୟମନ୍ତ୍ରୀଙ୍କ ଜ୍ୱାଇଁଙ୍କ ଘର ଜାଳିଦେଲେ, ୯ ନେତାଙ୍କ ଘର ଉପରେ ହମ୍‌ଲା

ବିକ୍ଷୋଭକାରୀମାନେ ଶନିବାର ତିନି ମନ୍ତ୍ରୀ ଏବଂ ୬ ଜଣ ବିଧାୟକଙ୍କ ଘର ଉପରକୁ ଆକ୍ରମଣ କରିଛନ୍ତି।

author-image
Madhupriya Mistry
Mnipur Tension

Mnipur Tension

ପୁଣି ଅଶାନ୍ତ ମଣିପୁର। ଅଣାୟତ ହେବାରେ ଲାଗିଛି ସ୍ଥିତି। ଜିବିରାମ ଜିଲ୍ଲାର ଏକ ନଦୀରୁ ୬ ଜଣ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ ରାଜ୍ୟରେ ହିଂସା ସ୍ଥିତି ଉପୁଜିଛି। ବିକ୍ଷୋଭକାରୀମାନେ ଶନିବାର ତିନି ମନ୍ତ୍ରୀ ଏବଂ ୬ ଜଣ ବିଧାୟକଙ୍କ ଘର ଉପରକୁ ଆକ୍ରମଣ କରିଛନ୍ତି। ଏହା ପରେ ରାଜ୍ୟ ସରକାର ପାଞ୍ଚଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରିଛନ୍ତି। ସେହିପରି କେତେକ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ରାଜ୍ୟରେ ଦିନକୁ ଦିନ ସ୍ଥିତି ବିଗୁଡୁଥିବା ଅଧିକାରୀମାନେ କହିଛନ୍ତି।

Advertisment

ସୂଚନା ମୁତାବକ, ବିକ୍ଷୋଭକାରୀମାନେ ଯେଉଁ ତିନି ବିଧାୟକଙ୍କ ଘର ଉପରକୁ ଆକ୍ରମଣ କରିଛନ୍ତି ସେଥିରେ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହଙ୍କ ଜ୍ୱାଇଁଙ୍କ ଘର ବି ସାମିଲ ଅଛି। ବିକ୍ଷୋଭକାରୀମାନେ ତାଙ୍କ ଘର ଜାଳି ଦେଇଛନ୍ତି। ଏହାର ଜବାବରେ ସୁରକ୍ଷା ବଳ ପ୍ରଦର୍ଶନକାରୀଙ୍କୁ ଅଟକାଇବାକୁ ପାଇଁ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା। ସେହିପରି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ କରିବାକୁ ବିକ୍ଷୋଭାକରୀମାନେ ଉଦ୍ୟମ କରିଥିଲେ। କିନ୍ତୁ ସେମାନଙ୍କୁ ସୁରକ୍ଷାକର୍ମୀମାନେ ଅଟକାଇ ଦେଇଛନ୍ତି। 

ଯେଉଁ ମନ୍ତ୍ରୀଙ୍କ ଘର ଉପରକୁ ବିକ୍ଷୋଭକାରୀମାନେ ଟାର୍ଗେଟ୍‌ କରିଛନ୍ତି ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସପାମ ରଂଜନ, ମନ୍ତ୍ରୀ ଏଲ ସୁସିନ୍ଦ୍ରୋ ସିଂହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଓ୍ୱାଇ ଖେମଚାନ୍ଦ ଘର ସାମିଲ ଅଛି। ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଇମ୍ଫାଲ ପୂର୍ବ ଏବଂ ପଶ୍ଚିମ, ବିଷ୍ଣୁପୁର, ଥୋବାଲ ଏବଂ କଚିଙ୍ଗ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରିଛନ୍ତି।

Advertisment

ଗତ ପାଞ୍ଚ ଦିନ ତଳେ କୁକି ବିଦ୍ରୋହୀ ସନ୍ଦିଗ୍ଧମାନେ ମେତେଇ ସମ୍ପ୍ରଦାୟର ୬ ଜଣଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ମହିଳା ଏବଂ ଜଣେ ଶିଶୁର ମୃତଦେହ ଶନିବାର ଦିନ ଜିରିବାମର ବାରକ ନଦୀରୁ ଉଦ୍ଧାର ହୋଇଥିବାବେଳେ ଶୁକ୍ରବାର ରାତିରେ ଜଣେ ମହିଳା ଏବଂ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଶବଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ଆସାମର ସିଲଚର ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି। ଏହାପରେ ରାଜ୍ୟରେ ହିଂସା ପୁଣି ଉଗ୍ରରୂପ ନେଇଛି।

Manipur Violence N Biren Singh Protests Grip Manipur