Advertisment

ମଣିପୁର ମୁଖ୍ୟମନ୍ତ୍ରୀଙ୍କ କନଭୟ ଉପରକୁ ଆକ୍ରମଣ, ୨ ଜଣ ଆହତ

ଆଜି ମୁଖ୍ୟମନ୍ତ୍ରୀଙ୍କ ହିଂସା ପ୍ରଭାବିତ ଜିରିବାମ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା।

author-image
Debibandita Barick
N Biren Singh

N Biren Singh

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ କନଭୟ ଉପରକୁ ଆକ୍ରମଣ। ଆଜି କାଙ୍ଗପୋକି ଜିଲ୍ଲାର ସଶସ୍ତ୍ର କୁକି ସମ୍ପ୍ରଦାୟର କିଛି ଆକ୍ରମଣକାରୀ ତାଙ୍କ କନଭୟ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। 

Advertisment

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ବିରେନ ସିଂହ ଏହି କନଭୟରେ ନଥିଲେ। ମୁଖ୍ୟମନ୍ତ୍ରୀ ଆଜି ମଣିପୁରର ହିଂସା ପ୍ରଭାବିତ ଜିରିବାମ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷାକର୍ମୀଙ୍କ ଏକ ଟିମକୁ ସେଠାକୁ ପଠାଯାଇଥିଲା।

ସୁରକ୍ଷା କନଭୟ ଯେତେବେଳେ କୋଟଲେନରେ ପହଞ୍ଚିଥିଲା, ସେଠାରେ କିଛି ସଶସ୍ତ୍ର ବାହିନୀ କନଭୟ ଉପରକୁ ଆଖିବୁଜା ଗଳି ମାଡ଼ କରିଥିଲେ। ଏଥିରେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। କୁକି ସମ୍ପ୍ରଦାୟର ଭିକ୍ଷୋଭକାରୀ ଏହି ଆକ୍ରମଣ କରିଥିବା କୁହାଯାଉଛି। 

Advertisment

ପ୍ରକାଶ ଥାଉକି, କିଛି ଦିନର ବ୍ୟବଧାନ ପରେ ଗତକାଲି ମଣିପୁରରେ ପୁଣି ଥରେ ହିଂସା ଦେଖିବାକୁ ମିଳିଥିଲା। ଜିରିବାମ ଜିଲ୍ଲାରେ ଦୁଇଟି ପୁଲିସ ଆଉଟ୍‌ପୋଷ୍ଟ, ଗୋଟିଏ ଫରେଷ୍ଟ ଅଫିସ୍‌ ସହ ୭୦ଟି ଘର ଜାଳି ଦେଇଥିଲେ ଦୁର୍ବୁର୍ତ୍ତ। 

Manipur Chief Minister Manipur CM Convoy Attacked