Advertisment

ମଣିପୁରରେ ପୁଣି ହିଂସା; ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ କ୍ୟାବିନେଟ ବୈଠକ ଡକାଇଛନ୍ତି।

ଅଦ୍ୟତନ ହୋଇଛି
Security Forces

Security Forces

Advertisment

ପୁଣି ଅଶାନ୍ତ ହେଉଛି ମଣିପୁର। କିଛି ଦିନର ବିରତି ପରେ ରାଜ୍ୟରେ କୁକି ଏବଂ ମତେଇ ଗୋଷ୍ଠୀ ମଧ୍ୟରେ ପୁଣି ସଂଘର୍ଷ ଆରମ୍ଭ ହୋଇଛି। ଆଜି ସକାଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ।

Advertisment

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ସିଂହ ଆଜି କ୍ୟାବିନେଟ ବୈଠକ ଡକାଇଛନ୍ତି। ରାଜ୍ୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ସହ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକ ଡକାଇଥିବା ଜଣାପଡିଛି। 

ପ୍ରକାଶ ଥାଉକି, ଆଜି ସକାଳେ ମଣିପୁରର ଜିରିବାମ ଜିଲ୍ଲାରେ ଗୁଳି ବିନିମୟ ହୋଇଥିଲା। କୁକି ଏବଂ ମତେଇ ଗୋଷ୍ଠୀ ପକ୍ଷରୁ ଏହି ଗୁଳିବିନିମୟ ହୋଇଥିଲା। ଏଥିରେ ପ୍ରାୟ ୬ ଜଣଙ୍କ ଜୀବନ ଗଲାଣି। ଗତକାଲି ରାତିରେ ମଧ୍ୟ କିଛି ସନ୍ଦିଗ୍ଧ ଦୁର୍ବୃତ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମୈରେମ୍ବମ କୋଇରେଙ୍ଗଙ୍କ ଘର ଉପରକୁ ରକେଟ୍‌ ହମ୍‌ଲା କରିଥିଲେ। ଏଥିରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟି ଥିବାବେଳେ ୫ରୁ ୬ ଜଣ ଆହତ ହୋଇଛନ୍ତି।

Advertisment

ଗତ ୩ ତାରିଖରେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ସେଜମ ଚିରାଙ୍ଗ ଗ୍ରାମରେ ଡ୍ରୋନ୍ ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣ ଆହତ ହୋଇଥିଲେ। ସେପ୍ଟେମ୍ବର ୧ରେ ଏହି ଜିଲ୍ଲାର କୋନ୍ନୁକ ଗାଁରେ ମଧ୍ୟ ଡ୍ରୋନ ଆକ୍ରମଣ ହୋଇଥିଲା। ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଆଜି ଜରୁରୀ ବୈଠକ ଡାକିଛନ୍ତି। 

Manipur Manipur Violence Manipur CM N Biren Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe