Advertisment

ବଦଳିବେ ମଣିପୁର ମୁଖ୍ୟମନ୍ତ୍ରୀ? ଦିଲ୍ଲୀ ଗଲେ ବିଧାୟକ

ଚର୍ଚ୍ଚା ହେଉଛି ଯେ ଏମାନେ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ସହିତ ମୁଖ୍ୟମନ୍ତ୍ରୀ ପଦରୁ ବିରେନ ସିଂହ ଇସ୍ତଫା ଦାବି କରିପାରନ୍ତି।

author-image
Madhupriya Mistry
Manipur CM

Manipur CM

ମଣିପୁରରେ ବଦଳିବେ କି ମୁଖ୍ୟମନ୍ତ୍ରୀ? ହେବି କି ବିରେନ୍‌ ସରକାରଙ୍କ ପଟ୍ଟ ପରିବର୍ତ୍ତନ? ଏଭଳି କିଛି ଚର୍ଚ୍ଚା ଭିତରେ ଦିଲ୍ଲୀ ଯାଇଛନ୍ତି ମଣିପୁରର କିଛି ବିଧାୟକ। ଚର୍ଚ୍ଚା ହେଉଛି ଯେ ଏମାନେ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ସହିତ ମୁଖ୍ୟମନ୍ତ୍ରୀ ପଦରୁ ବିରେନ ସିଂହ ଇସ୍ତଫା ଦାବି କରିପାରନ୍ତି।

Advertisment

ପୂର୍ବୋତ୍ତର ରାଜ୍ୟ ମଣିପୁରରେ ଗତ ବର୍ଷ ହୋଇଥିବା ଜାତିଗତ ହିଂସା ପରଠାରୁ ଏଠାରେ ସମୟକ୍ରମେ ହିଂସାତ୍ମକ ଘଟଣା ଘଟି ଚାଲିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହଙ୍କ ବିରୋଧରେ ଅନେକ ପ୍ରଶ୍ନ ଉଠିଛି। ବିରୋଧୀ ବାରମ୍ବାର ତାଙ୍କ ଇସ୍ତଫା ଦାବି କରୁଛନ୍ତି। ଏହାରି ଭିତରେ ବିରୋନ୍‌ ସରକାରଙ୍କ କ୍ଷମତାର ପଟ୍ଟ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଖବରକୁ ଖଣ୍ଡନ କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ। କିଛି ଲୋକ ନ୍ୟସ୍ତ ସ୍ୱାର୍ଥ ହେତୁ ଏଭଳି ଗୁଜବ ପ୍ରଚାର କରୁଥିବା ସେ କହିଛନ୍ତି।

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ଦଳର କିଛି ନେତା ଦିଲ୍ଲୀ ଯାଇଥିବା କଥା ସ୍ୱୀକାର କରିଛନ୍ତି। ମଣିପୁରର ଜାତୀୟ ହିଂସାକୁ ପ୍ରଭାବିତ ଢ଼ଙ୍ଗରେ ସମାଧାନ କରିବାକୁ ବିଧାୟକମାନେ ବିଜେପି ନେତୃତ୍ୱ ଏବଂ କେନ୍ଦ୍ରୀୟ ନେତାଙ୍କୁ ଭେଟିବାକୁ ଯାଇଥିବା ସେ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ କହିଛନ୍ତି ଯେ, ସେ ଗୁରୁବାର ବିଧାୟକ ଦଳର ବୈଠକ କରିଥିଲେ। ଏଥିରେ ରାଜ୍ୟରେ ଶାନ୍ତି କାଏମ୍ ରଖିବା ନେଇ ନିଷ୍ପତ୍ତି ନିଆଯାଇଛି। ଖାଲି ସେତିକି ନୁହେଁ, ଲୋକସଭା ନିର୍ବାଚନରେ ବଡ଼ ବିଜୟ ପରେ ଦିଲ୍ଲୀ ଯାଇ କିଛି ନେତା କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବେ ବୋଲି ସେ କହିଛନ୍ତି।

କହିରଖୁ ଯେ, ୩ ମେ' ୨୦୨୩ରେ ମଣିପୁରରେ ଭୟଙ୍କର ହିଂସା ଦେଖିବାକୁ ମିଳିଥିଲା। ଏହି ହିଂସାରେ ୨ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ମଣିପୁର ହାଇକୋର୍ଟ ୨୭ ମାର୍ଚ୍ଚ ୨୦୨୩ରେ ମେତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସଟି) ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ମଣିପୁରରେ ଜାତିଗତ ହିଂସା ଆରମ୍ଭ ହୋଇଥିଲା। ଏହି ଘଟଣାକୁ ନେଇ ସେତେବେଳେ ରାଜନୀତି ତେଜିବା ସହ, ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ। ପରେ ହାଇକୋର୍ଟ ଏହି ଆଦେଶକୁ ବାତିଲ କରି ଦେଇଥିଲେ।

Bjp Manipur Violence N Biren Singh