Advertisment

ମଣିପୁର ମନ୍ତ୍ରୀଙ୍କ ଗୋଦାମରେ ନିଆଁ ଲଗାଇଲେ, ଘର ଜାଳିବାକୁ ଉଦ୍ୟମ କଲେ

ଗୋଦାମରେ ନିଆଁ ଲାଗି ଯିବାରୁ ସେଠାରେ ଥିବା ସବୁ ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି। ଉପଦ୍ରବକାରୀମାନେ ଖୁରାଇ ଠାରେ ଥିବା ମନ୍ତ୍ରୀ ସୁସିନଡ୍ରୋଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେବାକୁ ଚେଷ୍ଟା କରିଥିଲେ।

Manipur

Manipur

Advertisment

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷକୁ ନେଇ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ହିଂସା ଥମିବାର ନାଁ ଧରୁନି। ପ୍ରାୟ ୫୦ ଦିନ ହେଲାଣି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଜାରି ରହିଛି। ଏହିକ୍ରମରେ ଶୁକ୍ରବାର ବିଳମ୍ବିତ ରାତିରେ ମଣିପୁରର ମନ୍ତ୍ରୀ ଏଲ ସୁସିନଡ୍ରୋଙ୍କ ଘରୋଇ ଗୋଦାମରେ କିଛି ଲୋକ ନିଆଁ ଲଗାଇ ଦେଇଛନ୍ତି। ଇମ୍ଫାଲ ଇଷ୍ଟର ଚିଙ୍ଗାରେଲ ଠାରେ ଏହି ଗୋଦାମଟି ରହିଥିଲା।

Advertisment

ଗୋଦାମରେ ନିଆଁ ଲାଗି ଯିବାରୁ ସେଠାରେ ଥିବା ସବୁ ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି। ଉପଦ୍ରବକାରୀମାନେ ଖୁରାଇ ଠାରେ ଥିବା ମନ୍ତ୍ରୀ ସୁସିନଡ୍ରୋଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୁରକ୍ଷାକର୍ମୀମାନେ ଠିକଣା ସମୟରେ ପଦକ୍ଷେପ ଯୋଗୁ ବଡ଼ ଅଘଟଣକୁ ରୋକା ଯାଇ ପାରିଛି।

ଶୁକ୍ରବାର ମଧ୍ୟରାତ୍ରରେ ଏପରି ଘଟଣା ଘଟିଥିଲା। ଉପଦ୍ରବକାରୀଙ୍କୁ ବିଦା କରିବା ପାଇଁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ୍‌ ବ୍ୟବହାର କରାଯାଇଥିଲେ। ତେବେ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ଓ ଉପଦ୍ରବକାରୀଙ୍କ ଲଣ୍ଡକାଣ୍ଡ ଯୋଗୁ କେହି ବି ମୃତାହତ ହୋଇନାହାନ୍ତି। କିନ୍ତୁ ନିଆଁରେ ପୋଡ଼ି ହୋଇ ଅନେକ ସମ୍ପତ୍ତି ନଷ୍ଟ ହୋଇଯାଇଛି।

Advertisment

ହିଂସା ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କୁ ରଖିବା ପାଇଁ ହୋଇଥିବା ସ୍ଥାନଗୁଡ଼ିକୁ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ବୁଲି ଦେଖିଥିଲେ। ସେ ଉକ୍ତ ସ୍ଥାନରୁ ଫେରିବା ପରେ ତାଙ୍କ ସରକାରରେ ମନ୍ତ୍ରୀ ଥିବା ସୁସିନଡ୍ରୋଙ୍କ ଗୋଦାମ ଓ ଘର ଉପରେ ଆକ୍ରମଣ ହୋଇଥିଲା।

ଏହାପୂର୍ବ ମଧ୍ୟ ମଣିପୁରର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଘଟଣା ଘଟିଥିଲା। ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ସମସ୍ତେ ଚେଷ୍ଟା କରୁଥିଲେ ହେଁ ଏଯାଏ ଏଥିରେ ସଫଳତା ମିଳିନି।

Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe