Advertisment

ହିଂସାଗ୍ରସ୍ତ ମଣିପୁର ପୁଲିସ୍‌ ମୁଖ୍ୟଙ୍କ ହଠାତ୍‌ ବଦଳିକୁ ନେଇ ଚର୍ଚ୍ଚା

ତ୍ରିପୁରା କ୍ୟାଡରର ଆଇପିଏସ ରାଜୀବ ସିଂହଙ୍କୁ ମଣିପୁରର ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

author-image
Hemant Lenka
IPS

IPS

ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷକୁ ନେଇ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଏବେ ବିଦ୍ରୋହୀ ସଂଗଠନ ଗୁଡ଼ିକ ସକ୍ରିୟ ହୋଇ ଉଠିଛନ୍ତି। ହିଂସା ଯୋଗୁ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମାସେ ହେଲାଣି ସ୍ଥିତି ସ୍ୱାଭାବିକ ହୋଇପାରୁନି। ଏସବୁ ଭିତରେ ନିଜେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଣିପୁର ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି। ତେବେ ଏହି ସମୀକ୍ଷା ପରେ ମଣିପୁର ପୁଲିସ୍‌ ମୁଖ୍ୟଙ୍କୁ ହଠାତ ବଦଳି କରି ଦିଆଯାଇଛି। 

Advertisment

ତ୍ରିପୁରା କ୍ୟାଡରର ଆଇପିଏସ ରାଜୀବ ସିଂହଙ୍କୁ ମଣିପୁରର ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ ସିଆରପିଏଫର ଆଇଜି ଭାବେ କାମ କରୁଥିବା ଶ୍ରୀ ସିଂହଙ୍କୁ କେନ୍ଦ୍ର ସରକାର ମେ’ ୨୯ରେ ମଣିପୁରକୁ ଡେପୁଟେସନରେ ପଠାଇଥିଲେ। ଏବେ ସେ ପୁଲିସ୍‌ ମହାନିର୍ଦ୍ଦେଶକ ହୋଇଛନ୍ତି।

ମଣିପୁର ଡିଜିପି ଭାବେ କାମ କରୁଥିବା ପି ଡୋଉଙ୍ଗେଲଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି। ମଣିପୁର ସ୍ଥିତିକୁ ସମାଧାନ କରିବାରେ ସେ ବିଫଳ ହୋଇଥିବାରୁ ତାଙ୍କ ବିରୋଧରେ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

Advertisment

ମେ’ ୩ରୁ ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ସଂଘର୍ଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିଆରପିଏଫର ପୂର୍ବତନ ମୁଖ୍ୟ କୁଲଦୀପ ସିଂହଙ୍କୁ ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ। ଏବେ ସିଆରପିଏଫ ବ୍ୟାକଗ୍ରାଉଣ୍ଡରୁ ଆସିଥିବା ରାଜୀବ ସିଂହଙ୍କୁ ମଧ୍ୟ ମଣିପୁର ଦାୟିତ୍ୱ ଦିଆଯାଇଛି।

Manipur Manipur Violence