Advertisment

ଶାନ୍ତି ଚୁକ୍ତିର ୨୪ ଘଣ୍ଟା ଭିତରେ ମଣିପୁରରେ ପୁଣି ହିଂସା

ଏକ ଘରେ ନିଆଁ ଲଗାଇବା ସହ ଗାଁକୁ ଟାର୍ଗେଟ କରି ଅନେକ ରାଉଣ୍ଡ ଗୁଳି ମାଡ଼ ହୋଇଛି।

Manipur Violence

Manipur Violence

Advertisment

ମଣିପୁରରେ ଥମୁନି ହିଂସା। ଶାନ୍ତି ଚୁକ୍ତିର ୨୪ ଘଣ୍ଟା ଭିତରେ ଏଠାରେ ପୁଣି ଥରେ ହିଂସା ଘଟିଛି। ଗୋଟିଏ ପଟେ ମଣିପୁରର ଜିରିବାମରେ ଶାନ୍ତି ବଜାୟ ରଖିବା ପାଇଁ ମୋତେଇ ଏବଂ ହମାର ସମ୍ପ୍ରଦାୟ ମଧ୍ୟରେ ଏକ ଚୁକ୍ତି ହୋଇଥିବା ବେଳେ ଆଉ ଗୋଟିଏ ପଟେ ମୋତେଇ କଲୋନୀରେ ଗୁଳିମାଡ ହୋଇଛି। ସେହିପରି ଦୁବୃର୍ତ୍ତମାନେ ଲାଲପାନି ଗାଁରେ ଥିବା ଏକ ଘରେ ନିଆଁ ଲଗାଇ ଦେଇଛନ୍ତି।

Advertisment

ମଣିପୁର ହିଂସା ପ୍ରଭାବିତ ଜିରିବମ ଜିଲ୍ଲାରେ ସ୍ଥିତି ସୁଧାରିବା ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ମୋତେଇ ଏବଂ ହମାର ସମ୍ପ୍ରଦାୟର ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି। ପ୍ରତିନିଧିମାନେ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ। ଗୁରୁବାର ଆସାମର କାଚର ସ୍ଥିତ ସିଆରପିଏଫ ସୁବିଧା କେନ୍ଦ୍ରରେ ଆୟୋଜିତ ଏକ ବୈଠକରେ ମୁହାଁମୁହିଁ ଠିଆ ହୋଇଥିବା ଉଭୟ ପକ୍ଷ ମଧ୍ୟରେ ଏକ ଚୁକ୍ତି ହୋଇଥିଲା।

ତେବେ ଏହି ଚୁକ୍ତିନାମାର ୨୪ ଘଣ୍ଟା ମଧ୍ୟରେ ଜିରିବାମର ଲାଲପାନି ଗାଁରେ ହିଂସା ଘଟିଛି। ଶୁକ୍ରବାର ରାତିରେ ସଶସ୍ତ୍ର ଲୋକମାନେ ଗାଁର ଏକ ଘରେ ନିଆଁ ଲଗାଇ ଦେଇଛନ୍ତି। ଗାଁକୁ ଟାର୍ଗେଟ କରି ଅନେକ ରାଉଣ୍ଡ ଗୁଳି ମାଡ ମଧ୍ୟ ହୋଇଛି। ଏହି ଗାଁରେ ମୋତେଇ ସମ୍ପ୍ରଦାୟର କେତେକ ଖାଲି ଘର ରହିଛି। ଏହି ଘଟଣା ପରେ ସେଠାକୁ ସୁରକ୍ଷା ବାହିନୀକୁ ପଠାଯାଇଥିଲା।

Advertisment

ଅଧିକାରୀମାନେ କହିଛନ୍ତି ଯେ ଦୁବୃର୍ତ୍ତମାନେ ଅଗ୍ନିକାଣ୍ଡ ଘଟାଇ ଏହି ଅଞ୍ଚଳରେ ସୁରକ୍ଷା ଅଭାବର ସୁଯୋଗ ନେଇଥିଲେ। ତେବେ ଏହି ହିଂସାକାଣ୍ଡ ଘଟାଇଥିବା ଲୋକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ।

Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe