Advertisment

ପୁଣି ‍ବିଗିଡ଼ିଲା ମଣିପୁର ସ୍ଥିତି; କେନ୍ଦ୍ର ମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ, କର୍ଫ୍ୟୁ ଲାଗୁ

ଶତାଧିକ ଲୋକେ ରାସ୍ତା ଉପରକୁ ଚାଲି ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ବୈଦେଶିକ ଓ ଶିକ୍ଷା ବିଭାଗର ରାଷ୍ଟ୍ର ମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ କରିଥିଲେ।

Manipur

Manipur

Advertisment

ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର ରାଜଧାନୀ ଇମ୍ଫାଲ । ପୋଡ଼ାଜଳା ତଥା ଟେକା ପଥର ମାଡ଼ ଯୋଗୁ ଅଣାୟତ୍ତ ହୋଇ ପଡ଼ିଛି ସ୍ଥିତି । ଉତ୍ତ୍ୟକ୍ତ ଲୋକେ ବିଜେପି ସାଂସଦ ରାଜକୁମାର ରଞ୍ଜନ ସିଂଙ୍କ ଘର ସମେତ ବକ୍ସର ମ୍ୟାରି କମ୍‌ଙ୍କ ଗାଁ ଉପରେ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ସ୍ଥିତି କ୍ରମଶଃ ଅଣାୟତ୍ତ ହେବାରୁ ସମଗ୍ର ମଣିପୁରକୁ ସେନା ଓ ଆସାମ ରାଇଫଲ୍ସ ନିଜ କବଜାକୁ ନେଇ ଯାଇଛନ୍ତି।

Advertisment

ଗୁରୁବାର ରାତିରେ ଇମ୍ଫାଲରେ ସ୍ଥିତି ଅଣାୟତ୍ତ ହେବାକୁ ଲାଗିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ମୁହାଁମୁହିଁ ହେବା ପରେ ବହୁ ଗାଡ଼ିମୋଟରରେ ନିଆଁ ଲଗାଇ ଦେଲେ।  ଶତାଧିକ ଲୋକେ ରାସ୍ତା ଉପରକୁ ଚାଲି ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ବୈଦେଶିକ ଓ ଶିକ୍ଷା ବିଭାଗର ରାଷ୍ଟ୍ର ମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ କରିଥିଲେ। ଏଥିସହ ସେମାନେ ଚୁରାଚନ୍ଦପୁରରେ ଥିବା ବକ୍ସର ମ୍ୟାରି କମ୍‌ଙ୍କ ପୈତୃକ ଗାଁ କଙ୍ଗଥେଇ ଗାଁ ଉପରେ ବି ଆକ୍ରମଣ କରିଥିଲେ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍ ଲୁହବୁହା ଗ୍ୟାସ ସ୍ପ୍ରେ କରିବାକୁ ପଡ଼ିଲା।

ଏହାପରେ ଗତ ରାତିରେ ଇମ୍ଫାଲର ପୂର୍ବ କୋଙ୍ଗପା ନନ୍ଦେଇ ଲେଇକେଇ ଅଞ୍ଚଳରେ ଖୁବ୍‌ ଭିଡ଼ ଜମିଥିଲା। ହେଲେ ସୁରକ୍ଷା କର୍ମୀ ତାଙ୍କୁ ଘଉଡ଼ାଇ ଦେବା ସହ ପୂର୍ବ ଓ ପଶ୍ଚିମ ଇମ୍ଫାଲରେ ଅନ୍ୟାଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ଲଗା ଯାଇଛି। ଏହାବାଦ ବିଷ୍ଣୁପୁର ଓ ତେଙ୍ଗୋପାଲରେ ବି ୨୪ ଘଣ୍ଟିଆ କର୍ଫ୍ୟୁ ଲଗା ଯାଇଛି। ଏହାକୁ କଡ଼ାକଡ଼ି ପାଳନ କରାଯିବା ସହ କେହି ବି ଏହାକୁ ଖିଲାପ କଲେ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦିଆଯାଇଛି।

Advertisment

ଭାରତୀୟ ସେନା ପକ୍ଷରୁ ଏନେଇ ଟ୍ୱିଟ କରି କୁହାଯାଇଛି, ସମଗ୍ର ମଣିପୁରରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସେନା ଓ ଆସାମ ରାଇଫଲ୍ସ ନିଜ କବଜାକୁ ନେଇ ଯାଇଛନ୍ତି। ସେନା ପକ୍ଷରୁ କୁହାଯାଇଛି, ପୂର୍ବ ଇମ୍ଫାଲ ଓ ଚୁରାଚାନ୍ଦପୁରରେ ୨ ଗୋଷ୍ଠି ମଧ୍ୟରେ ଗୁଳି ଫୁଟିଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଅଣାଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି।

ଏହାପୂର୍ବରୁ ସୋମବାର ବି ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା। ଉତ୍ତ୍ୟକ୍ତ ଲୋକେ ବହୁ ଘରେ ନିଆଁ ଲଗାଇ ଦେଇଥିଲେ। ଏବେ ପୁଣି ଥରେ ସମାନ ସ୍ଥିତି ଉପୁଜିଥିବାରୁ କର୍ଫ୍ୟୁ ଲଗାଯାଇଛି।

ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରୁ ହିଁ ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀ ଲୋକଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଛି। ମୈତୈ ସଂପ୍ରଦାୟର ଲୋକମାନେ ନିଜକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବାକୁ ଦାବି କରୁଛନ୍ତି। ହେଲେ ଏହାକୁ ଆଦିବାସୀ ଛାତ୍ର ସଙ୍ଗଠନ ‘ଆଦିବାସୀ ଏକତା ମୋର୍ଚ୍ଚା’ ବିରୋଧ କରୁଛି। ‘ଆଦିବାସୀ ଏକତା ମୋର୍ଚ୍ଚା’ ପକ୍ଷରୁ ଏହା ବିରୋଧରେ ଗୋଟିଏ ଶୋଭାଯାତ୍ରା ବାହାରିଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ।

ଉକ୍ତ ଶୋଭଯାତ୍ରା ବେଳେ ଉଭୟ ଆଦିବାସୀ ଓ ଅଣଆଦିବାସୀ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉକ୍ତ ସଂଘର୍ଷର ନିଆଁ ପୂରା ରାଜ୍ୟରେ ବ୍ୟାପିଥିଲା। ଏଥିରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି କେନ୍ଦ୍ର ସରକାର ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିପୁଳ ସଂଖ୍ୟାରେ ଯବାନଙ୍କୁ ମଣିପୁର ମଧ୍ୟ ପଠାଇଛନ୍ତି।

Fire Mishap Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe