ମଣିପୁରରେ ପୁଣି ହିଂସା: ୨ ପୁଲିସ୍‌ ଆଉଟ୍‌ପୋଷ୍ଟ, ୭୦ ଘର ଜାଳି ଦେଲେ

ଦୁଇଟି ପୁଲିସ ଆଉଟ୍‌ପୋଷ୍ଟ, ଗୋଟିଏ ଫରେଷ୍ଟ ଅଫିସ୍‌ ସହ ୭୦ଟି ଘର ଜାଳି ଦେଇଛନ୍ତି। ଏହାକୁ ନେଇ ପୂରା ଅଞ୍ଚଳରେ ଅଶାନ୍ତି ଲାଗି ରହିଛି।

Manipur Violence

ଘଟଣା ବେଳର ଦୃଶ୍ୟ

Madhupriya Mistry
  • Published: Sunday, 09 June 2024
  • Updated: 09 June 2024, 09:09 AM IST

ମଣିପୁର୍‌ରେ ପୁଣି ହିଂସା। ଏଠାକାର ଜିରିବାମ ଜିଲାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଶନିବାର ଦୁଇଟି ପୁଲିସ ଆଉଟ୍‌ପୋଷ୍ଟ, ଗୋଟିଏ ଫରେଷ୍ଟ ଅଫିସ୍‌ ସହ ୭୦ଟି ଘର ଜାଳି ଦେଇଛନ୍ତି। ଏହାକୁ ନେଇ ପୂରା ଅଞ୍ଚଳରେ ଅଶାନ୍ତି ଲାଗି ରହିଛି।

ପୁଲିସ କହିବା ମୁତାବକ ସନ୍ଦିଗ୍ଧ ଆତଙ୍କବାଦୀମାନେ ଶୁକ୍ରବାର ବିଳମ୍ବିତ ରାତିରେ ୩/୪ଟି ଡଙ୍ଗା ଯୋଗେ ଜିରିବାମ ଜିଲାର ବରାକ ନଦୀ କୂଳରେ ପହଞ୍ଚିଥିଲେ। ଏହାପରେ ସେମାନେ ପୁଲିସ୍‌ ଆଉଟ୍‌ପୋଷ୍ଟ ଓ ମେତେଇ ଗାଁରେ ଥିବା କିଛି ଘର ଉପରକୁ ଆକ୍ରମଣ କରିଥିଲେ। ଏହାପରେ ସେଠାରେ ନିଆଁ ଲଗାଇ ଦେଇଥିଲେ। ପରେ ସେମାନେ ଜିଲ୍ଲାର ଲମତାଇ ଖୁନୋ ଏବଂ ମଧୁପୁର ପୁଲିସ ଆଉଟ୍‌ପୋଷ୍ଟକୁ ଆକ୍ରମଣ କରିଥିଲେ।

Also Read

ଏହି ଘଟଣାର କିଛି ଘଣ୍ଟା ପରେ ଏସପିଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଜିରିବାମ ଏସପି ଘନଶ୍ୟାମ ଶର୍ମାଙ୍କୁ ମଣିପୁର ପୁଲିସ ଟ୍ରେନିଂ ମହାବିଦ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ ପଦକୁ ବଦଳି କରାଯାଇଛି। ଅନ୍ୟପକ୍ଷରେ ଇନର୍‌ ମଣିପୁର ଲୋକସଭା ଆସନରୁ ନବ ନିର୍ବାଚିତ କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଆକୋଏଜାମ ଜିରିବାମବାସୀଙ୍କ ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

କହିରଖୁ ଯେ, ମଣିପୁରରେ ଗତବର୍ଷ ମେ' ମାସରୁ ଏଠାରେ ଜାତୀୟ ହିଂସା ଜାରି ରହିଛି। ଜିରିବାମ ଅଞ୍ଚଳ ଏହି ହିଂସା ଠାରୁ ଦୂରେଇ ରହିଥିଲା। ତେବେ ଗୁରୁବାର ସନ୍ଧ୍ୟାରେ ସନ୍ଦିଗ୍ଧ ଅ୍ରାତଙ୍କବାଦୀମାନେ ଏଠାକାର ଜଣେ ୫୯ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ଏହି ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ସ୍ଥାନୀୟ ଲୋକମାନେ କିଛି ସ୍ଥାନରେ ନିଆଁ ଲଗାଇ ଦେଇଥିଲେ। ଏହାପର ଠାରୁ ସେଠାରୁ କର୍ଫ୍ୟୁ ଲାଗୁ କରାଯାଇଥିଲା।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story