Advertisment

ମେଘାଳୟକୁ ଡେଇଁଲା ମଣିପୁର ନିଆଁ, ୧୬ ବନ୍ଧା ହେଲେ

ମେଘାଳୟରେ ରହି ପାଠ ପଢ଼ୁଥିବା ମଣିପୁରର କୁକୀ ଓ ମୈତୈ ସମ୍ପ୍ରଦାୟ ଛାତ୍ରଙ୍କ ଲାଗିଛି ଭୟଙ୍କର ସଂଘର୍ଷ ଘଟିଛି ।

author-image
Niharika Rout
ଅଦ୍ୟତନ ହୋଇଛି
Violence

Violence

ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ସଂଘର୍ଷ ଯୋଗୁ ମଣିପୁରରେ ଲାଗିଥିବା ନିଆଁ ଏବେ ପଡ଼ୋଶୀ ରାଜ୍ୟ ମେଘାଳୟକୁ ବ୍ୟାପିଲାଣି। ମେଘାଳୟରେ ରହି ପାଠ ପଢ଼ୁଥିବା ମଣିପୁରର କୁକୀ ଓ ମୈତୈ ସମ୍ପ୍ରଦାୟ ଛାତ୍ରଙ୍କ ଭୟଙ୍କର ସଂଘର୍ଷ ଘଟିଥିବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

Advertisment

ମେଘାଳୟ ରାଜଧାନୀ ଶିଲଂର ମିଜୋ ମଡର୍ଣ୍ଣ ସ୍କୁଲ ନିକଟ ରାସ୍ତା ଗତ ଗୁରୁବାର ରାତିରେ ରଣକ୍ଷେତ୍ର ପାଲଟିଥିଲା। କୁକୀ ଓ ମୈତୈ ସମ୍ପ୍ରଦାୟ ଛାତ୍ରଙ୍କ ମଧ୍ୟରେ ମଧ୍ୟରେ ଲାଗିଥିବା ବିବାଦ ଗତ ଗୁରୁବାର ରାତିରେ ଭୟଙ୍କର ରୂପ ଧାରଣ କରିଥିଲା । ଉଭୟ ସମ୍ପ୍ରଦାୟ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିବା ବେଳେ ପରେ ଉଭୟ ପକ୍ଷ ପରସ୍ପରଙ୍କୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ ।

ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଘଟଣାସ୍ଥଳରୁ ୧୬ ଜଣଙ୍କୁ ଗିରଫ କରିଛି। ଏଥିସହ ଉତ୍ତେଜନା ସୃଷ୍ଟି କଲେ ଉଠାଇ ନିଆଯିବ ବୋଲି ଚେତାବନୀ ଦିଆଯିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହି ସଂଘର୍ଷରେ ୨ ଜଣ ଆହତ ହୋଇଛନ୍ତି।

Advertisment

ବିକ୍ଷୋଭକାରୀ ଛାତ୍ରମାନେ ମଣିପୁରର ହୋଇଥିବା ବେଳେ ମେଘାଳୟର ରାଜଧାନୀ ଶିଲଂର ବିଭିନ୍ନ କଲେଜ ଓ ୟୁନିଭରସିଟିରେ ପାଠ ପଢ଼ୁଛନ୍ତି। ମଣିପୁରରେ ହୋଇଥିବା ବ୍ୟାପକ ହିସାଂ ଯୋଗୁ ଏଠାରେ ବି ଉତ୍ତେଜନା ପ୍ରକାଶ ପାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଆଦିବାସୀ ଓ ମୈତୈ ସଂପ୍ରଦାୟ ମଧ୍ୟରେ ଗତ ବୁଧବାର ସୃଷ୍ଟି ହୋଇଥିବା ଭୟଙ୍କର ସଂଘର୍ଷ ଯୋଗୁ ମଣିପୁର ସ୍ଥିତି ସାଂଘାତିକ ହୋଇଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ହିଂସାକାଣ୍ଡ ଯୋଗୁ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଛି। ସ୍ଥିତିକୁ ଦେଖି ୧୪୪ ଧାରା ଲାଗୁ କରାଯିବା ସହ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।

ମଣିପୁରରେ ଆର୍ମି ଓ ଆସାମ ରାଇଫଲର ୫ କଲମ ଯବାନଙ୍କୁ ମୁତୟନ କରାଯାଇଛି। ଆଉ ୧୪ କଲମ ଯବାନଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି। ହିଂସା କ୍ଷତିଗ୍ରସ୍ତ ଅଞ୍ଚଳରୁ ଇତି ମଧ୍ୟରେ ୯ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳରେ ରଖାଯାଇଛି।

ଏବେ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିଲେ ମଧ୍ୟ ସ୍ୱାଭାବିକ ଜୀବନଧାରା ଟ୍ରାକ୍‌କୁ ଫେରିନି। ସବୁଆଡ଼େ ବିକ୍ଷୋଭର ଚିହ୍ନ ଥିବା ବେଳେ ଉତ୍ତ୍ୟକ୍ତ ଲୋକେ ସ୍କୁଲ, କଲେଜରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସେହିପରି ରାସ୍ତା ପାର୍ଶ୍ୱରେ ମାଳ ମାଳ ଗାଡ଼ି ପୋଡ଼ି ହୋଇ ପଡ଼ିଛି। ଏବେ ସେସବୁ ମଧ୍ୟରେ ଜୀବନଯାପନକୁ ଟ୍ରାକ୍‌କୁ ଫେରାଇବା ମଣିପୁର ସରକାର ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

Communal Violence Meghalaya Arrest