Advertisment

ଏବେ ବି ଜଳୁଛି ମଣିପୁର, ଗୃହ ମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ଏଥିଯୋଗୁ ବହୁ ଧନହାନୀ ହେଉଥିବା ବେଳେ ଏହାର ମୁକାବିଲା ନିମନ୍ତେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଡାକିଛନ୍ତି ସର୍ବଦଳୀୟ ବୈଠକ । ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ ଏହି ବୈଠକ ।

undefined

Amit Saha

Advertisment

ପ୍ରାୟ ଦେଢ ମାସରୁ ଊର୍ଦ୍ଧ୍ୱ ସମୟ ହେବ ମଣିପୁର ହିଂସା ଥମିବା ନାଁ ଧରୁନି। ବରଂ ଏହା ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାକୁ ଲାଗୁଛି। ଏଥିଯୋଗୁ ବହୁ ଧନହାନୀ ହେଉଥିବା ବେଳେ ଏହାର ମୁକାବିଲା ନିମନ୍ତେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଡାକିଛନ୍ତି ସର୍ବଦଳୀୟ ବୈଠକ । ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ ଏହି ବୈଠକ । ତେବେ ଏହି ବୈଠକରେ କ’ଣ ମାନସମନ୍ଥନ ହେଉଛି ଓ ତାହା ମଣିପୁର ହିଂସା ରୋକିବାକୁ ସଞ୍ଜିବନୀ କାମ କରି ପାରୁଛି ନା ନାହିଁ ତାହା ଉପରେ ସମଗ୍ର ଦେଶବାସୀଙ୍କ ନଜର।

Advertisment

ଏନେଇ ବୁଧବାର ସନ୍ଧ୍ୟାରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଅଫିସିଆଲ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି। ଆସନ୍ତା ୨୪ ତାରିଖରେ ନୂଆଦିଲ୍ଲୀ ପାଲାର୍ମଣ୍ଟ ଲାଇବ୍ରେରୀ ବିଲ୍ଡିଂରେ ଅପରାହ୍ନ ୩ଟାରେ ଏହି ମିଟିଂ ଅନୁଷ୍ଠିତ ହେବ । ଏଥିନିମନ୍ତେ ଶାହ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଆମନ୍ତ୍ରୀତ କରିଥିବା ତାଙ୍କ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ଗୃହ ମନ୍ତ୍ରୀ ଶାହଙ୍କୁ ଭେଟିବା ପରେ ଏପରି ଘୋଷଣା କରାଯାଇଛି।

ମଣିପୁରରେ କୁକି ଓ ମୈଥି ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଏଯାବତ ଏହି ହିଂସାକାଣ୍ଡରେ ଶହେରୁ ଅଧିକ ଜୀବନ ଯାଇ ସାରିଥିବା ବେଳେ ୧୦ ହଜାର ଘରକୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ସାରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ୪୧୦୦ରୁ ଅଧିକ ହିଂସାମୂଳକ ଘଟଣା ସାମନାକୁ ଆସିଛି। ବହୁ ଲୋକ ଭୟରେ ଘରଦ୍ୱାରା ଛାଡ଼ି ଆସାମ ଓ ମିଜୋରାମରେ ଶରଣ ନେଇଛନ୍ତି। ପ୍ରାୟ ୫୦ ହଜାର ଲୋକ ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି।

Advertisment

ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ମଣିପୁରରେ କେନ୍ଦ୍ରୀୟ ସୁରକ୍ଷା ବଳର ୮୪ କମ୍ପାନୀ, ଆସାମ ରାଇଫଲ୍ସର ୧୦ ହଜାରରୁ ଅଧିକ ଯବାନ ମୁତୟନ ଅଛନ୍ତି। ଏହାସତ୍ତ୍ୱେ ସ୍ଥିତିରେ ନିୟନ୍ତ୍ରଣ ଆସି ପାରୁନି।

ଏହି ରାଜ୍ୟରେ ଶାନ୍ତି ଫେରାଇବା ପାଇଁ ବାରମ୍ବାର ହେଉଥିବା ପ୍ରୟାସ ଫେଲ୍‌ ମାରିବାରେ ଲାଗିଛି। ଏପରିକି କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ କିଛି ଦିନ ପୂର୍ବେ ମଣିପୁର ଗସ୍ତରେ ଯାଇ ବିଭିନ୍ନ ସମ୍ପ୍ରଦାୟ ସହ ଆଲୋଚନା କରିଥିଲେ। ଏଥିସହ ଅସ୍ତ୍ର ନ ଛାଡ଼ିଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଥିଲେ। ମାତ୍ର ଏହାର କିଛି ବି ଫରକ ଅନୁଭୂତ ହେଲାନି। ଏବେ ବି ମଣିପୁର ଜଳୁଛି।

ମଣିପୁର ସ୍ଥିତି ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ନିମନ୍ତେ ଦୀର୍ଘ ଦିନ ହେଲା କଂଗ୍ରେସ ଦାବି କରି ଆସୁଛି। ଏପରିକି ସମାନ ବିଚାରଧାରାର ୧୦ଟି ପାର୍ଟି ଏହି ଆଲୋଚନାରେ ସାମିଲ ହେବାକୁ କଂଗ୍ରେସ କହିଛି। ହେଲେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ କାହିଁକି ନୀରବତା ଅବଲମ୍ବନ କରୁଛନ୍ତି ବୋଲି ବିରୋଧୀ ଟାର୍ଗେଟ କରୁଛନ୍ତି। 

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ୍‌ କରିଛନ୍ତି। ଏନେଇ ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ମଣିପୁର ହିଂସା ସମଗ୍ର ଦେଶର ଅନ୍ତରଆତ୍ମାକୁ ଚୋଟ ପହଞ୍ଚାଇଛି। ଲୋକମାନେ ନିଜ ଘର ଛାଡ଼ି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଘଟଣା ଯୋଗୁ ରାଜ୍ୟରେ ବହୁ ଜୀବନ ଯାଇଥିବା ବେଳେ ବହୁ ପରିବାର ଉଜୁଡ଼ି ଯାଇଛି। ଶାନ୍ତିପ୍ରିୟ ଦେଶରେ ପରସ୍ପର ପ୍ରତି ଏପରି ଘୃଣା ଭାବ ଦେଖି ଖୁବ୍‌ କଷ୍ଟ ଲାଗୁଛି। 

Amit Shah All Party Meeting Manipur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe