Advertisment

ମଣିପୁର ହିଂସା: ୬୦ଦିନ ପରେ ଖୋଲିଲା ଜାତୀୟ ରାଜପଥ, ବିଷ୍ଣୁପୁରରେ ୩ ଜଣଙ୍କୁ ହତ୍ୟା

ଆଜି ଗୋଟିଏ ପଟେ ଭଲ ଖବର ମିଳିଥିବା ବେଳେ ଅନ୍ୟପଟେ ଦୁଃଖଦ ଖବର ଆସିଛି। ଅପରେସନ ସସ୍‌ପେନସନ ଅନ୍ତର୍ଗତ ମଣିପୁର ଦୁଇ ଉଗ୍ରବାଦୀ ସଂଗଠନ ରବିବାର ଦୀର୍ଘ ୨ ମାସ ଧରି କବ୍‌ଜା କରି ରଖିଥିବା ଜାତୀୟ ରାଜପଥ-୨କୁ ଖାଲି କରିଦେଇଛନ୍ତି।

ଅଦ୍ୟତନ ହୋଇଛି
NH-2

NH-2

Advertisment

ମଣିପୁର ହିଂସାକୁ ୬୦ ଦିନ ପୂରିଛି। ହେଲେ ଏହାକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ସବୁ ପ୍ରୟାଶ ଫେଲ ମାରିଛି। ଆଜି ଗୋଟିଏ ପଟେ ଭଲ ଖବର ମିଳିଥିବା ବେଳେ ଅନ୍ୟପଟେ ଦୁଃଖଦ ଖବର ଆସିଛି। ଅପରେସନ ସସ୍‌ପେନସନ ଅନ୍ତର୍ଗତ ମଣିପୁରର ଦୁଇ ଉଗ୍ରବାଦୀ ସଂଗଠନ ରବିବାର ଦୀର୍ଘ ୨ ମାସ ଧରି କବ୍‌ଜା କରି ରଖିଥିବା ଜାତୀୟ ରାଜପଥ-୨କୁ ଖାଲି କରିଦେଇଛନ୍ତି। ଏହି ରାଜପଥର କୁକି ସମୁଦାୟ କବ୍‌ଜା କରି ରଖିଥିଲା। ଫଳରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।

Advertisment

ଏନେଇ ୟୁନାଇଟେଡ୍ ପିପୁଲ ଫ୍ରଣ୍ଟ(ୟୁପିଏଫ୍) ଏବଂ କୁକି ନ୍ୟାସନାଲ ଅର୍ଗନାଇଜେସନ(କେଏନ୍‌ଓ) ଏକ ମିଳିତ ବୟାନ ଜାରି ମଧ୍ୟ କରିଛନ୍ତି। ଏହି ଦୁଇ ସଂଗଠନ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶାନ୍ତି ଓ ସଦ୍‌ଭାବ ରଖିବା ନିମନ୍ତେ ଆହ୍ୱାନ ଦେବା ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ରାଜପଥ ଅବରୋଧ ହଟାଇ ଦିଆଯାଇଛି। ହେଲେ କୁକି ନାଗରିକ ସମାଜ ସମୁହ କମିଟି ଅନ୍ ଟ୍ରାଇବାଲ ୟୁନିଟ୍ ଏନ୍‌ଏଚ୍‌-୨କୁ ଅବରୋଧ କରିବାକୁ କରିଥିବା ଘୋଷଣା ନେଇ ଏବେ କୌଣସି ନିଷ୍ପତ୍ତି ହୋଇନି।

ସେପଟେ ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ଖୋଜୁମନ୍ତବୀ ଗ୍ରାମରେ ଘଟିଥିବା ହିଂସାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଯେତେବେଳେ କି ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଭିତରେ ଅନେକ ଅବସ୍ଥା ଗୁରୁତର ରହିଛି। ଶନିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ରବିବାର ଏନେଇ ସୂଚନା ଦେଇଛି। ଉଗ୍ରବାଦୀମାନେ ଲୋକଙ୍କ ଘର ଜାଳିଦେଇଥିବା ମଧ୍ୟ ସୂଚନା ମିଳିଛି। ଏହି ଗୁଳିମାଡ଼ ଓ ହିଂସା ଘଟଣା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି।

Advertisment
Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe