Advertisment

Live In Partner: ଦକ୍ଷିଣ କୋରିଆ ଲିଭ ଇନ ପାର୍ଟନରଙ୍କୁ ନର୍ମମ ଭାବେ ହତ୍ୟା କଲେ ଏହି ମହିଳା

ମୃତକ ଜଣଙ୍କ ହେଉଛନ୍ତି ଡକ ଜି ୟୁ। ସେ ଦକ୍ଷିଣ କୋରିଆ ନାଗରିକ। ସେ ଏଠାରେ ଗୋଟିଏ ବଡ଼ ମୋବାଇଲ କମ୍ପାନୀର ବ୍ରାଞ୍ଚ ମ୍ୟାନେଜର ଭାବେ କାମ କରୁଥିଲେ। ତାଙ୍କୁ ଛୁରୀ ଭୁଷିବା ପରେ ହସ୍ପିଟାଲ ନେଇଥିବା ମହିଳା ଜଣଙ୍କ ହେଲେ ଲୁନଜେନା ପାମାଇ।

author-image
Hemant Lenka
Pamai

ଜି ୟୁ ଓ ପାମାଇ (ଫାଇଲ ଫଟୋ)

ଗ୍ରେଟର ନୋଏଡାର ଗୋଟିଏ ଦାମୀ ଆପାର୍ଟମେଣ୍ଟରେ ଏକାଠି ରହୁଥିଲେ। ବାହା ହୋଇ ନଥିଲେ ମଧ୍ୟ ଲିଭ ଇନରେ ରହି ମଜା କରୁଥିଲେ। ହେଲେ ଶେଷରେ ମଦ ନିଶାରେ ଆରମ୍ଭ ହୋଇଥିବା ପାଟିତୁଣ୍ଡ ଭୟଙ୍କର ରୂପ ନେଇଛି। ନିଜର ଦକ୍ଷଣି କୋରିଆ ଲିଭ ଇନ ପାର୍ଟନରଙ୍କୁ ଅତ୍ୟମ ନିର୍ମମ ଭାବେ ଛୁରୀ ଭୁଷି ହତ୍ୟା କରିଛନ୍ତି ମଣିପୁରୀ ମହିଳା।

Advertisment

ପୁଲିସ ଦକ୍ଷିଣ କୋରିଆ ନାଗରିକଙ୍କ ମୃତଦେହ ଜବତ କରିଥିବା ବେଳେ ତାଙ୍କୁ ହତ୍ୟା କରିବା ଘଟଣାରେ ମଣିପୁରର ମହିଳାଙ୍କୁ ଗିରଫ କରିଛି। ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରୁ ଏପରି ଖବର ସାମ୍ନାକୁ ଆସିଛି। ଜିଆଇଏମଏସ ହସ୍ପିଟାଲ ପକ୍ଷରୁ ହିଁ ପ୍ରଥମେ ପୁଲିସ୍‌କୁ ଏନେଇ ଖବର ଦିଆଯାଇଥିଲା। ଛୁରୀ ମାଡ଼ ହୋଇଥିବା ଅବସ୍ଥାରେ ଜଣେ ବିଦେଶୀ ନାଗରିକଙ୍କୁ ହସ୍ପିଟାଲକୁ ଅଣା ଯାଇଥିବା ଖବର ପାଇ ପୁଲିସ୍‌ ତୁରନ୍ତ ସେଠାରେ ପହଞ୍ଚିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। 

ମୃତକ ଜଣଙ୍କ ହେଉଛନ୍ତି ଡକ ଜି ୟୁ। ସେ ଦକ୍ଷିଣ କୋରିଆ ନାଗରିକ। ସେ ଏଠାରେ ଗୋଟିଏ ବଡ଼ ମୋବାଇଲ କମ୍ପାନୀର ବ୍ରାଞ୍ଚ ମ୍ୟାନେଜର ଭାବେ କାମ କରୁଥିଲେ। ତାଙ୍କୁ ଛୁରୀ ଭୁଷିବା ପରେ ହସ୍ପିଟାଲ ନେଇଥିବା ମହିଳା ଜଣଙ୍କ ହେଲେ ଲୁନଜେନା ପାମାଇ। ତାଙ୍କ ଘର ମଣିପୁରରେ। ପାମାଇ ଓ ଜି ୟୁ ଗ୍ରେଟର ନୋଏଡା ସ୍ଥିତି ଆପାର୍ଟମେଣ୍ଟରେ ୨ ବର୍ଷ ହେଲା ଲିଭ ଇନରେ ରହୁଥିଲେ। ପୁଲିସ ଘଟଣା ପରେ ପାମାଇଙ୍କୁ ଜେରା କରିଥିଲା। ଏହି ସମୟରେ ସେ ତାଙ୍କ ଲିଭ ଇନ ପାର୍ଟନର ଜି ୟୁଙ୍କୁ ଛୁରୀ ଭୁଷି ଦେଇଥିବା ସ୍ୱୀକାର କରିଛନ୍ତି। 

Advertisment

ତଦନ୍ତରୁ ଜଣାପଡ଼ିଛି ଯେ ଦୁଇ ପ୍ରେମ ପକ୍ଷୀ ବିଳମ୍ବିତ ରାତି ଯାଏ ରୁମରେ ମଦ ପିଇଥିଲେ। ଏହାପରେ କୌଣସି ଗୋଟିଏ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡ଼ା। ମଦ ନିଶାରେ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଶେଷରେ ହାତାହାତି ଆଡ଼କୁ ଯାଇଥିଲା। ଏହି ସମୟରେ ପାମାଇ ହଠାତ୍‌ ଘରେ ଥିବା ଛୁରୀ ଆଣିବା ସହ ଜି ୟୁଙ୍କ ଛାତିରେ ଏହାକୁ ଭୁଷି ଦେଇଥିଲେ। ଆଘାତ ଗଭୀର ଥିବା ବେଳେ ଏଥିରୁ ରକ୍ତ ଝରିବାରେ ଲାଗିଥିଲା। 

ଏଥିରେ ଡରି ଯାଇ ପାମାଇ ତୁରନ୍ତ ଜି ୟୁଙ୍କୁ ଜିଆଇଏମଏସ ହସ୍ପିଟାଲ ନେଇଯାଇଥିଲେ। ହେଲେ ହସ୍ପିଟାଲରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସ୍‌କୁ ଖବର ଦେଇଥିଲେ ଓ ସକାଳେ ପୂରା ଘଟଣା ସାମ୍ନାକୁ ଆସିଛି। ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ଦୁଇ ଜଣ ଲିଭ ଇନରେ ରହୁଥିଲେ ହେଁ ସେମାନଙ୍କ ସମ୍ପର୍କ ଠିକ ନଥିଲା।

ଦକ୍ଷିଣ କୋରିଆର ନାଗରିକ ଜଣଙ୍କ ପ୍ରାୟତଃ ପ୍ରବଳ ମଦ ପିଇ ନିଜର ଲିଭ ଇନ ପାର୍ଟନର(Live In Partner)ଙ୍କୁ ମାଡ଼ ମାରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଯୁକ୍ତିତର୍କ ହେଉଥିଲା। ଶନିବାର ରାତିରେ ମଦ ପିଇବା ପରେ ସମାନ ଘଟଣା ଘଟିଥିଲା। ଏଥିରେ ରାଗି ଯାଇ ମହିଳା ଜଣଙ୍କ ଜି ୟୁଙ୍କ ଛାତିରେ ଛୁରୀ ଭୁଷି ଦେଇଥିଲେ। ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଛି। 

Live In Partner