Advertisment

ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଘଟଣା: ସିବିଆଇ କରିବ ତଦନ୍ତ

ଏହାର ଭିଡିଓ ଜୁଲାଇ ୧୯ରେ ସାମ୍ନାକୁ ଆସିଥିଲା। ଭିଡିଓ ଦେଖି ପୂରା ଦେଶ ଦୋହଲି ଯାଇଛି। ସଂସଦ ଠାରୁ ଆରମ୍ଭ ଗାଁ ଗାଁରେ ଏହି ଘଟଣା ବିରୋଧରେ ସ୍ୱର ଉଠିବାରେ ଲାଗିଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ମଧ୍ୟ ମଣିପୁର ପ୍ରସଙ୍ଗକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି।

Manipur

Manipur

Advertisment

ମଣିପୁରରେ ୨ ଜଣ ମହିଳାଙ୍କୁ ବିଚ୍‌ ରାସ୍ତାରେ ଉଲଗ୍ନ କରି ଚଳାଇବା ଓ ଅସଦାଚରଣ କରିବା ଭଳି ଜଘନ୍ୟକାଣ୍ଡର ତଦନ୍ତ ସିବିଆଇ କରିବ। ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଆସନ୍ତାକାଲି ଅବଗତ କରାଇ ପାରନ୍ତି।

Advertisment

ଏହାବାଦ ଘଟଣା ବେଳର ଦୃଶ୍ୟକୁ କଏଦ ପାଇଁ ବ୍ୟବହାର କରାଯାଇଥିବା ମୋବାଇଲକୁ ଆଜି ତଦନ୍ତକାରୀ ଅଧିକାରୀମାନେ ଜବତ ମଧ୍ୟ କରିଛନ୍ତି। ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଦୁଇ ଜଣ ମହିଳାଙ୍କୁ ମେ’ ୪ ତାରିଖରେ ମୈତୈ ସଂପ୍ରଦାୟର ଲୋକ ବିଚ୍‌ ରାସ୍ତାରେ ନିବସ୍ତ୍ର କରି ଚଲାଇ ଚଲାଇ ନେଇଥିଲେ।

ଏହାର ଭିଡିଓ ଜୁଲାଇ ୧୯ରେ ସାମ୍ନାକୁ ଆସିଥିଲା। ଭିଡିଓ ଦେଖି ପୂରା ଦେଶ ଦୋହଲି ଯାଇଛି। ସଂସଦ ଠାରୁ ଆରମ୍ଭ ଗାଁ ଗାଁରେ ଏହି ଘଟଣା ବିରୋଧରେ ସ୍ୱର ଉଠିବାରେ ଲାଗିଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ମଧ୍ୟ ମଣିପୁର ପ୍ରସଙ୍ଗକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି।

Advertisment

ଏସବୁ ଭିତରେ ଏବେ ଘଟଣାର ତଦନ୍ତ ସିବିଆଇ କରିବ ବୋଲି ଜଣାପଡ଼ିଛି। ସୂତ୍ର ଅନୁସାରେ, ସରକାର ଏହି ଘଟଣାର ଶୁଣାଣି ରାଜ୍ୟ ବାହାରେ କରିବାକୁ ଅନୁମତି ଲୋଡ଼ି ପାରନ୍ତି। ପଡ଼ୋଶୀ ଆସାମର କୌଣସି କୋର୍ଟରେ ଏହାର ଶୁଣାଣି ହୋଇପାରେ।

ସେହିପରି ସିବିଆଇକୁ ଘଟଣାର ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଆସନ୍ତାକାଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟ ଯିବେ। ଘଟଣା ପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କୋର୍ଟଙ୍କୁ ଜଣାଇବେ। ଏହାବାଦ ନିଜର ଦାବି ଗୁଡ଼ିକ ମଧ୍ୟ ଉପସ୍ଥାପନ କରିବେ।

ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ନିୟମିତ ପ୍ରୟାସ କରୁଛନ୍ତି। ଏଥିପାଇଁ ସେମାନେ ଉଭୟ କୁକି ଓ ମୈତୈ ସଂପ୍ରଦାୟର ନେତାମାନଙ୍କ ଯୋଗାଯୋଗାରେ ରହିଛନ୍ତି। ଦୁଇ ସଂପ୍ରଦାୟର ଲୋକଙ୍କୁ ବୁଝାମଣା ଟେବୁଲକୁ ଆଣିବା ପାଇଁ ଗୁରୁତ୍ୱ ଦିଆଯାଉଛି।

ଆପୋଷ ବୁଝାମଣା ପାଇଁ ସରକାର ଚେଷ୍ଟା କରୁଥିଲେ ହେଁ ଦୁଇ ପକ୍ଷ ଏଯାଏ ଏକମତ ହୋଇ ପାରି ନାହାନ୍ତି। ତଥାପି ସରକାର ଖୁବଶୀଘ୍ର ସମାଧାନର ରାସ୍ତା ବାହାରିବ ବୋଲି ଆଶା ରଖି ଦୁଇ ପକ୍ଷଙ୍କୁ ବୁଝାସୁଝା କରୁଥିବା ଏହି ସୂତ୍ରରେ କୁହାଯାଇଛି।

ଆଉ ଏକ ତଥାକଥିତ ସୂତ୍ରରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡ଼େ ବ୍ୟକ୍ତିଗତ ଭାବେ ମଣିପୁରର ପ୍ରତିଟି ଘଟଣାର ସମୀକ୍ଷା କରୁଛନ୍ତି। ତାଙ୍କୁ ଅଧିକାରୀମାନେ ମଣିପୁର ସ୍ଥିତି ସମ୍ପର୍କରେ କ୍ରମାଗତ ଅପଡେଟ ଦେଉଛନ୍ତି। ନିକଟରେ ଅଧିକାରୀମାନେ ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀଙ୍କୁ ୩ ଥର ମଣିପୁର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ ବୋଲି କୁହାଯାଇଛି।

ମଣିପୁରରେ ଏବେ ବି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ହିଂସା ଦେଖିବାକୁ ମିଳିଛି। ଏଥିପାଇଁ ପ୍ରଶାସନ ଆର୍ମି, ସିଆରପିଏଫ ଓ ସିଏପିଏଫର ଅତିରିକ୍ତ ୩୫ ଶହ ଯବାନଙ୍କୁ ମୁତୟନ କରିଛି। ସୁରକ୍ଷାକର୍ମୀମାନେ ମୈତୈ ଓ କୁକି ସଂପ୍ରଦାୟର ଲୋକଙ୍କ ପାଇଁ ଗୋଟିଏ ବଫର ଜୋନ ମଧ୍ୟ ତିଆରି କରିଛନ୍ତି।

ହିଂସାକୁ ଫାଇଦା ଉଠାଇବା ପାଇଁ ପଡ଼ୋଶୀ ମିଆଁମାରରେ ଥିବା ବିଦ୍ରୋହୀ ପ୍ରବେଶ କରିବାର ଆଶଙ୍କା ରହିଛି। ଏଥିପାଇଁ ଭାରତ-ମିଆଁମାର ସୀମାରେ ବାଡ଼ ଲଗାଇବା ବ୍ୟବସ୍ଥା କରାଯାଇଛି। ସେହିପରି ମିଜୋରାମ-ମଣିପୁର ସୀମାରେ ମଧ୍ୟ ସମାନ କାମ ଚାଲିଛି। ସର୍ଭେ କାମ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି।

CBI Supreme Court Manipur Violence Manipur Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe