Advertisment

ମଣିପୁର ଭିଡିଓ ଭାଇରାଲ ଘଟଣା; ମୁଖ୍ୟ ଅଭିଯୁକ୍ତ ଗିରଫ, ଭିଡିଓ ଶେଆର ନ କରିବାକୁ ତାଗିଦ

ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ତତ୍କାଳ ଘଟଣାର ଯାଞ୍ଚ ଆରମ୍ଭ କରି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଛି।

ଅଦ୍ୟତନ ହୋଇଛି
Manipur

Manipur

Advertisment

ଦୁଇ ମହିଳାଙ୍କୁ ନିବସ୍ତ୍ର କରି ମଣିପୁର ରାସ୍ତାରେ ଚଳାଇବା ପରି ଘଟଣାର ଭିଡିଓ ଗତକାଲି ସାମନାକୁ ଆସିବା ପରେ ସମଗ୍ର ଦେଶରେ ଏହାକୁ ନେଇ ହଇଚଇ ଆରମ୍ଭ ହୋଇଯାଇଛି। ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ତତ୍କାଳ ଘଟଣାର ଯାଞ୍ଚ ଆରମ୍ଭ କରି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଛି। ଏପରି ଲଜ୍ଜାଜନକ କାଣ୍ଡ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କ ନାମ ଖୁୟରୁମ ହେରାଦାସ ଓ ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାଯାଇଛି । ମଣିପୁର ପୁଲିସ୍‌ ଆଜି ସକାଳୁ ତାଙ୍କୁ ଥାଉବଲ ଜିଲ୍ଲାରୁ ଗିରଫ କରିଛି।

Advertisment

ମହିଳାଙ୍କ ସହ ଏପରି ପଶୁ ପରି ଆଚରଣ କରିଥିବା ଖୁୟରୁମ ହେରାଦାସଙ୍କୁ ପୁଲିସ୍ ଭିଡିଓରୁ ହିଁ ଚିହ୍ନଟ କରିଥିଲା। ଏହାପରେ ତାଙ୍କୁ ଗିରଫ କରିବାରୁ ୧୨ଟି ଟିମ୍‌ ଗଠନ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଏହି ଭିଡିଓ ମେ’ ମାସର ବୋଲି ଜଣାପଡ଼ିଥିବା ବେଳେ ଗତ ୨୧ ଜୁନ୍‌ରେ ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲ। ଏହାପରେ ଆଜି ମଣିପୁରରେ (ITLF)ର ପ୍ରଦର୍ଶନ ନିମନ୍ତେ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ଏହାକୁ ଗତକାଲି ଭାଇରାଲ କରାଯାଇଥିଲା। ଏହାପରେ ସମଗ୍ର ଦେଶରେ ଏହାକୁ ନିନ୍ଦା କରାଯାଇଥିଲା।

Advertisment

ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ ଏ ସମ୍ପର୍କୀତ କୌଣସି ଭିଡିଓ ସୋଶାଲ ମିଡିଆ ପ୍ଲାଟଫର୍ମରେ ଶେଆର ନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏପରିକି ଉକ୍ତ ଭିଡିଓକୁ ପୋଷ୍ଟ ନକରିବା ନିମନ୍ତେ କେନ୍ଦ୍ର ପକ୍ଷରୁ ଟ୍ୱିଟର ଓ ଅନ୍ୟ ସୋଶାଲ ମିଡିଆ ପ୍ଲାଟଫର୍ମକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଏହି ଘଟଣାକୁ ଅତ୍ୟନ୍ତ ଲଜ୍ଜାଜନକ ଓ ମାନବଜାତି ପାଇଁ ଏହା କଳଙ୍କ ସଦୃଶ ବୋଲି ଟ୍ୱିଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଏହି ଘଟଣା ସମ୍ପର୍କରେ ସେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିବା ବି ଉଲ୍ଲେଖ କରିଛନ୍ତି। ଏଥିସୈହ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସେ ଟ୍ୱିଟ କରିଛନ୍ତି।

Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe