Advertisment

'ବିଧାନସଭା ନିର୍ବାଚନ ଯାଏ ମୋତେ ଜେଲ୍‌ରେ ରଖିବାକୁ ଷଡ଼ଯନ୍ତ୍ର ହୋଇଥିଲା'

ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆ ଏଭଳି କିଛି କହି ପୁଣି ଥରେ ବିଜେପି ଉପରେ ବର୍ଷିଛନ୍ତି।

ଅଦ୍ୟତନ ହୋଇଛି
Manish Sisodia

Manish Sisodia

Advertisment

'୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ଯାଏ ମୋତେ ଜେଲ୍‌ରେ ରଖିବାକୁ ଷଡ଼ଯନ୍ତ୍ର ହୋଇଥିଲା। ହେଲେ ଏହା ଏବେ ବିଫଳ ହୋଇଛି।' ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜାମିନରେ ବାହାରକୁ ଆସିଥିବା ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆ ଏଭଳି କିଛି କହି ପୁଣି ଥରେ ବିଜେପି ଉପରେ ବର୍ଷିଛନ୍ତି।

Advertisment

ଶନିବାର ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆପ୍‌ ନେତା ମନୀଷ ସିସୋଦିଆ ପଟପଡ଼ଗଞ୍ଜ ନିର୍ବାଚନମଣ୍ଡଳୀରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ଏଠାରେ ସେ ଲୋକଙ୍କୁ ଭେଟିଥିଲେ। ଏହି ସମୟରେ ସେ କହିଥିଲେ, ଦିଲ୍ଲୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ମୋତେ ଫେକ୍ ମାମଲାରେ ଜେଲ୍‌ରେ ରଖିବାକୁ ବିଜେପି ଷଡ଼ଯନ୍ତ୍ର କରିଥିଲା। ହେଲେ ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଏହି ଷଡଯନ୍ତ୍ର ବିଫଳ ହୋଇଛି।

କୌଣସି ଦଳର ନେତାଙ୍କ ନାଁ ନ ନେଇ ସେ କହିଛନ୍ତି ଆତଙ୍କବାଦୀ ତଥା ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ବିରୋଧରେ ଲଗାଯାଉଥିବା ଦଫା ଭଳି ମୋ ବିରୋଧରେ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କେନ୍ଦ୍ର ସରକାରୀ ଏଜେନ୍ସିମାନେ ମାମଲା ରୁଜୁ କରିଛନ୍ତି। ଏହା ଯୋଜନାବଦ୍ଧ ଭାବେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ହେଉଛି।

Advertisment

ସିସୋଦିଆ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ମୋର ପ୍ରିୟ ବନ୍ଧୁ ତଥା ରାଜନୈତିକ ଗୁରୁ ଅରବିନ୍ଦ କେଜ୍ରିୱାଲ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ ଖୁବ ଶୀଘ୍ର ଜେଲ୍‌ରୁ ମୁକୁଳିବାକୁ ଯାଉଛନ୍ତି। ସେ ଦେଶରେ ଚାଲିଥିବା ଏକଛତ୍ରବାଦୀ ଶାସନ ବିରୋଧରେ କଠୋର ଲଢ଼େଇ ଜାରି ରଖିଛନ୍ତି। ଆମେ ଗର୍ବିତ ଯେ ଆମେ ଜଣେ ଦେଶପ୍ରେମୀ ତଥା ବୈପ୍ଳବିକ ନେତାଙ୍କ ସୈନିକ। ସେ ଏକଛତ୍ରବାଦୀ ଶାସକଙ୍କ ଆଗରେ ମୁଣ୍ଡ ନୁଆଁଇବା ବଦଳରେ ଜେଲ୍ ଯିବାକୁ ପସନ୍ଦ କରିଥିଲେ। ଆଜି ଦେଶର ଗଣତନ୍ତ୍ର ଅରବିନ୍ଦ କେଜ୍ରିୱାଲଙ୍କ ରୂପରେ ବନ୍ଦୀ ହୋଇଛି।

କହିରଖୁ ଯେ, ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍‌ ନେତା ମନୀଷ ସିସୋଦିଆଙ୍କ 'ପଦଯାତ୍ରା' ଶୁକ୍ରବାର ଗ୍ରେଟର କୈଳାଶ ନିର୍ବାଚନ ମଣ୍ଡଳିରୁ ଆରମ୍ଭ ହୋଇଥିଲା। ଏହି ପଦଯାତ୍ରା ସମୟରେ ଆପ୍‌ ନେତା ଦିଲ୍ଲୀର ସମସ୍ତ ୭୦ ବିଧାନସଭା ନିର୍ବାଚନମଣ୍ଡଳି ପରିଦର୍ଶନ କରିବେ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ସୁପ୍ରିମକୋର୍ଟ ସିସୋଡିଆଙ୍କୁ ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଟଙ୍କା ହେରଫେର ମାମଲାରେ ଜାମିନ ପ୍ରଦାନ କରିଥିଲେ।

Bjp AAP Manish Sisodia Delhi Liquor Policy Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe