Advertisment

ପତ୍ନୀ ଅସୁସ୍ଥ, ପୁଅ ବାହାରେ ପଢ଼ୁଥିବା କହି ଜାମିନ ଦେବାକୁ ସିସୋଦିଆଙ୍କ ଅନୁରୋଧ

ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିବା ସିବିଆଇ ଏପରି ଜାମିନ ଆବେଦନକୁ ବିରୋଧ କରିଛି। ସରକାରଙ୍କ ଉଚ୍ଚ ପଦରେ ଥିବା ସିସୋଦିଆ ଜାମିନ ପାଇଲେ ସେ କେବଳ ପ୍ରମାଣକୁ ଲୁଚାଇବାକୁ ସକ୍ଷମ ହେବେନି ବରଂ ଏହାକୁ ନଷ୍ଟ ମଧ୍ୟ କରିଦେବେ ବୋଲି ସିବିଆଇ କହିଛି।

author-image
Hemant Lenka
Manish Sisodia

Manish Sisodia

ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆ ମଙ୍ଗଳବାର ଜାମିନ ଆବେଦନ କରିଛନ୍ତି। ତାଙ୍କ ପତ୍ନୀ ଅସୁସ୍ଥ। ପୁଅ ବାହାରେ ପଢ଼ୁଛି। ତେଣୁ ଅସୁସ୍ଥ ପତ୍ନୀଙ୍କ ଯତ୍ନ ନେବାକୁ କେହି ନାହାନ୍ତି। ପତ୍ନୀଙ୍କ ଅସୁସ୍ଥତା ଯୋଗୁ ତାଙ୍କୁ କୋର୍ଟ ଜାମିନ ଦିଅନ୍ତୁ ବୋଲି ସିସୋଦିଆ ନିବେଦନ କରିଛନ୍ତି।

Advertisment

ତେବେ ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିବା ସିବିଆଇ ଏପରି ଜାମିନ ଆବେଦନକୁ ବିରୋଧ କରିଛି। ସରକାରଙ୍କ ଉଚ୍ଚ ପଦରେ ଥିବା ସିସୋଦିଆ ଜାମିନ ପାଇଲେ ସେ କେବଳ ପ୍ରମାଣକୁ ଲୁଚାଇବାକୁ ସକ୍ଷମ ହେବେନି ବରଂ ଏହାକୁ ନଷ୍ଟ ମଧ୍ୟ କରିଦେବେ ବୋଲି ସିବିଆଇ କହିଛି।

ସିସୋଦିଆଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ସିବିଆଇକୁ ସିସୋଦିଆ ତଦନ୍ତରେ ସହଯୋଗ କରୁଛନ୍ତି। ସର୍ଚ୍ଚ ଅପରେସନ ବେଳେ କୌଣସି ପ୍ରକାରର ଆପତ୍ତିଜନକ ଜିନିଷ ମିଳିନାହିଁ। ହେପାଜତକୁ ନେଇ ଜେରା କରିବାର କୌଣସି ଆବଶ୍ୟକ ଆଉ ନାହିଁ ଓ ସେ ଦେଶ ଛାଡ଼ିବାର ଆଶଙ୍କା ମଧ୍ୟ ନାହିଁ ବୋଲି କହିଥିଲେ।

Advertisment

ସିବିଆଇ କହିଥିଲା ଯେ ଯଦିଓ ସିସୋଦିଆ ଦେଶ ଛାଡ଼ିବାର ଆଶଙ୍କା ନାହିଁ, ତଥାପି ସେ ମୁକୁଳିରେ ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ଓ ଏହା ତଦନ୍ତକୁ ପ୍ରଭାବିତ କରିବ।

ପୁଣି ସିସୋଦିଆଙ୍କ ଓକିଲ କହିଥିଲେ ଯେ ଯେଉଁ ସବୁ ଦଫା ଲାଗିଛି ସେଥିପାଇଁ ଦଣ୍ଡ ୭ ବର୍ଷରୁ କମ। ତେଣୁ ପତ୍ନୀଙ୍କ ଅସୁସ୍ଥତା ପାଇଁ ତାଙ୍କୁ ଜାମିନ ମିଳିବା ଦରକାର। କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା ଶୁକ୍ରବାର ଏହି ଜାମିନ ଆବେଦନର ଶୁଣାଣି ପୁଣି ହେବ।

CBI Manish Sisodia