Advertisment

ଆପ୍‌କୁ ଝଟ୍‌କା, ସିସୋଦିଆଙ୍କୁ ମିଳିଲାନି ଜାମିନ୍‌

ଏହା ପୂର୍ବରୁ ନିମ୍ନ ଅଦାଲତ, ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ମନ ଦୁର୍ନୀତି ମାମଲାରେ ତାଙ୍କୁ ଜାମିନ ଦେବା ପାଇଁ ମନା କରିଦେଇଥିଲେ। ଏବେ ରାଉଜ ଆଭେନ୍ୟୁ କୋର୍ଟ ମଧ୍ୟ ତାଙ୍କୁ ଜାମିନ ମଞ୍ଜୁର କରି ନହାନ୍ତି। କୋର୍ଟଙ୍କ ଏହି ରାୟକୁ ଏବେ ସିସୋଦିଆ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ।

Manish Sisodia

Manish Sisodia

Advertisment

ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଝଟ୍‌କା। ତାଙ୍କୁ ମିଳିଲାନି ଜାମିନ। ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ତାଙ୍କ ଜାମିନ ଆବେଦନ ଖରାଜ ହୋଇଛି।

Advertisment

ଏହା ପୂର୍ବରୁ ନିମ୍ନ ଅଦାଲତ, ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ମନ ଦୁର୍ନୀତି ମାମଲାରେ ତାଙ୍କୁ ଜାମିନ ଦେବା ପାଇଁ ମନା କରିଦେଇଥିଲେ। ଏବେ ରାଉଜ ଆଭେନ୍ୟୁ କୋର୍ଟ ମଧ୍ୟ ତାଙ୍କୁ ଜାମିନ ମଞ୍ଜୁର କରି ନହାନ୍ତି। କୋର୍ଟଙ୍କ ଏହି ରାୟକୁ ଏବେ ସିରୋଦିଆ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ।

କିଛି ଦିନ ପୂର୍ବେ ଦିଲ୍ଲୀ ମଦ ଦୁର୍ନୀତି ମାମଲରେ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ରାଉଜ ଆଭେନ୍ୟୁ ନିଜ ରାୟ ସଂରକ୍ଷିତ ରଖିଥିଲେ। ଆଜି ରାଉଜ ଆଭେନ୍ୟୁ କୋର୍ଟ ଜଷ୍ଟିସ କାବେରୀ ବାବେଜାଙ୍କ ସାମ୍ନାରେ ଶୁଣାଣି ବେଳେ ସିସୋଦିଆ ମଦ ଦୁର୍ନୀତି ମାମଲାର କିଙ୍ଗପିନ୍‌ ବୋଲି ସିବିଆଇ କହିଥିଲା। ଏଥିପାଇଁ ତାଙ୍କୁ ଜାମିନ ଦେବା ଉଚିତ୍‌ ନୁହେଁ ବୋଲି କହିଥିଲା। ଯଦି ସିସୋଦିଆଙ୍କୁ ଜାମିନ ମିଳେ ତେବେ ସେ ପ୍ରମାଣ ଓ ସାକ୍ଷୀ ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରିପାରନ୍ତି ବୋଲି ସିବିଆଇ କହିଥିଲା।

Advertisment

କହିରଖୁ ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା। ଏହାପରେ ଏହି ମାମଲାରେ ଟଙ୍କା ହେରଫେର ଅଭିଯୋଗରେ ଇଡି ମଧ୍ୟ ତାଙ୍କୁ ଗିରଫ କରିଥିଲା।

Manish Sisodia Delhi Liquor Policy Case Delhi Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe