Advertisment

ମନୀଷ ସିସୋଦିଆଙ୍କୁ ଶକ୍ତ ଝଟକା; ଖାରଜ ହୋଇଗଲା ଜାମିନ

ମନୀଷ ସିସୋଦିଆଙ୍କ ବିରୋଧରେ ବହୁ ସଙ୍ଗୀନ ଆରୋପ ଲାଗିଥିବାରୁ ତାଙ୍କୁ ଏବେ ଜାମିନ ଦେବା ସମ୍ଭବ ନୁହେଁ ବୋଲି ସଫା ସଫା କହିଛନ୍ତି ହାଇକୋର୍ଟ।

author-image
Niharika Rout
ଅଦ୍ୟତନ ହୋଇଛି
Manish Sisodia

Manish Sisodia

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ବନ୍ଧା ହୋଇ ତିହାର ଜେଲ୍‌ରେ ଥିବା ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ଲାଗିଛି ଶକ୍ତ ଝଟକା। ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିବା ବେଳେ ତାହାକୁ ଖାରଜ କରି ଦେଇଛନ୍ତି ବିଚାରପତି।

Advertisment

ମନୀଷ ସିସୋଦିଆଙ୍କ ବିରୋଧରେ ବହୁ ସଙ୍ଗୀନ ଆରୋପ ଲାଗିଥିବାରୁ ତାଙ୍କୁ ଏବେ ଜାମିନ ଦେବା ସମ୍ଭବ ନୁହେଁ ବୋଲି ସଫା ସଫା କହିଛନ୍ତି ହାଇକୋର୍ଟ। ଇଡି ଦାଖଲ କରିଥିବା ଚାର୍ଜଶିଟ୍‌ରେ ସିସୋଦିଆଙ୍କୁ ପୂରା ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଦର୍ଶାଇଥିବା ବେଳେ ନିଜ ସ୍ୱାର୍ଥ ପାଇଁ ଅବକାରୀ ନୀତିକୁ ସେ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଛି।

ଏହି ମାମଲାର ବିଚାର କରି କୋର୍ଟ କହିଛନ୍ତି, ମନୀଷ ସିସୋଦିଆ ଜଣେ କ୍ଷମତାଶାଳୀ ବ୍ୟକ୍ତି। ସେ ୨୦୧୫ରୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ପାଖରେ ୧୮ଟି ବିଭାଗର ଦାୟିତ୍ୱ ଥିଲା। ସେ ବାହାରକୁ ଗଲେ ନିଜ କ୍ଷମତାର ଦୁରପଯୋଗ କରି ସାକ୍ଷୀମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ତାଙ୍କୁ ଜାମିନ ଦେବା ଏବେ ସମ୍ଭବପର ନୁହେଁ ।

Advertisment

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରଥମେ ଫେବୃୟାରୀ ୨ରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା। ତାଙ୍କ ରିମାଣ୍ଡ ଅବଧି ସରିବା ପରେ କୋର୍ଟ ତାଙ୍କୁ ତିହାର ଜେଲ ପଠାଇ ଦେଇଥିଲେ। ତେବେ ମାର୍ଚ୍ଚ ୯ରେ ଇଡି ମନି ଲଣ୍ଡରିଂ ମାମଲାରେ ସିସୋଦିଆଙ୍କୁ ପୁଣି ଗିରଫ କରିଥିଲା। ତେଣୁ ସେ ସେବେଠୁ ତିହାର ଜେଲରେ ହିଁ ରହିଛନ୍ତି।

AAP Manish Sisodia AAP Leader Delhi High Court