/odisha-reporter/media/post_attachments/uploadimage/library/16_9/16_9_0/IMAGE_1685963846.jpg)
manish sisodia
ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ସେ ଏହି ମାମଲାରେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ହେଁ ଦିଲ୍ଲୀ ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି।
ସିସୋଦିଆଙ୍କ ପତ୍ନୀ ଅସୁସ୍ଥ ରହିଛନ୍ତି। ତାଙ୍କର ଦେଖା ଶୁଣା କରିବାକୁ କେହି ନଥିବାରୁ ସିସୋଦିଆ ଜାମିନ ପାଇଁ ଆବେଦନ କରିଥିଲେ। ତଥାପି କୋର୍ଟ ତାଙ୍କୁ ଜାମିନ ଦେଇ ନାହାନ୍ତି।
ହାଇକୋର୍ଟ ବିଚାରପତି ଜଷ୍ଟିସ ଦୀନେଶ କୁମାର ଶର୍ମା ଜାମିନ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। ତେବେ ସିସୋଦିଆଙ୍କୁ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଦେଖିବାକୁ ଅନୁମତି ଦେଇଛନ୍ତି। ସକାଳ ୧୦ଟାରୁ ସନ୍ଧ୍ୟା ୫ ମଧ୍ୟରେ ସେ ତାଙ୍କ ପତ୍ନୀଙ୍କୁ ଥରେ ଦେଖିପାରିବେ ବୋଲି କୋର୍ଟ କହିଛନ୍ତି।
ପତ୍ନୀଙ୍କ ସୁବିଧା ଅନୁସାରେ ସିସୋଦିଆ ତାଙ୍କୁ ଭେଟି ପାରିବେ। ଏହି ସମୟରେ ସିସୋଦିଆ ଘର ଲୋକଙ୍କ ବ୍ୟତୀତ ଆଉ କାହା ସହ କଥାବାର୍ତ୍ତା କରିପାରିବେ ନାହିଁ। ପୁଲିସ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭେଟଘାଟ ହେବ। ମିଡିଆ କର୍ମୀଙ୍କ ଭିଡ଼ ଯେମିତି ନ ହେବ, ସେକଥା ପୁଲିସ୍ ନିଶ୍ଚିତ କରିବ। ସିସୋଦିଆ ମୋବାଇଲ ଫୋନ କିମ୍ବା ଇଣ୍ଟରନେଟ ବ୍ୟବହାର କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।
ଦିଲ୍ଲୀ ଅବକାରୀ ନୀତି ଘଟଣାରେ ଇଡି ରୁଜୁ କରିଥିବା ମାମଲାରେ ସିସୋଦିଆଙ୍କୁ ମାର୍ଚ୍ଚ ୯ରେ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲରେ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
