Advertisment

ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲେ ସିସୋଦିଆ

ଏପ୍ରିଲ ୩୦ ତାରିଖରେ ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଦ୍ୱିତୀୟ ଥର ପାଇଁ ଖରାଜ କରି ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସିସୋଦିଆ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ଅଦ୍ୟତନ ହୋଇଛି
Manish sisodia

Manish sisodia

Advertisment

ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଦିଲ୍ଲୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ରାଉଜ ଆଭେନ୍ୟୁ କୋର୍ଟଓ ସୁପ୍ରିମକୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସେ ଦିଲ୍ଲୀ ହାଇକୋର୍ଟରେ ପୁଣି ଥରେ ଜାମିନ ପାଇଁ ଆବେଦନ କରିଛନ୍ତି। ଶୁକ୍ରବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Advertisment

ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଉଭୟ ମାମଲାରେ ଜାମିନ ପାଇଁ ସିସୋଦିଆ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ତତ୍‌ତ୍କାଳ ଶୁଣାଣି ପାଇଁ କୋର୍ଟରେ ଗୁହାରି କରାଯାଇଛି। ତେବେ ଜଷ୍ଟିସ୍‌ ମନମୋହନ ଓ ଜଷ୍ଟିସ ମନମିତ ପିଏସ୍‌ ଅରୋରାଙ୍କ ଖଣ୍ଡପୀଠ ଶୁକ୍ରବାର ଏହି ମାମଲାରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ନ୍ୟାୟଧୀଶଙ୍କୁ ଫାଇଲଗୁଡିକୁ ଦେଖିବାକୁ ଦିଅନ୍ତି। ଏଥିପାଇଁ ଆପଣ କାଲି ଆସନ୍ତୁ ବୋଲି ଖଣ୍ଡପୀଠ ସିସୋଦିଆଙ୍କ ଓକିଲଙ୍କୁ କହିଛନ୍ତି।

ଏପ୍ରିଲ ୩୦ ତାରିଖରେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଦ୍ୱିତୀୟ ଥର ପାଇଁ ଖରାଜ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସିସୋଦିଆ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Advertisment

କହିରଖୁ ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତ ବର୍ଷ ଫେବ୍ରୁଆରୀରେ ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଏହାପରେ ଏହି ମାମଲାର ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା।

Manish Sisodia Delhi High Court Delhi Liquor Policy Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe