Advertisment

ସିସୋଦିଆଙ୍କୁ ଜେଲ୍‌ରେ ମିଳୁଛି VVIP ଟ୍ରିଟ୍‌ମେଣ୍ଟ, ଦାବି କଲା ମହାଠକ ସୁକେଶ

ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖିଛି ମହାଠକ ସୁକେଶ ଚନ୍ଦ୍ରଶେଖର।

author-image
Madhupriya Mistry
Sukesh and Sisodia

Sukesh and Sisodia

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଜେଲ୍‌ରେ ମିଳୁଛି ଭିଭିଆଇପି ଟ୍ରିଟ୍‌ମେଣ୍ଟ। ଏଭଳି କିଛି ଦାବି କରି ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖିଛି ମହାଠକ ସୁକେଶ ଚନ୍ଦ୍ରଶେଖର। ଏଥିସହ ଏହାର ତଦନ୍ତ କରିବାକୁ ସେ ଦାବି କରିଛି। 

Advertisment

୨୦୦ କୋଟି ଠକେଇ ମାମଲାରେ ଦିଲ୍ଲୀ ଏକ ଜେଲ୍‌ରେ ବନ୍ଦ ଥିବା ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଆପ୍ ନେତାଙ୍କୁ କରିଛି ଟାର୍ଗେଟ୍। ମନୀଷ ସିସୋଦିଆଙ୍କୁ ଜେଲ୍‌ରେ ଭିଭିଆଇପି ଟ୍ରିଟ୍‌ମେଣ୍ଟ ମିଳୁଥିବା ଅଭିଯୋଗ କରିବା ସହ ସେ ଏହାର ତଦନ୍ତ ଦାବି କରି ଦିଲ୍ଲୀ ଏଲ୍‌ଜି ବିକେ ସାକ୍‌ସେନାଙ୍କ ପାଖକୁ ଚିଠି ଲେଖିଛି। 

ସିିସୋଦିଆ ଏବେ ଦିଲ୍ଲୀ ତିହାର ଜେଲ୍‌ର ସେଲ୍ ନମ୍ବର୧ର ୯-ନମ୍ବର ୱାର୍ଡରେ ଅଛନ୍ତି। ଏହା ତିହାର ଜେଲ୍‌ର ସବୁଠୁ ଭିଭିଆଇପି ୱାର୍ଡ। ପୂର୍ବରୁ ଏହି ୱାର୍ଡରେ ସାହାରାର ସୁବ୍ରୋତ ରୟ, ଅମର ସିଂହ, ଏ.ରାଜା, କଲମାଡି, ସଞ୍ଜୟ ଚନ୍ଦ୍ରା ଭଳି କଏଦୀଙ୍କୁ ରଖାଯାଇଥିଲା। ଏହି ୱାର୍ଡରେ ସିସୋଦିଆଙ୍କ ମଧ୍ୟ ବିଶେଷ ରୂପେ ଧ୍ୟାନ ରଖାଯାଉଛି। ତାଙ୍କୁ ଭିଭିଆଇପି ସେବା ମିଳୁଛି। ଜେଲ୍ ପ୍ରଶାସନ ପୂରାପୁରି ଆମ୍ ଆଦମୀ ପାର୍ଟି ହାତର କଣ୍ଢେଇ ସାଜିଛି। କେବଳ ସେତିକି ନୁହେଁ ସତ୍ୟେନ୍ଦ୍ର ଜୈନ ମଧ୍ୟ ଜେଲ୍ କର୍ମଚାରୀଙ୍କୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି ବୋଲି ସୁକେଶ ତା’ ଚିଠିରେ ଉଲ୍ଲେଖ କରିଛି।

Advertisment

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ମନୀଷ ସିସୋଦିଆଙ୍କୁ ନେଇ ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗ କରିଛି ସୁକେଶ। କେଜ୍ରିୱାଲ ପ୍ରକୃତରେ ମନୀଷ ସିସୋଡିଆଙ୍କ ଅସୁରକ୍ଷିତତାର ମିଥ୍ୟା ଖବର ପ୍ରଚାର କରୁଛନ୍ତି ବୋଲି ସୁକେଶ କହିଛି। 

ଉଲ୍ଳେଖଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୋର୍ଟ ମାର୍ଚ୍ଚ ୧୭ ଯାଏଁ ଇଡି ରିମାଣ୍ଡକୁ ପଠାଇଛନ୍ତି। ୨୦୯ କୋଟି  ଟଙ୍କାର ହୋଇଥିବା ଦୁର୍ନୀତି ମାମଲାର ଅଧିକ ତଦନ୍ତ ପାଇଁ ଇଡି କୋର୍ଟକୁ ସିସୋଦିଆଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ କୋର୍ଟ ଏକ ସପ୍ତାହ ଲାଗି ସିସୋଦିଆଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

Sukesh Chandrasekhar Manish Sisodia Delhi Liquor Scam