Advertisment

ସିସୋଦିଆଙ୍କୁ ସାମାନ୍ୟ ଆଶ୍ୱସ୍ତି, ମିଳିଲା ଜାମିନ

ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାର ଟଙ୍କା ହେରଫେର ଅଭିଯୋଗରେ ଗିରଫ ହୋଇଥିବା ମନୀଷ ସିସୋଦିଆ ବର୍ତ୍ତମାନ ଦିଲ୍ଲୀର ତିହାଡ ଜେଲ୍‌ରେ ବନ୍ଦ ଅଛନ୍ତି। ଏହାପୂର୍ବରୁ ସେ ୧୧ ନଭେମ୍ବରରେ ନିଜ ଅସୁସ୍ଥ ସ୍ତ୍ରୀ ସୀମାଙ୍କୁ ଭେଟିବା ପାଇଁ ଘରକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Manish Sisodia

Manish Sisodia

Advertisment

ଆମ୍‌ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଳିଲା ଆଶ୍ୱସ୍ତି। ଦିଲ୍ଲୀ ତଥା କଥିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏକ ବର୍ଷ ଧରି ଜେଲ୍‌ରେ ବନ୍ଦ ଥିବା ଏହି ଆପ୍‌ ନେତାଙ୍କୁ ଶେଷରେ ମିଳିଛି ଜାମିନ୍‌। କୋର୍ଟ ତାଙ୍କୁ ତିନି ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଆସନ୍ତା ୧୩ରୁ ୧୫ ତାରିଖ ଯାଏଁ ଲକ୍ଷ୍ନୌରେ ହେବାକୁ ଥିବା ତାଙ୍କ ଝିଆରି ବିବାହରେ ଯୋଗ ଦେବା ପାଇଁ କୋର୍ଟ ସିସୋଦିଆଙ୍କୁ ଅନୁମତି ଦେଇଛନ୍ତି।

Advertisment

ପୁତୁରାଙ୍କ ବିବାହରେ ସାମିଲ ହେବା ପାଇଁ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ଫେବ୍ରୁଆରୀ ୧୨ରୁ ୧୬ ଯାଏଁ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ସିସୋଦିଆ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କିନ୍ତୁ ସିସୋଦିଆଙ୍କ ଏହି ଆବେଦନକୁ ବିରୋଧ କରିଥିଲା। କିନ୍ତୁ କୋର୍ଟ ଆପ୍‌ ନେତାଙ୍କ ଏହି ଆବେଦନକୁ ମଞ୍ଜୁର କରିବା ସହ ତାଙ୍କୁ ୧୩ରୁ ୧୫ ଯାଏ ତିନି ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅସନ୍ତା ୧୪ ତାରିଖରେ ଲକ୍ଷ୍ନୌରେ ତାଙ୍କ ଝିଆରିଙ୍କ ବିବାହ ଅଛି।

ତେବେ ଶୁଣାଣି ବେଳେ ପୁଲିସଙ୍କ ସହ ନୁହେଁ ଏକୁଟିଆ ଘରକୁ ଯିବାକୁ କୋର୍ଟକୁ ନିବେଦନ କରିଛନ୍ତି ସିସୋଦିଆ। ବିବାହ ସମୟରେ ପୁଲିସମାନଙ୍କୁ ମୋ ସହ ପଠାଇ ପରିବାର ଲୋକଙ୍କୁ ହଇରାଣ କରନ୍ତୁ ନାହିଁ। ବାହାଘର ବେଳେ ଖୁସିର ମାହୋଲକୁ ଏହା ବେକାର କରିଦେବ ବୋଲି ସେ କହିଛନ୍ତି। 

Advertisment

ଉଲ୍ଲେଖଯୋଗ୍ୟ, ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାର ଟଙ୍କା ହେରଫେର ଅଭିଯୋଗରେ ଗିରଫ ହୋଇଥିବା ମନୀଷ ସିସୋଦିଆ ବର୍ତ୍ତମାନ ଦିଲ୍ଲୀର ତିହାଡ ଜେଲ୍‌ରେ ବନ୍ଦ ଅଛନ୍ତି। ଏହାପୂର୍ବରୁ ସେ ୧୧ ନଭେମ୍ବରରେ ନିଜ ଅସୁସ୍ଥ ସ୍ତ୍ରୀ ସୀମାଙ୍କୁ ଭେଟିବା ପାଇଁ ଘରକୁ ଯାଇଥିଲେ।

ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଏହାପର ଠାରୁ ସେ ଜେଲ୍‌ରେ ବନ୍ଦ ଅଛନ୍ତି। ନିମ୍ନ ଅଦାଲତ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିସାରିଛନ୍ତି।

Delhi Manish Sisodia Manish Sisodia Granted Interim Bail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe