Advertisment

ଦିଲ୍ଲୀ ମଦ ଦୁର୍ନୀତି ସହ ସିସୋଦିଆଙ୍କ ସିଧାସଳଖ ସମ୍ପୃକ୍ତି ରହିଛି: ଇଡି

ଆଜି ସିସୋଦିଆଙ୍କର ରାଉଜ୍‌ ଆଭିନ୍ୟୁ କୋର୍ଟରେ ଜାମିନ ଶୁଣାଣି ବେଳେ କୋର୍ଟରେ ଏହି ତଥ୍ୟ ରଖିଛି ଇଡି।

author-image
Tapas Behera
Manish Sisodia

Manish Sisodia

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ ନେତା ମନୀଷ ସିସୋଦିଆଙ୍କ ସିଧାସଳଖ ସମ୍ପୃକ୍ତି ରହିଛି। ଏହା କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଜି ସିସୋଦିଆଙ୍କର ରାଉଜ୍‌ ଆଭିନ୍ୟୁ କୋର୍ଟରେ ଜାମିନ ଶୁଣାଣି ବେଳେ କୋର୍ଟରେ ଏହି ତଥ୍ୟ ରଖିଛି ଇଡି। ବିଶେଷଜ୍ଞ କମିଟିର ପରାମର୍ଶ ଅନୁଯାୟୀ ଅବକାରୀ ନୀତି କାର୍ଯ୍ୟକାରୀ ହୋଇ ନାହିଁ। ବରଂ କେତେକ ନିର୍ଦ୍ଦିଷ୍ଟ ଲୋକଙ୍କୁ ଫାଇଦା ପହଞ୍ଚାବା ପାଇଁ ଏହି ନୀତି କାର୍ଯ୍ୟକାରୀ ହୋଇଛି। ଏହି ନୀତି ଦ୍ୱାରା କେତେକ ବ୍ୟକ୍ତିଙ୍କୁ ୧୨ ପ୍ରତିଶତ ଲାଭ ପହଞ୍ଚି ପାରିଛି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା ପ୍ରଥମେ ସିସୋଦିଆଙ୍କୁ ଇଡି ଜେରା କରିଥିଲା । ଜେରା ପରେ ଫେବୃଆରୀ ୨୬ ତାରିଖ ଦିନ ସିବିଆଇ ପକ୍ଷରୁ ସିସୋଦିଆଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ସିବିଆଇ ଯାଂଚ କରୁଥିବା ବେଳେ ଅର୍ଥ ହେରଫେର ମାମଲାର ଯାଂଚ କରୁଛି ଇଡି । ପ୍ରଥମେ ସିବିଆଇ ଓ ପରେ ଇଡି ତରଫରୁ ସିସୋଦିଆଙ୍କୁ ଗିରଫ କରାଯାଇଛି ।

Advertisment

ଏହାକୁ ନେଇ ଆମ୍ ଆଦମୀ ପାର୍ଟି ବିଜେପିକୁ କଡା ସମାଲୋଚନା କରିବା ସହ ଏହା ରାଜନୀତି ପ୍ରଣୋଦିତ ବୋଲି କହିଛି ଦଳ । ଅନ୍ୟପକ୍ଷେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲ୍‌ରୁ ଖୋଲା ଚିଠି ଲେଖିଛନ୍ତି। ସିସୋଦିଆ ପଲିଟିକ୍ସ ଅଫ ଏଜୁକେସନ୍‌ ବନାମ ପଲିଟିକ୍ସ ଅଫ୍‌ ଜେଲ୍‌ ସଂକ୍ରାନ୍ତରେ ଏକ ଖୋଲା ଚିଠି‌ ଲେଖିଛନ୍ତି। ସିସୋଦିଆ ତାଙ୍କ ଚିଠିରେ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି।

ସିସୋଦିଆ କହିଛନ୍ତି, ପିଲାଙ୍କୁ ଉତ୍ତମ ଶିକ୍ଷା ଦେବା ବଦଳରେ ରାଜନୈତିକ ବିରୋଧୀଙ୍କୁ ଜେଲ୍‌ରେ ପୂରାଇବା ଅତି ସହଜ। ଶିକ୍ଷା ରାଜନୀତିକୁ ନେଇ ବିଜେପିର ବାସ୍ତବ ସମସ୍ୟା ହେଉଛି ଏହା ନେତା ନୁହେଁ ବରଂ ରାଷ୍ଟ୍ର ନିର୍ମାଣ କରେ। ସରକାର ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଲୋକଙ୍କୁ ଜେଲ୍‌ରେ ପୂରାଇବା ସହଜ। କିନ୍ତୁ ଶିକ୍ଷା ପାଇଁ ଅଭିଭାବକ, ପିଲା ଏବଂ ଶିକ୍ଷକଙ୍କୁ‌ ପ୍ରେରଣା ଯୋଗାଇବା ଏକ ଜଟିଳ କାର୍ଯ୍ୟ। କିନ୍ତୁ ଏଠି କେବଳ ଜେଲ୍‌ ରାଜନୀତିରେ ପାରଦର୍ଶିତା ପାଇଁ ୪ ଅଧିକାରୀଙ୍କ ଉପରେ ଚାପ ପକାଯାଉଛି।

Advertisment
India