Advertisment

ତିହାର ଜେଲରେ ମନୀଷ ସିସୋଦିଆଙ୍କୁ ଗିରଫ କଲା ଇଡି

ତାଙ୍କୁ ଜେଲ ଭିତରେ ଦୁଇଦିନ ଜେରା କରିବା ପରେ ଆଜି ଇଡି ତାଙ୍କୁ ଗିରଫ କରିଛି।

undefined

Manish Sisodia

Advertisment

ଦିଲ୍ଲୀର ମଦ ଦୁର୍ନୀତି  ମାମଲାରେ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ଇଡି ଗିରଫ କରିଛି।  ତିହାର ଜେଲରେ ଏବେ ସିସୋଦିଆ ଥିବା ବେଳେ ତାଙ୍କୁ ଗିରଫ କରିଛି ଇଡି। ତାଙ୍କୁ ଜେଲ ଭିତରେ ଦୁଇଦିନ ଜେରା କରିବା ପରେ ଆଜି ଇଡି ତାଙ୍କୁ ଗିରଫ କରିଛି।  ଆସନ୍ତାକାଲି ତାଙ୍କୁ ଇଡି ପକ୍ଷରୁ କୋର୍ଟରେ ହାଜର କରାଯିବ।  କାଲି ମଧ୍ୟ ତାଙ୍କର  ଜାମିନ ଶୁଣାଣି ରହିଛି। ସିବିଆଇ ପକ୍ଷରୁ  ଫେବୃଆରୀ ୨୬ରେ ଗିରଫ ହେବା ପରେ ରିମାଣ୍ଡ ସରିବା ପରେ ସିସୋଦିଆଙ୍କୁ ଦିଲ୍ଲୀର ତିହାର ଜେଲରେ ରଖାଯାଇଛି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଡ଼ୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସିସୋଡିଆଙ୍କୁ ପ୍ରାୟ ୮ଘଣ୍ଟା ଧରି ପଚରାଉଚରା କରିବା ପରେ ଗୁରୁବାର ଗିରଫ କରିଛି।

Advertisment

ଦିଲ୍ଲୀର ଅବକାରୀ ନୀତି ମାମଲା ତଥା କଥିତ ଅନିୟମିତତା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଛି ଇଡି। ଏନେଇ ଇଡି ଗୁରୁବାର ଦିଲ୍ଲୀର ତିହାର ଜେଲ୍‌ରେ ସିସୋଡିଆଙ୍କୁ ଦ୍ୱିତୀୟ ଥର ଲାଗି ପଚରାଉଚରା କରିଥିଲା। ତେବେ ଏହି ସମୟରେ ଇଡିକୁ ସିସୋଡିଆଙ୍କଠାରୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ତାଙ୍କୁ ଗିରଫ କରିଛି। ଏହାପୂର୍ବରୁ ମଙ୍ଗଳବାର ବି ଇଡି ଜେଲ୍‌ରେ ସିସୋଡିଆଙ୍କୁ ପଚରାଉଚରା କରିଥିଲା।

ସୂଚନା ମୁତାବକ, ସିବିଆଇ ମାମଲାରେ ମନୀଷ ସିସୋଡିଆଙ୍କ ଜାମିନ ଶୁଣାଣି ଶୁକ୍ରବାର ହେବାର ଥିଲା। ହେଲେ ଏହାର ଦିନକ ପୂର୍ବରୁ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିସୋଡିଆଙ୍କୁ ଗିରଫ କରିଛି। ତିହାର ଜେଲ୍‌ର ବନ୍ଦ ଥିବା ସିସୋଡିଆଙ୍କୁ ପଚରାଉଚରା ପାଇଁ ଇଡି କୋର୍ଟରୁ ଅନୁମତି ନେଇଥିଲା। କୋର୍ଟ ମଧ୍ୟ ଇଡିକୁ ସିସୋଡିଆଙ୍କ ବୟାନ ରେକର୍ଡ ପାଇଁ ୩ଦିନ ସମୟ ଦେଇଥିଲେ। ଅନ୍ୟପଟେ ଏହି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ଆଜି ଜେରା ପାଇଁ ନୋଟିସ୍ ହୋଇଥିଲା।  ହେଲେ ସେ ୧୧ ମାର୍ଚ୍ଚରେ ହାଜର ପାଇଁ  ଅନୁରୋଧ କରିଥିଲେ । ତାଙ୍କର ଏହି ଅନୁରୋଧକୁ କେନ୍ଦ୍ରୀୟ ଏଜେନ୍ସି ସ୍ୱୀକାର କରିଛି । କବିତା ଗୁରୁବାର ଦିଲ୍ଲୀ ପହଞ୍ଚିଛନ୍ତି । କେ. ‌କବିତା କହିଛନ୍ତି ଯେ, ତାଙ୍କୁ ଏତେ ଶୀଘ୍ର କାହିଁକି ଡକାଗଲା ତାହା ସେ ବୁଝିବାକୁ ଅସମର୍ଥା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe