Advertisment

ପ୍ରଥମଥର ପାଇଁ ସିବିଆଇ ଚାର୍ଜଶିଟ୍‌ରେ ମନୀଷ ସିସୋଦିଆଙ୍କ ନାଁ

ସିବିଆଇ ଅବକାରୀ ନୀତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଦାବି କରୁଛି। ତେବେ କେଜ୍ରିୱାଲଙ୍କ ଠାରୁ ଆରମ୍ଭ କରି ସିସୋଦିଆ ଓ ଆପ ଏହାକୁ ଖଣ୍ଡନ କରି ଆସିଛନ୍ତି।

Manish Sisodia

Manish Sisodia

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ପୁଣି ଗୋଟିଏ ଚାର୍ଜଶିଟ୍‌ ଦାଖଲ କରିଛି। ପ୍ରଥମ ଥର ପାଇଁ ସିବିଆଇ ତା’ର ଚାର୍ଜଶିଟ୍‌ରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ପୂର୍ବରୁ ସିବିଆଇ ଓ ଇଡି ଏହି ମାମଲାରେ ଚାର୍ଜଶିଟ ଦାଖଲ କରିଥିଲେ।

Advertisment

କିନ୍ତୁ ସେତେବେଳେ ସିସୋଦିଆଙ୍କ ନାଁ ନଥିଲା। ହେଲେ ଆଜି ସିବିଆଇ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ରେ ସିସୋଦିଆଙ୍କ ନାଁ ରହିଛି। ଏଥିସହ ବିଆରଏସ୍‌ ନେତ୍ରୀ କେ କବିତାଙ୍କ ପୂର୍ବତନ ଅଡିଟର ବୁଟଚି ବାବୁ, ଅର୍ଜୁନ ପାଣ୍ଡେ ଓ ଅମନଦୀପ ଧଳଙ୍କ ନାଁ ମଧ୍ୟ ଚାର୍ଜଶିଟରେ ରହିଛି। ଏବେ ସିବିଆଇ ଓ ଇଡି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କ ଭୂମିକା ଉପରେ ତଦନ୍ତ ଜାରି ରଖିଛନ୍ତି। ଆଗକୁ ପୁଣି ଚାର୍ଜଶିଟ ଦାଖଲ କରାଯିବ ବୋଲି ଜଣାପଡ଼ିଛି। 

ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରାୟ ୯ ଘଣ୍ଟା ଧରି ଜେରା କରିଥିଲା। ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ ମଧ୍ୟ ସିବିଆଇ ଏହି ମାମଲାରେ ଜେରା କରି ସାରିଛି।

Advertisment

ସିବିଆଇ ଅବକାରୀ ନୀତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଦାବି କରୁଛି। ତେବେ କେଜ୍ରିୱାଲଙ୍କ ଠାରୁ ଆରମ୍ଭ କରି ସିସୋଦିଆ ଓ ଆପ ଏହାକୁ ଖଣ୍ଡନ କରି ଆସିଛନ୍ତି।

ଫେବୃଆରୀ ୨୬ରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା। ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଅବକାରୀ ନୀତି ଦୁର୍ନୀତି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାର ପ୍ରାୟ ୬ ମାସ ପରେ ଏପରି ଗିରଫଦାରୀ ହୋଇଥିଲା। ଏହି ମାମଲାରେ ସିସୋଦିଆଙ୍କ ବ୍ୟତୀତ ଆଉ ୧୦ ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ସିସୋଦିଆଙ୍କ ବ୍ୟତୀତ ଅନ୍ୟମାନେ ଜାମିନରେ ରହିଛନ୍ତି।

ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ୨୦୨୧ରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ। ତେବେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଆଶଙ୍କା କରି ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସିବିଆଇ ତଦନ୍ତର ସୁପାରିସ କରିଥିଲେ। ଏହି ଘଟଣାରେ ୧୧ ଜଣ ଅବକାରୀ ଅଧିକାରୀଙ୍କୁ ମଧ୍ୟ ସେ ନିଲମ୍ବିତ କରିଥିଲେ।

ସିବିଆଇ ଏଫଆଇଆର ରୁଜୁ କରି ତଦନ୍ତ କରୁଥିବା ବେଳେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୋଲି ସିବିଆଇ ଓ ଇଡି ସେମାନଙ୍କ ଏଫଆଇଆରରେ କହିଥିଲେ।

୨୦୨୧ ନଭେମ୍ବର ୧୭ରେ ଆପ୍‌ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିଲେ। ହେଲେ ବିବାଦ ଯୋଗୁ ୨୦୨୨ ଜୁଲାଇ ମାସ ଶେଷ ଭାଗରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା।

Delhi CBI AAP Manish Sisodia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe