Advertisment

୧୭ ମାସ ପରେ ଜେଲ୍‌ରୁ ବାହାରିଲେ ମନୀଷ ସିସୋଦିଆ

ଜେଲ୍‌ ବାହାରେ ଦଳୀୟ ନେତା, କର୍ମୀ ଓ ସମର୍ଥକଙ୍କୁ ସମ୍ବୋଧିତ କରିବା ପରେ ମନୀଷ ସିସୋଦିଆ ସେଠାରୁ ସିଧାସଳଖ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରକୁ ଯାଇଥିଲେ।

Manish Sisodia

Manish Sisodia

Advertisment

୧୭ ମାସ ପରେ ଜେଲ୍‌ରୁ ବାହାରିଲେ ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଆଜି ସନ୍ଧ୍ୟାରେ ସେ ଦିଲ୍ଲୀର ତିହାର ଜେଲ୍‌ରୁ ବାହାରିଥିଲେ।

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ୨୦୨୩ ଫେବ୍ରୁଆରୀ ମାସରେ ଗିରଫ ହୋଇଥିବା ମନୀଷ ସିସୋଦିଆ ତିହାର ଜେଲରୁ ବାହାରିବା ପରେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶୀ ଓ ଆପ୍‌ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ତାଙ୍କୁ ସ୍ୱାଗତ କରିଥିଲେ। ତାଙ୍କୁ ସ୍ୱାଗତ କରିବା ପାଇଁ ବହୁ ସଂଖ୍ୟକ ଆପ୍ ନେତା, କର୍ମୀ ଓ ସମର୍ଥକ ତିହାର ଜେଲ୍ ବାହାରେ ଜମା ହୋଇଥିଲେ।

ଜେଲ୍‌ରୁ ବାହାରିବା ପରେ ସେ ଉପସ୍ଥିତ ଆପ୍ ସମର୍ଥକଙ୍କୁ ଅଳ୍ପ ସମୟ ପାଇଁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଆପଣମାନଙ୍କ ଭଲ ପାଇବା, ଭଗବାନଙ୍କ ଆଶୀର୍ବାଦ ଓ ସତ୍ୟର ଶକ୍ତି ଯୋଗୁଁ ମୁଁ ଜେଲ୍‌ରୁ ମୁକୁଳିଛି। ଆଉ ସବୁଠୁ ବଡ଼ କଥା ହେଉଛି ବାବାସାହେବଙ୍କ ସ୍ୱପ୍ନ ଯୋଗୁଁ ମୁଁ ଜେଲ୍‌ରୁ ବାହାରିଛି। ବାବାସାହେବ କହିଥିଲେ ଯେ ଯଦି କୌଣସି ସ୍ୱେଚ୍ଛାଚାରୀ ସରକାର କ୍ଷମତାକୁ ଆସିବେ ଓ ବିରୋଧୀ ଦଳ ନେତାମାନଙ୍କୁ ଜେଲ୍‌ରେ ପୂରାଇ ଦେବେ, ତା’ହେଲେ ଏହି ଦେଶର ସମ୍ବିଧାନ ସେମାନଙ୍କୁ ସୁରକ୍ଷା ଦେବ।  

Advertisment

ମନୀଷ ଆହୁରି କହିଥିଲେ, ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ଯେ ସମ୍ବିଧାନର ଶକ୍ତି ବଳରେ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜେଲରୁ ବାହାରିବେ। 

ଦଳୀୟ ନେତା, କର୍ମୀ ଓ ସମର୍ଥକଙ୍କୁ ସମ୍ବୋଧିତ କରିବା ପରେ ମନୀଷ ସିସୋଦିଆ ସେଠାରୁ ସିଧାସଳଖ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରକୁ ଯାଇଥିଲେ। କେଜ୍ରିୱାଲ ଜେଲ୍‌ରେ ଥିବା ବେଳେ ତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ ମନୀଷ ସିସୋଦିଆ।  

ସୁପ୍ରିମକୋର୍ଟ ଆଜି ମନୀଷଙ୍କୁ ଜାମିନ ଦେବା ବେଳେ କହିଥିଲେ ଯେ ତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଅଧିକାରରୁ ବଞ୍ଚିତ କରାଯାଇଛି। କାରଣ ତାଙ୍କୁ ବର୍ଷେରୁ ଅଧିକ ଦିନ ହେଲାଣି ଜେଲ୍‌ରେ ରଖାଯାଇଛି ଓ ଏହି ମାମଲାର ଶୁଣାଣି ମଧ୍ୟ ଏପର୍ଯ୍ୟନ୍ତ ଆରମ୍ଭ କରାଯାଉନାହିଁ। 

Manish Sisodia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe