Advertisment

ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ

ମନୀଷ ସିସୋଦିଆ ତାଙ୍କ ଜାମିନ ଆବେଦନରେ ଦର୍ଶାଇଥିଲେ ଯେ, ସେ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।

author-image
Tapas Behera
undefined

Manish Sisodia

ଦିଲ୍ଲୀ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଶୁକ୍ରବାର ନଗର କୋର୍ଟ ଖାରଜ କରିଦେଇଛନ୍ତି। ମନୀଷ ସିସୋଦିଆ ତାଙ୍କ ଜାମିନ ଆବେଦନରେ ଦର୍ଶାଇଥିଲେ ଯେ, ସେ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତାଙ୍କୁ ଜେଲରେ ରଖିଲେ ଉଦ୍ଦେଶ୍ୟ କୌଣସି ଫଳପ୍ରଦ ହେବ ନାହିଁ। ତଦନ୍ତକାରୀ ସଂସ୍ଥା ଯାହା ଜବତ କରିବା କଥା କରିସାରିଛି। ଦିଲ୍ଲୀ ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କ୍ରମେ ଉପରାଜ୍ୟପାଳ ଭିକେ ସକ୍ସେନା ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

Advertisment

ସିବିଆଇ ବ୍ୟତୀତ ଇଡି ମଧ୍ୟ ଘଟଣାର ତଦନ୍ତ କରୁଛି । ସିବିଆଇ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ଦିଲ୍ଲୀର ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥ ଭଳି ୧୮ଟି ବିଭାଗର ଦାୟିତ୍ୱରେ ଥିଲେ ।ସୂଚନା ଥାଉକି, ସିସୋଦିଆଙ୍କ ଗିରଫକୁ ନେଇ ବିଜୟନଙ୍କ ପୂର୍ବରୁ ୯ଜଣ ବିରୋଧୀଦଳ ନେତା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

ଏହିନେତାମାନେ କେନ୍ଦ୍ର ସରକାର କେନ୍ଦ୍ରୀୟ ଯାଂଚ ଏଜେନ୍ସିକୁ ରାଜନୈତିକ ସ୍ୱାର୍ଥ ଉର୍ଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା କଥା ଚିଠିରେ ଉଲ୍ଲେଖ କରିଥିଲେ । ଏହି ୯ଜଣ ନେତାଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବ୍ଦୁଲା, ଏନସିପି ମୁଖ୍ୟ ଶରଦ ପାୱାର ସାମିଲ ଥିଲେ।

Advertisment
AAP Leader