Advertisment

ଆଜି ମନୀଷ ସିସୋଦିଆଙ୍କ ଜାମିନ ଶୁଣାଣି

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ ନେତା ସିସୋଦିଆ ଏବେ ସିବିଆଇ ହେପାଜତରେ ଅଛନ୍ତି।

author-image
Tapas Behera
Manish Sisodia

Manish Sisodia

ଆଜି ଅପରାହ୍ନ ୨ଟା ବେଳେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀର ସିବିଆଇ କୋର୍ଟରେ ହାଜର ହେବେ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ ନେତା ସିସୋଦିଆ ଏବେ ସିବିଆଇ ହେପାଜତରେ ଅଛନ୍ତି। ସିସୋଦିଆ ମଧ୍ୟ ଆଜି ତାଙ୍କର ଜାମିନ ଆବେଦନ କରିଛନ୍ତି । ଅପରାହ୍ନ ୨ଟାରେ ଏହି ମାମଲାରେ ଶୁଣାଣି ହେବ। ସିସୋଦିଆ ତାଙ୍କ ଜାମିନ ଆବେଦନରେ ସିବିଆଇ ହେପାଜତରେ ସେମିତି କିଛି କୌଣସି ଫଳପ୍ରଦ ହୋଇନଥିବା କହିଛନ୍ତି।

Advertisment

କାରଣ ପୂର୍ବରୁ ସିବିଆଇ ତାଙ୍କଠାରୁ ଯାହା ଜବତ କରିବା କଥା କରିସାରିଛି। ୫୧ ବର୍ଷୀୟ ସିସୋଦିଆଙ୍କୁ ଗତ ଗୁରୁବାର ସିବିଆଇ ଗିରଫ କରିଥିଲା। ଗିରଫର ପରଦିନ ସିସୋଦିଆ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜାମିନ ଆବେଦନରେ ସିସୋଦିଆ ଉଲ୍ଲେଖ କରିଛନ୍ତି ଯେ, ସମସ୍ତ ‘ରିକଭିରି’ ଶେଷ ହୋଇଥିବାରୁ ତାଙ୍କୁ ହାଜତରେ ରଖିଲେ କିଛି ସୁଫଳ ମିଳିବ ନାହିଁ। ଯେତେବେଳେ ସମନ ପାଇବେ ତୁରନ୍ତ ସିବିଆଇରେ ହାଜର ହେବେ ବୋଲି ସେ କହିଛନ୍ତି।

ସ‌େ ଆହୁରି କହିଛନ୍ତି ଯେ, ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିମାନ‌େ ମଧ୍ୟ ଜାମିନ ପାଇ ସାରିଛନ୍ତି। ସୁପ୍ରିମ୍‌ କୋର୍ଟ ଜାମିନ ଆବେଦନ ଶୁଣାଣି କରିବାକୁ ଅଗ୍ରାହ୍ୟ କରିଦେବାରୁ ସିସୋଦିଆଙ୍କ ଓକିଲ ଦିଲ୍ଲୀ ରାଉଜ୍‌ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଥିଲେ।

Advertisment
Delhi