Advertisment

ଜେଲ ଗଲେ ମନୀଷ ସିସୋଦିଆ, ଗୀତା ନେବାକୁ କୋର୍ଟଙ୍କ ଅନୁମତି

ଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌)ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଆଉ ଅଧିକ ଦିନ ରିମାଣ୍ଡରେ ନେଇନି ସିବିଆଇ।

author-image
Hemant Lenka
Manish Sidodia

Manish Sidodia

ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌)ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଆଉ ଅଧିକ ଦିନ ରିମାଣ୍ଡରେ ନେଇନି ସିବିଆଇ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଆଜି ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଯିବାରୁ ରାଉଜ ଆଭିନ୍ୟୁ କୋର୍ଟ ସିସୋଦିଆଙ୍କୁ ଆସନ୍ତା ୨୦ ତାରିଖ ଯାଏ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Advertisment

ଏବେ ସେ ତିହାର ଜେଲରେ ରହିବେ। ଜେଲ ଭିତରେ ତାଙ୍କୁ ଗୀତା ଓ ମେଡିସିନ ବ୍ୟବହାର କରିବାକୁ ଅନୁମତି ମିଳିଛି। ସେହିପରି ସିସୋଦିଆ ମେଡିଟେସନ ସେଲ ପାଇଁ କରିଥିବା ଆବେଦନ ଉପରେ ବିଚାର କରିବାକୁ କୋର୍ଟ ଜେଲ କର୍ତ୍ତୃପକ୍ଷଘଙ୍କୁ ପରାମର୍ଶ ଦେଇଛନ୍ତି।

ଆଜି କଡ଼ା ସୁରକ୍ଷା ମଧ୍ୟରେ ସିବିଆଇ ସିସୋଦିଆଙ୍କୁ କୋର୍ଟରେ ହାଜର କରାଇଥିଲା। ସିବିଆଇ ଏହି ସମୟରେ ରିମାଣ୍ଡରେ ନେବାକୁ ଆବେଦନ କରି ନଥିଲା ଓ ଦରକାର ପଡ଼ିଲେ ୧୫ ଦିନ ପରେ ରିମାଣ୍ଡରେ ନିଆଯିବ ବୋଲି କହିଥିଲା। ଏକଥା ଶୁଣିବା ପରେ ସ୍ୱତନ୍ତ୍ର ବିଚାରପତି ଏମକେ ନାଗପାଲ ନିଜ ରାୟ ଶୁଣାଣିବା ସହ ସିସୋଦିଆଙ୍କୁ ମାର୍ଚ୍ଚ ୨୦ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Advertisment

ସିସୋଦିଆଙ୍କ ପାଇଁ ଜରୁରୀ ଥିବା ଔଷଧ ଗୁଡ଼ିକ ଜେଲରେ ଉପଲବ୍ଧ କରାଇବାକୁ କୋର୍ଟ କହିଛନ୍ତି। ତାଙ୍କୁ ଗୋଟିଏ ହଳ ଚଷମା, କଲମ, ଡାଏରୀ ଓ ଭଗବତ ଗୀତା ସେଲରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ସିସୋଦିଆଙ୍କ ଓକିଲ ମେଡିଟେସନ ସେଲର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଏହାପରେ ନିଷ୍ପତ୍ତି ନେବାକୁ କୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।

ଅନ୍ୟପକ୍ଷରେ ଆପ୍‌ର ଏହି ନଂ ୨ ନେତା ଜଣଙ୍କ କରିଥିବା ଜାମିନ ଆବେଦନର ଶୁଣାଣି ଶୁକ୍ରବାର ହେବ। ଏହି ସମୟରେ ତାଙ୍କୁ ଜାମିନ ମିଳୁଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ସିବିଆଇ ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା। ଏହାପରେ ପ୍ରଥମେ ତାଙ୍କୁ ୫ଦିନ ଓ ପରେ ୨ ଦିନ ରିମାଣ୍ଡରେ ନେଇ ଜେରା କରିଥିଲା। ଏବେ ସିବିଆଇ ରିମାଣ୍ଡ ପାଇଁ ଆବେଦନ ନ କରିବାରୁ କୋର୍ଟ ତାଙ୍କୁ ତିହାର ଜେଲକୁ ପଠାଇ ଦେଇଛନ୍ତି।

CBI AAP Manish Sisodia