Advertisment

୨୬ରେ ସିବିଆଇରେ ହାଜର ହେବେ ମନୀଷ ସିସୋଦିଆ

ମନୀଷ ସିସୋଦିଆଙ୍କ ଉପରେ ସିବିଆଇ ଖଣ୍ଡା ଝୁଲି ରହିଛି।

author-image
Tapas Behera
Manish Sisodia

Manish Sisodia

ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଉପରେ ସିବିଆଇ ଖଣ୍ଡା ଝୁଲି ରହିଛି। କେଉଁ ମୂହୁର୍ତ୍ତରେ ସିବିଆଇ ତାଙ୍କୁ ଗିରଫ କରିପାରେ। ତାଙ୍କୁ ପୁଣିଥରେ ୨୬ ଫେବୃୟାରୀରେ ଜେରା ପାଇଁ ସିବିଆଇ ସମନ କରିଛି। ଏକଥା ମନୀଷ ସିସୋଦିଆ କହିଛନ୍ତି। ଏହାପୂର୍ବରୁ ସିବିଆଇ ରବିବାର ମନୀଷ ସିସୋଦିଆଙ୍କୁ ଡକାଇଥିଲା। ବଜେଟ ଚୂଡ଼ାନ୍ତ କରିବାକୁ ଥିବାରୁ ସିସୋଦିଆ ଅଧିକ ସମୟ ଦେବାକୁ ଅନୁରୋଧ କରିଥିଲେ। ତେବେ ସିବିଆଇ ତାଙ୍କ ଅନୁରୋଧକୁ ଗ୍ରହଣ କରି ପଚରାଉଚରା ପାଇଁ ପୁଣି ସମନ ଜାରି କରିଛି।

Advertisment

ସିସୋଦିଆ କହିଛନ୍ତି, ମୁଁ ତାଙ୍କୁ ଫେବୃୟାରୀ ଶେଷ ପର୍ଯ୍ୟନ୍ତ ସମୟ ମାଗିଛି। ଯାହା ଫଳରେ ବଜେଟ ଚୂଡାନ୍ତ ହୋଇପାରିବ। ଏହାପରେ ଫେବୃୟାରୀ ଶେଷରେ କି ମ୍ବା ତା’ପରେ ଯେତେବେଳେ ବି ସେମାନେ ଡାକିବାକୁ ଚାହିଁବେ, ଏହି ମାମଲା ସହିତ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ଦେବି। ସିସୋଦିଆ କହିଛନ୍ତି ଯେ ପୂର୍ବରୁ ସିବିଆଇ ତାଙ୍କ ବିରୋଧରେ କୌଣସି ପ୍ରମାଣ ପାଇନାହିଁ। ଦିଲ୍ଲୀ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଭଲ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କେନ୍ଦ୍ର ସରକାର ଅଭିସନ୍ଧି ରଖି ଏଭଳି କରୁଛନ୍ତି। ତେବେ ସେ ପୂର୍ବ ଭଳି ସିବିଆଇକୁ ସହଯୋଗ କରିବେ ବୋଲି କହିଛନ୍ତି।

ଶନିବାର ସିସୋଦିଆ ଏକ ଟ୍ୱିଟ କରି ସିବିଆଇ ନୋଟିସ ବାବଦରେ ସୂଚନା ଦେଇଥିଲେ । ସେ ତାଙ୍କ ଟ୍ୱିଟରେ ଲେଖିଥିଲେ କି ମୋ ବିରୋଧରେ ସିବିଆଇ, ଇଡି ପୁରା ଶକ୍ତିର ସହ ଲଢୁଛି । ଦିଲ୍ଲୀର ପିଲାମାନଙ୍କୁ ଉଚ୍ଚମାନର ଶିକ୍ଷା ଦେବା ଦିଗରେ ମୁଁ କାମ କରୁଥିବାରୁ ଏହାକୁ ରୋକିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ଏହା ପୂର୍ବରୁ ଅନେକ ଥର ମନୀଷ ସିସୋଦିଆଙ୍କୁ ଜେରା କରିଛି ସିବିଆଇ । ଏହାସହ ତାଙ୍କ ବାସଭବନ, ବ୍ୟାଙ୍କ ଲକର ଆଦି ଖୋଳତାଡ କରିଛି । ସେପଟେ ଏହି ମାମଲାରେ ଏପର୍ଯ୍ୟନ୍ତ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଦୁର୍ନୀତି ମାମଲାରେ ମଧ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ, କବିତାଙ୍କୁ ସିବିଆଇ ନୋଟିସ କରିଥିଲା । ଏହାପରେ କେ.କବିତାଙ୍କ ଜଣେ ବ୍ୟକ୍ତିଗତ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି ।

Advertisment
India