Advertisment

ଆଜି ପୁଣି ସିସୋଦିଆଙ୍କୁ ପଚରାଉଚରା କରିବ ସିବିଆଇ

ସିସୋଦିଆଙ୍କୁ ଗିରଫ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

author-image
Madhupriya Mistry
ଅଦ୍ୟତନ ହୋଇଛି
Manish Sisodia

Manish Sisodia

ଆଜି ପୁଣି ସିବିଆଇରେ ହାଜର ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଅଧିକ ଜେରା ପାଇଁ ସେ ଆଜି ସିବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ଯିବେ। ତେବେ ସିବିଆଇ ଅଫିସ ଯିବା ପୂର୍ବରୁ ସିସୋଦିଆ ନିଜ ମା’ଙ୍କ ଆଶୀର୍ବାଦ ନେଇ ଘରୁ ବାହାରିଛନ୍ତି। ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା ସିବିଆଇ। କିନ୍ତୁ ଦିଲ୍ଲୀ ଅର୍ଥମନ୍ତ୍ରୀ ଥିବା ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ। ସିବିଆଇ ମଧ୍ୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଥିଲା।

Advertisment

ତେବେ ଆଜି ସିବିଆଇରେ ହାଜର ହେବା ପୂର୍ବରୁ ରାଜଘାଟ ଯାଇଛନ୍ତି ଏହି ଆପ୍ ନେତା। ତେବେ ସିବିଆଇକୁ ପୁରା ସହଯୋଗ କରିବାକୁ କହିଛନ୍ତି ସିସୋଦିଆ। ସିସୋଦିଆ ସିବିଆଇରେ ହାଜର ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛି ଆପ୍ । ରାଜଘାଟରେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରାବାଜୀ କରାଯାଇଛି । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିପାରେ ବୋଲି ଆଶଙ୍କା କରିଛନ୍ତି। 

ସେପଟେ ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ୧୪୪ ଧାରା ଲାଗୁ କରାଯାଇଛି। ଦିଲ୍ଲୀ ପୁଲିସ ବ୍ୟାନର ମଧ୍ୟ ଲଗାଇଛି। ଏଥିସହ ସିସୋଦିଆଙ୍କ ଘର ପାଖରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।  ତାଙ୍କ ଘରର ଏଣ୍ଟ୍ରି ପାଖରୁ ୪ ଲେୟାରର ବ୍ୟାରିକେଡ୍ ଲଗାଇଛି ପୁଲିସ। ଏଥିସହ ସିବିଆଇ ହେଡ୍‌କ୍ୱାଟରକୁ ଯାଉଥିବା ସମସ୍ତ ରାସ୍ତାକୁ ମଧ୍ୟ ବ୍ୟାରିକେଡ୍ ଲଗାଇ ବନ୍ଦ କରିଛି।

Advertisment

ଗତ ବର୍ଷ ଦିଲ୍ଲୀ ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ରାଜ୍ୟପାଳ ଭି.କେ ସେକ୍ସେନା। ଏହା ପରେ ଏହି ଅବକାରୀ ନୀତିକୁ ପ୍ରତ୍ୟାହାର କରିନେଇଥିଲା ଆପ୍ ସରକାର।

Delhi CBI Manish Sisodia Liquor Scam