Manmohan Singh Funeral
ଆଜି ହେବ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷକୃତ୍ୟ। ଦିନ ୧୧ଟା ୪୫ରେ ନୂଆଦିଲ୍ଲୀ ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ। ତେବେ ଏହା ପୂର୍ବରୁ କଂଗ୍ରେସ ମୁଖ୍ୟାଳୟରେ ଶେଷ ଦର୍ଶନ ପାଇଁ ମନମୋହନଙ୍କ ପାର୍ଥିବ ଶରୀର ରଖାଯାଇଛି। ସାରା ଦେଶର ବଡ଼ ବଡ଼ ନେତାଙ୍କ ତାଙ୍କ ଅନ୍ତିମ ଦର୍ଶନ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି।
କଂଗ୍ରେସ ମୁଖ୍ୟାଳୟରେ ତାଙ୍କ ପତ୍ନୀ ଏବଂ ଝିଅ ମଧ୍ୟ ମୃତଦେହ ସହ ପହଞ୍ଚିଛନ୍ତି। ରାହୁଲ ଗାନ୍ଧିଙ୍କ ସମେତ କଂଗ୍ରେସ ମୁଖ୍ୟାଳୟରେ ପ୍ରିୟଙ୍କା ଗାନ୍ଧି, ସୋନିଆ ଗାନ୍ଧି, ପୱନ ବନସଲ, ମଲ୍ଲିକାର୍ଜୁନ ଖଡ଼ଗେ, ପି ଚିଦାମ୍ବରମଙ୍କ ସମେତ ବଡ ମଧ୍ୟ ନେତାମାନେ ଉପସ୍ଥିତ ଅଛନ୍ତି।
ପୂର୍ଣ୍ଣ ସେନା ସମ୍ମାନ ସହ ଶେଷକୃତ୍ୟ ସଂପନ୍ନ ହେବାକୁ ଥିବାବେଳେ ପ୍ରତିରକ୍ଷା ମନ୍ତ୍ରାଳୟକୁ ଆବଶ୍ୟକ ବନ୍ଦୋବସ୍ତ କରିବାକୁ କୁହାଯାଇଛି। ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ୯୨ ବର୍ଷ ବୟସରେ ଆଖି ବୁଜିଥିଲେ ମନମୋହନ ସିଂହ।
#WATCH | Delhi | Mortal remains of former Prime Minister #DrManmohanSingh being taken to AICC headquarters.
The mortal remains will be kept there for the party workers to pay their last respects. pic.twitter.com/tiDuxHq45l
— ANI (@ANI) December 28, 2024
ଦିଲ୍ଲୀ ସ୍ଥିତ ବାସଭବନକୁ ମର ଶରୀର ଅଣାଯିବା ପରେ ତାଙ୍କର ଶେଷ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି। ମନମୋହନଙ୍କ ବିୟୋଗରେ ଭାରତରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି।
ଏପଟେ ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗଙ୍ଗା ଆଳତି କରାଯାଇଛି। ବାରାଣସୀ ଦଶାଶ୍ୱମେଧ ଘାଟରେ ଦୈନିକ ଗଙ୍ଗା ଆଳତି ପୂର୍ବରୁ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ହଜାର ହଜାର ଲୋକେ ଦଶାଶ୍ୱମେଧ ଘାଟରେ ଏକାଠି ହୋଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ଗଙ୍ଗା ସେବା ନିଧି ତରଫରୁ ୧ ହଜାର ୧ ଦୀପ ଦାନ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
