Advertisment

ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅଙ୍କୁ ଖଲିସ୍ତାନ ସପକ୍ଷବାଦୀଙ୍କ ଧମକ

ପଟିଆଲର ଜଣେ ଓକିଲ ଏପରି ଅଭିଯୋଗ କରିବା ପରେ ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ସହଯୋଗ ପାଇଁ ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ ଅନୁରୋଧ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Bhagwant Mann

Bhagwant Mann

ଆମେରିକାରେ ରହୁଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅଙ୍କୁ ମିଳିଛି ଖଲିସ୍ତାନୀ ସପକ୍ଷବାଦୀଙ୍କ ଧମକ। ତାଙ୍କୁ ଖଲିସ୍ତାନୀ ସପକ୍ଷବାଦୀମାନେ ଫୋନ କରିବା ସହ ବାରମ୍ବାର ଧମକ ଦେଉଛନ୍ତି। ପଟିଆଲର ଜଣେ ଓକିଲ ଏପରି ଅଭିଯୋଗ କରିବା ପରେ ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ସହଯୋଗ ପାଇଁ ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ ଅନୁରୋଧ କରିଛନ୍ତି।

Advertisment

ମାନଙ୍କ ଝିଅ ସୀରାତ କୌର ମାନ ଦୀର୍ଘ ବର୍ଷ ହେଲା ଆମେରିକାରେ ରହୁଛନ୍ତି। ଏବେ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ପଞ୍ଜାବ ପୁଲିସ୍‌ ଧରିବାକୁ ଉଦ୍ୟମ କରୁଛି। ଏଥିପାଇଁ ଆମେରିକା, କାନାଡା ଓ ଇଂଲଣ୍ଡରେ ରହୁଥିବା ଖଲିସ୍ତାନୀ ସପକ୍ଷବାଦୀମାନେ ବିକ୍ଷୋଭ କରୁଛନ୍ତି। ଏସବୁ ଭିତରେ ସୀରାତଙ୍କୁ ଟାର୍ଗେଟ କରାଯାଇଛି। ତାଙ୍କୁ ଫୋନ କରି ଖଲିସ୍ତାନୀ ସପକ୍ଷବାଦୀମାନେ ବିଭିନ୍ନ ପ୍ରକାରର ଧମକ ଦେଉଛନ୍ତି। 

ପଟିଆଲାରେ ରହୁଥିବା ଆଇନଜୀବୀ ହରମୀତ ବ୍ରାର ନିଜର ଫେସବୁକ ପୋଷ୍ଟରେ ଦାବି କରିଛନ୍ତି ଯେ ଖଲିସ୍ତାନୀ ସପକ୍ଷବାଦୀ ଓ ତା’ ସହ ଜଡ଼ିତ ସଂଗଠନଗୁଡ଼ିକ ଆମେରିକାରେ ରହୁଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପିଲାମାନଙ୍କୁ ଘେରାଉ କରିବାକୁ ଯୋଜନା କରିଛନ୍ତି। ସେମାନେ ସୀରାତଙ୍କୁ ଧମକ ଦେଇଛନ୍ତି। ପିଲମାନଙ୍କୁ ଧମକାଇ ଓ ଦୁର୍ବ୍ୟବହାର କରି ତୁମେମାନେ ଖଲିସ୍ତାନ ପାଇଯିବ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

Advertisment

ଏହି ଫେସବୁକ ପୋଷ୍ଟ ପରେ ସ୍ୱାତୀ ମାଲିୱାଲ ଟ୍ୱିଟ କରି ଏପରି କାମକୁ କାପୁରୁଷ ପଣିଆ ବୋଲି କହିଛନ୍ତି। ଏଥିସହ ସେ ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ଏହା ବିରୋଧରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ସୀରାତ କୌର ମାନ ହେଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନଙ୍କ ପ୍ରଥମ ପତ୍ନୀଙ୍କ ଝିଅ। ଭଗୱନ୍ତ ମାନଙ୍କ ପ୍ରଥମ ପତ୍ନୀ ଇନ୍ଦେରପ୍ରୀତ କୌର ଗେରୱାଲ ୨୦୧୫ରୁ ତାଙ୍କଠାରୁ ଅଲଗା ହୋଇ ରହୁଛନ୍ତି। ଉଭୟଙ୍କର ଛାଡ଼ପତ୍ର ମଧ୍ୟ ହୋଇ ସାରିଛି। ଇନ୍ଦେରପ୍ରୀତ ଓ ଭଗୱନ୍ତମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି।

ତାଙ୍କ ଝିଅଙ୍କ ନାଁ ସୀରାତ ହୋଇଥିବା ବେଳେ ପୁଅଙ୍କ ନାଁ ଦିଲଶାନ। ସେମାନେ ମା’ ଇନ୍ଦେରପ୍ରୀତଙ୍କ ସହ ଆମେରିକାର ସିଟ୍ଟେଲରେ ସ୍ଥାୟୀ ଭାବେ ରହୁଛନ୍ତି। ନିକଟରେ ଭଗୱନ୍ତ ମାନ ଡାକ୍ତର ଗୁରପ୍ରୀତ କୌରଙ୍କୁ ବିବାହ କରିଥିଲେ।

Bhagwant Mann Punjab Khalistan Amritpal Singh