Film
ପୁଣି ବିବାଦରେ ଫିଲ୍ମ ଆଦିପୁରୁଷର ଡାଏଲଗ ଲେଖିଥିବା ମନୋଜ ମୁନ୍ତାଶିର। ଆଦିପୁରୁଷ ଫିଲ୍ମରେ ସେ ବିଭିନ୍ନ ଚରିତ୍ର ପାଇଁ ଲେଖିଥିବା ଡାଏଲଗକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ମନୋଜଙ୍କ ଆଉ ଏକ ବୟାନ ସାମ୍ନାକୁ ଆସିଛି। ସେ ବଜରଙ୍ଗବାଲୀ ବା ଭଗବାନ ହନୁମାନଙ୍କୁ ଅପମାନିତ କରିଛନ୍ତି।ବଜରଙ୍ଗବାଲୀ ଭଗବାନ ନୁହନ୍ତି ବୋଲି ମନୋଜ କହିବା ପରେ ବିବାଦ ଦେଖାଦେଇଛି।
ପୂର୍ବରୁ ଆଦିପୁରୁଷର ଡାଏଲଗ ପାଇଁ ବିବାଦରେ ଥିବା ମନୋଜଙ୍କୁ ଧମକ ମିଳିବାରୁ ପୁଲିସ୍ ତାଙ୍କୁ ସୁରକ୍ଷା ଯୋଗାଇ ଦେଇଛି। ହେଲେ ସେ ବିବାଦୀୟ ବୟାନ ଦେବାରେ ଆଦୌ ପଛ ଘୁଞ୍ଚା ଦେଉ ନାହାନ୍ତି। ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ସେ ଆଦିପୁରୁଷରେ ଲେଖିଥିବା ଡାଏଲଗର ଓକିଲାତି କରିଥିଲେ।
ଏହି ସମୟରେ ସେ ବଜରଙ୍ଗବାଲୀ ଭଗବାନ ନୁହନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, “ବଜରଙ୍ଗବାଲୀ ଭଗବାନ ନୁହନ୍ତି। ସେ ଜଣେ ଭକ୍ତ। ଆମେ ତାଙ୍କୁ ଭଗବାନ ବନାଇଛୁ। କାରଣ ତାଙ୍କ ଭକ୍ତିରେ ସେମିତି କିଛି ଶକ୍ତି ଥିଲା। ସେ ଭଗବାନ ରାମଙ୍କ ପରମଭକ୍ତ ଥିଲେ।” ବାସ୍ ତାଙ୍କର ଏହି ବୟାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଭିଡିଓକୁ ଅନେକ ଲୋକ ଶେୟାର କରି ମନୋଜ ମୁନ୍ତାଶିରଙ୍କୁ ମୁର୍ଖ ଠାରୁ ଆରମ୍ଭ କରି ବିଭିନ୍ନ ଭାଷାରେ ସମାଲୋଚନା କରି ଚାଲିଛନ୍ତି। ବିଶେଷ କରି ବିଭିନ୍ନ ହିନ୍ଦୁ ସଂଗଠନ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଆଦିପୁରୁଷ’ର କିଛି ସିନ୍ ଓ ସଂଳାପକୁ ନେଇ ବିବାଦ ସୃଷ୍ଟି ହେବା ପରେ ସମସ୍ତଙ୍କ ଟାର୍ଗେଟକୁ ମନୋଜ ଆସିଥିଲେ। ସେ ନିଜର ଡାଏଲଗରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ଓ ମାତା ସୀତାଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ତେବେ ଏହାକୁ ମନୋଜ ଆଦୌ ଭୁଲ ନୁହେଁ ବୋଲି କହିଛନ୍ତି।
ସେ ନିକଟରେ ନିଜର ସଫେଇ ଦେଇ କହିଥିଲେ ଯେ “ ଡାଏଲଗରେ କିଛି ଭୁଲ ନାହିଁ। ସବୁ କିଛିକୁ ଧ୍ୟାନପୂର୍ବକ ଲେଖାଯାଇଛି। ବଜରଙ୍ଗବାଲୀଙ୍କ ଠାରୁ ଆରମ୍ଭ କରି ସବୁ ଚରିତ୍ରକୁ ତର୍ଜମା କରାଯାଇ ଡାଏଲଗ ପ୍ରସ୍ତୁତ କରାଯାଇଥିଲା। ଫିଲ୍ମରେ ସବୁ ଚରିତ୍ର ଗୋଟିଏ ଭାଷା କେମିତି କହିବେ?”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Film__1687270869.jpg)