Advertisment

ପୂରଣ ହେଲା ଡାକ୍ତରଙ୍କ ଦାବି, ମନୋଜ ବର୍ମା ହେଲେ କୋଲକାତା ପୁଲିସ କମିଶନର

IPS ଅଫିସର ମନୋଜ କୁମାର ବର୍ମା ହୋଇଛନ୍ତି କୋଲକାତାର ନୂଆ ପୁଲିସ କମିଶନର।

ଅଦ୍ୟତନ ହୋଇଛି
Manoj Kumar Verma

Manoj Kumar Verma

Advertisment

IPS ଅଫିସର ମନୋଜ କୁମାର ବର୍ମା ହୋଇଛନ୍ତି କୋଲକାତାର ନୂଆ ପୁଲିସ କମିଶନର। ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ପଦରୁ ବିନୀତ ଗୋଏଲଙ୍କୁ ହଟାଇବା ପରେ IPS  ମନୋଜ କୁମାର ବର୍ମାଙ୍କୁ ପୁଲିସ କମିଶନର ପଦରେ ନିଯୁକ୍ତି ଦେଇଛନ୍ତି।

Advertisment

1998 ବ୍ୟାଚର ମନୋଜ ବର୍ମା ପଶ୍ଚିମବଙ୍ଗ ପୁଲିସରେ ଅତିରିକ୍ତ ମହାନିର୍ଦ୍ଦେଶକ (ADG) ଭାବରେ ପୋଷ୍ଟ କରାଯାଇଥିଲା। ସେ ଏହା ପୂର୍ବରୁ ବାରାକପୋରାର ପୁଲିସ କମିଶନର ତଥା ସୁରକ୍ଷା ନିର୍ଦ୍ଦେଶାଳୟରେ ଅତିରିକ୍ତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ସେ କୋଲକାତାର ପୁଲିସ କମିଶନର ହୋଇଛନ୍ତି।

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନରତ ଜୁନିୟର ଡାକ୍ତରମାନେ ବୀନିତ ଗୋଏଲଙ୍କ ଇସ୍ତଫା ଦାବି କରିଥିଲେ। ଗତକାଲି ଆନ୍ଦୋଳନରତ ଜୁନିୟର ଡାକ୍ତରମାନଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା କରି ସେମାନଙ୍କ ଦାବି ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ।

Advertisment

ଆଜି ଜୁନିୟର ଡାକ୍ତରମାନଙ୍କ ଦାବି ପୂରଣ ହୋଇଛି। ମମତା ବାନାର୍ଜୀଙ୍କ ସରକାର ବିନୀତ ଗୋଏଲଙ୍କୁ କାର୍ଯ୍ୟରୁ ହଠାଇ ତାଙ୍କ ସ୍ଥାନରେ ମନୋଜ ବର୍ମାଙ୍କୁ ନିଯୁକ୍ତି ଦେଇଛନ୍ତି।   

Mamata Banerjee Manoj Verma Kolkata Police Chief
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe