Advertisment

ହରିଆଣା ବିଜେପି ସରକାରଙ୍କୁ ଝଟ୍‌କା, କଂଗ୍ରେସ ସମର୍ଥନରେ ୩ ବିଧାୟକ

ଏହି ୩ ବିଧାୟକ ପୂର୍ବରୁ ବିଜେପିକୁ ସମର୍ଥନ ଜଣାଇଥିଲେ।

Haryana CM

Haryana CM

Advertisment

ହରିଆଣା ବିଜେପି ସରକାରଙ୍କୁ ଲାଗିଲା ବଡ଼ ଝଟ୍‌କା। ମଙ୍ଗଳବାର ଏଠାରେ ବଡଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ଏଠାକାର ତିନି ସ୍ୱାଧୀନ ବିଧାୟକ ନାୟବ ସରକାରଙ୍କ କାନି ଛାଡି କଂଗ୍ରେସକୁ ସମର୍ଥନ କରିଛନ୍ତି।

Advertisment

କଂଗ୍ରେସକୁ ସମର୍ଥନ କରିଥିବା ତିନି ବିଧାୟକଙ୍କ ମଧ୍ୟରେ ଦାଦରିରୁ ସୋମବୀର ସାଙ୍ଗଓ୍ୱାନ, ନୀଲୋଖେଡିରୁ ଧର୍ମପାଲ ଗୋନ୍ଦର ଓ ପୁଣ୍ଡରିରୁ ରଣଧୀର ଗୋଲନ୍‌ଙ୍କ ନାଁ ସାମିଲ ଅଛି। ସାମ୍ବାଦିକ ସମ୍ମିଳନୀ କରି ଏମାନେ କଂଗ୍ରେସକୁ ସମର୍ଥନ କରୁଥିବା ନେଇ ଘୋଷଣା କରିଛନ୍ତି। ସେପଟେ ବାଦଶାହପୁର ବିଧାୟକ ରାକେଶ ଦୌଲତାବାଦ ମଧ୍ୟ କଂଗ୍ରେସକୁ ସମର୍ଥନ କରିପାରନ୍ତି ବୋଲି କୁହାଯାଇଛି।

ଏ ସମସ୍ତ ସ୍ୱାଧୀନ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ମିଳିବାକୁ ନେଇ ଦୀର୍ଘ ଦିନ ହେବ ବିଜେପ ଉପରେ ଅସନ୍ତୋଷ ଥିଲେ। କଂଗ୍ରେସକୁ ସମର୍ଥନ ଜଣାଇଥିବା ସ୍ୱାଧୀନ ବିଧାୟକଙ୍କ କହବା ମୁତାବକ, ବିଜେପି ସରକାରଙ୍କ ନୀତି ଜନବିରୋଧୀ ଅଟେ। ଏହି କାରଣରୁ ସେ କଂଗ୍ରେସକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ସେ କଂଗ୍ରେସକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରିବେ।

Advertisment

ସେପଟେ କଂଗ୍ରେସ ରାଜ୍ୟ ସଭାପତି ଉଦୟଭାନ କହିଛନ୍ତି, ବିଜେପି ହରିଆଣାରେ ଜେଜେପି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଚଳାଉଥିଲା। କିନ୍ତୁ ଆଜି ବିଜେପି ସରକାରଙ୍କ ପାଖରେ ଆଉ ସଂଖ୍ୟା ଗରିଷ୍ଠତା ନାହିଁ। ତେଣୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଦେବା ଉଚିତ।

ହରିଆଣା ବିଧାନସଭାରେ ୯୦ଟି ଆସନ ରହିଛି। ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ୪୦, କଂଗ୍ରେସ ୩୨ ଓ ଜେଜେପି ୧୦ ଏବଂ ୮ ସ୍ୱାଧୀନ ବିଧାୟକ ନିର୍ବାଚିତ ହୋଇଥିଲେ। ତେବେ ୮ ଜଣ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ୭ ଜଣ ବିଜେପିକୁ ସମର୍ଥନ ଜଣାଇଥିଲେ। ବର୍ତ୍ତମାନ ବିଜେପି ଏବଂ ଜେଜେପିର ମିଳିତ ମେଣ୍ଟ ଭାଙ୍ଗି ସାରିଛି। ଏଥିସହ ସ୍ୱାଧୀନ ବିଧାୟକଙ୍କ ସହାୟତାରେ ସରକାର ଚଳାଉଥିବା ବିଜେପିର ସରକାର ମଧ୍ୟ ଟଳମଳ ସ୍ଥିତିରେ ରହିଛି। ଯେକୌଣସି ମୁହୂର୍ତ୍ତରେ ବି ସରକାର ଭାଙ୍ଗି ଯିବା ଆଶଙ୍କା ରହିଛି।

Congress Haryana Political Crisis Independent MLA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe