Advertisment

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନରେ ବନ୍ୟା ବିଭୀଷିକା, ୩୧ ମୃତ

ତେଲେଙ୍ଗାନାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧୫ ଜଣ ପ୍ରାଣ ହରାଇଛନ୍ତି। ସେହିପରି ନିଖୋଜ ଥିବା କୁହାଯାଉଛି।

Andhra Flood

Andhra Flood

Advertisment

ଆନ୍ଧ୍ରପ୍ରଦେଶରେ ବନ୍ୟା ବିଭୀଷିକା। ବୁଡ଼ିଲା ରେଳ ଷ୍ଟେସନ୍। ଧୋଇଗଲା ରେଳ ଟ୍ରାକ୍। ଭାସିଗଲା ଟ୍ରକ୍ ଓ କାର୍‌। ରାସ୍ତାରେ ସୁଅ କାଟୁଛି ୫ ଫୁଟରୁ ଅଧିକ ପାଣି। ଛାତିକୁ ଥରାଇ ଦେଲା ଭଳି ଏଭଳି କିଛି ଦୃଶ୍ୟ ଏବେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଦେଖିବାକୁ ମିଳିଛି।

Advertisment
Flood ବନ୍ୟା ପାଣିରେ ବୁଡି ଯାଇଛି ରାସ୍ତାଘାଟ

ବନ୍ୟା ଓ ପ୍ରବଳ ବର୍ଷା ଯୋଗୁ ଏଠାରେ ବର୍ତ୍ତମାନ ସୁଦ୍ଧା ୩୧ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ତେଲେଙ୍ଗାନାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧୫ ଜଣ ପ୍ରାଣ ହରାଇଛନ୍ତି। ସେହିପରି ନିଖୋଜ ଥିବା କୁହାଯାଉଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ।

ଆନ୍ଧ୍ରପ୍ରଦେଶରେ ପ୍ରାୟ ୪.୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବିଜୟୱାଡାରେ କ୍ଷୀର ସମେତ ଅତ୍ୟାବଶ୍ୟକ ସାମଗ୍ରୀ ପାଇବା ପାଇଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାତାୟତ ଏକପ୍ରକାର ଠପ୍‌ ହୋଇଯାଇଛି। ଲୋକ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛି।

Advertisment
Heavy Rainବନ୍ୟାର ଦୃଶ୍ୟ

ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଟ୍ରେନ୍ ଓ ସଡ଼କ ପଥ। ଆନ୍ଧ୍ରର ଏକାଧିକ ସ୍ଥାନରେ ଟ୍ରେନ୍ ଟ୍ରାକ୍ ଉପୁଡ଼ି ପଡ଼ିଛି। କେଉଁଠି ଛୋଟ ଛୋଟ ବ୍ରିଜ୍ ବି କ୍ଷତିଗସ୍ତ ହୋଇଛି। ଫଳରେ ଆନ୍ଧ୍ରରୁ ଓଡ଼ିଶା ଏବଂ ଦେଶର ବିଭିନ୍ନ ସ୍ଥାନକୁ ଯାଉଥିବା ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଏବେ ଯାଏଁ ୪୩୨ଟି ଟ୍ରେନ୍ ବାତିଲ ହୋଇଛି।

ବିଜୟୱାଡ଼ା ନିକଟ ରାୟନପାଡ଼ୁ ଷ୍ଟେସନ୍ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ସମ୍ପୂର୍ଣ୍ଣ ଷ୍ଟେସନ୍ ପାଣି ଘେରରେ ରହିଛି। ଏକାଧିକ ଟ୍ରେନ୍ ଷ୍ଟେସନରେ ଅଟକି ରହିଛି। ଏହାକୁ ଦୃଷ୍ଟିରେ ରଖି ଜୋରଦାର ଚାଲିଛି ରେସ୍କ୍ୟୁ ଅପରେସନ୍। ଆକାଶ ମାର୍ଗରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଲାଗିଛି ବାୟୁ ସେନା। ଲୋକଙ୍କ ପାଖରେ ଖାଦ୍ୟ, ପାନୀୟ, ଔଷଧ ପଠାଯାଉଛି। NDRF, SDRF ସମେତ ଅନ୍ୟାନ୍ୟ ଟିମ୍ ଲୋକଙ୍କୁ ପାଣି ଭିତରୁ ବାହାର କରିବାକୁ ଲାଗିଛନ୍ତି। ବିଶେଷ ଭାବେ ବିଜୟୱାଡ଼ା, ଏନଟିଆର, ଗୁଣ୍ଟୁର ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ଯାଇଛି।

କ୍ରିଷ୍ଣା ଓ ବୁଡ଼ାମେରୁ ନଦୀରେ ଜଳସ୍ତରରେ ବଢ଼ିବା ପରେ ବନ୍ୟା ସ୍ଥିତି ଉପୁଜିଛି। ପୂର୍ବ ବର୍ଷ ଗୁଡ଼ିକରେ ଏହି ଦୁଇ ନଦୀରେ ବନ୍ୟା ଆସୁଥିଲା। ତେବେ ଏବର୍ଷ ମୌସୁମୀ ସିଜନ୍ ପରେ ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢ଼ି ଜନବସତିକୁ ମାଡ଼ିଛି।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହ ଫୋନରେ କଥା ହୋଇଛନ୍ତି। କେନ୍ଦ୍ର ପକ୍ଷରୁ ସବୁ ପ୍ରକାର ସହାୟତା କରିବା ନେଇ ଆଶ୍ୱାସନା ଦେବା ସହ ରେସ୍କ୍ୟୁ ସ୍ଥିତି ପରଖି ବୁଝିଛନ୍ତି।

Heavy Rain Andhra Pradesh Flood Telengana Flood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe