Advertisment

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ବାଣ ନିଆଁ ପଡ଼ି ୧୦ ମହିଳା ଗୁରୁତର

ବିସର୍ଜନ ବେଳେ ପ୍ରବଳ ଗହଳି ହୋଇଥିବା ବେଳେ ଫୁଟୁଥିଲା ବାଣ। ମାତ୍ର ବାଣର ନିଆଁ ଭିଡ଼ ଉପରେ ପଡ଼ିବାରୁ ପ୍ରାୟ ୧୦ ମହିଳାଙ୍କ ଶରୀରର ବହୁ ଅଂଶ ପୋଡ଼ି ଯାଇଥିବା ଜଣାଯାଇଛି।

author-image
Niharika Rout
Blast

Blast

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ମହାରାଷ୍ଟ୍ରର ନାଗପୁରରେ ଘଟିଛି ସାଂଘାତିକ ଘଟଣା। ବିସର୍ଜନ ବେଳେ ପ୍ରବଳ ଗହଳି ହୋଇଥିବା ବେଳେ ଫୁଟୁଥିଲା ବାଣ। ମାତ୍ର ବାଣର ନିଆଁ ଭିଡ଼ ଉପରେ ପଡ଼ିବାରୁ ପ୍ରାୟ ୧୦ ମହିଳାଙ୍କ ଶରୀରର ବହୁ ଅଂଶ ପୋଡ଼ି ଯାଇଥିବା ଜଣାଯାଇଛି। ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଧାଁଦୌଡ଼ ଲାଗିବାରୁ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିବା ଜଣାଯାଇଛି। ଗୁରୁତର ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଗୁରୁବାର ରାତିରେ ନାଗପୁର ଉମରେଡ ଅଞ୍ଚଳରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ପ୍ରୋସେସନ ଚାଲିଥିଲା। ଏଥିରେ ବହୁ ସଂଖ୍ୟାରେ ପୁରୁଷ, ମହିଳା, ଛୋଟ ପିଲା ସାମିଲ ହୋଇଥିଲେ। ଏହି ସମୟରେ ପ୍ରୋସେସନ ଚାଲିଥିବା ବେଳେ ନାଚ, ଗୀତରେ ଦୁଲୁକୁଥିଲା ରାସ୍ତା। ଏଥିସହ ଆତସବାଜି କାର୍ଯ୍ୟକ୍ରମ ବି ଆୟୋଜିତ ହେଉଥିଲା।

ଏହି ସମୟରେ କେହି ବାଣ ଫୁଟାଇଥିବା ବେଳେ ତାହାର ନିଆଁ ଭିଡ଼ ଉପରେ ପଡ଼ିଥିଲା। ଏହାପରେ ଲୋକେ ଚାରିଆଡ଼େ ଧାଁଦୌଡ଼ କରିବାକୁ ଲାଗିବାରୁ ବହୁ ଲୋକ ତଳେ ପଡ଼ି ଯାଇଥିଲେ। ଏଥିଯୋଗୁ ପ୍ରାୟ ୧୦ ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ତୁରନ୍ତ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ଏନେଇ ଏକ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Maharashtra