Advertisment

ଭୁଶୁଡ଼ିଲା ୩ ମହଲା କୋଠା; ରେସକ୍ୟୁ ଆରମ୍ଭ, ବହୁ ଲୋକ ଦବିଥିବା ଆଶଙ୍କା

ଏକ ତିନି ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିବାରୁ ତା’ ତଳେ ବହୁ ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି।

building colapse

building colapse

Advertisment

ଆଜି ସକାଳୁ ସକାଳୁ ମୁମ୍ବାଇର ଶାହବାଜ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ତିନି ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିବାରୁ ତା’ ତଳେ ବହୁ ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି।

Advertisment

ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ NDRF, ଅଗ୍ନିଶମ ବାହିନୀ ପ୍ରମୁଖ ସାମିଲ ହୋଇଛନ୍ତି। ବିଲ୍ଡିଂର ଭଗ୍ନାବଶେଷ ତଳୁ ୨ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନେ ସୁରକ୍ଷିତ ଥିବା ଜଣାଯାଇଛି। ଭଗ୍ନାବଶେଷ ତଳେ ଆହୁରି ବହୁ ଜଣ ତା’ ତଳେ ଦବିଥିବା ଅନୁମାନ କରାଯାଉଛି।

ଆଜି ଭୋର ପ୍ରାୟ ୫ଟା ବେଳେ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ଖବର ଅଗ୍ନିଶମ ବାହାନୀକୁ ମିଳିଥିଲା। ଏହାପରେ ତୁରନ୍ତ ଘଟଣାସ୍ଥଳରେ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ଅଧିକାରୀ କହିଛନ୍ତି। ଏହି ଅଘଟଣ ପରେ ବହୁ ଲୋକଙ୍କ ପତ୍ତା ମିଳୁ ନ ଥିବା ବେଳେ ସେମାନଙ୍କ ତଲାସୀ ଜାରି ରହିଛି। ଏଥିସହ ଉଦ୍ଧାର ପରେ ଆହତଙ୍କୁ ତୁରନ୍ତ ମେଡିକାଲ ନେବା ନିମନ୍ତେ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇଥିବା ଜଣାଯାଇଛି। 

Advertisment
Maharashtra Building Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe