Advertisment

୧୦ ଲକ୍ଷ ଟଙ୍କିଆ ମାଓବାଦୀର ମୁଣ୍ଡ ଗଡ଼ାଇଲେ ସୁରକ୍ଷାକର୍ମୀ

୩ ଦିନ ତଳେ ଛତିଶଗଡ଼ର ନାରାୟଣପୁର ଜଙ୍ଗଲରେ ହୋଇଥିବା ଘମାଘୋଟ ଲଢ଼େଇରେ ୨୭ ଜଣ ମାଓବାଦୀ ନିହତ ହୋଇଥିଲେ। ନିହତ ମାଓବାଦୀଙ୍କ ମଧ୍ୟରେ ଏନ କେଶବ ରାଓ ଓରଫ ବାସବରାଜୁ ରହିଥିଲା।

Pappu

Pappu

Advertisment

ମାଓବାଦୀ ଦମନ ଅଭିଯାନକୁ ପୁଣି ଗୋଟିଏ ସଫଳତା ମିଳିଛି। ଛତିଶଗଡ଼ ଓ ମହାରାଷ୍ଟ୍ର ପରେ ଆଜି ଝାରଖଣ୍ଡରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଝାରଖଣ୍ଡର ଲାଟେହର ଠାରେ ହୋଇଥିବା ଏନକାଉଣ୍ଟରରେ ୨ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରେ ଜଣେ ଟପ୍‌ ମାଓବାଦୀ ରହିଛି। ତା’ ନାଁ ହେଲେ ପପୁ ଲୋହାରା। ତା’ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।

Advertisment

ଝାରଖଣ୍ଡ ଜନ ମୁକ୍ତି ପରିଷଦର ମୁଖିଆ ଭାବେ ପପୁ କାମ କରୁଥିଲା। ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ପପୁ ଓ ତା’ର ସହଯୋଗୀ ପ୍ରଭାତ ଗାଞ୍ଝୁର ମୃତ୍ୟୁ ହୋଇଛି। ପ୍ରଭାତ ମୁଣ୍ଡରେ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଏନକାଉଣ୍ଟର୍‌ରେ ସଂଗଠନର ଆଉ ଜଣେ ସଦସ୍ୟ ଆହତ ହୋଇଛି। ତା’କୁ ସୁରକ୍ଷାକର୍ମୀମାନେ ଗିରଫ କରିବାକୁ ସକ୍ଷମ ହୋଇଛନ୍ତି। ତା’ ଠାରୁ ଇନସାସ ରାଇଫଲ ଜବତ କରାଯାଇଛି।

ଏହାପୂର୍ବରୁ ଅର୍ଥାତ ୩ ଦିନ ତଳେ ଛତିଶଗଡ଼ର ନାରାୟଣପୁର ଜଙ୍ଗଲରେ ହୋଇଥିବା ଘମାଘୋଟ ଲଢ଼େଇରେ ୨୭ ଜଣ ମାଓବାଦୀ ନିହତ ହୋଇଥିଲେ। ନିହତ ମାଓବାଦୀଙ୍କ ମଧ୍ୟରେ ଏନ କେଶବ ରାଓ ଓରଫ ବାସବରାଜୁ ରହିଥିଲା। ନାରାୟଣପୁର-ବିଜାପୁର ସୀମାନ୍ତରେ ୫୦ ଘଣ୍ଟା ଧରି ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ଏତେ ବଡ଼ ସଫଳତା ମିଳିଥିଲା।

Advertisment

ମାଓବାଦୀ ସଂଗଠନର କେନ୍ଦ୍ରୀୟ ସାମରିକ କମିଶନର ମୁଖିଆ ଭାବେ ବାସବରାଜୁ କାମ କରୁଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ନକ୍ସଲ ସାମ୍ରାଜ୍ୟର ସବୁଠାରୁ ବଡ଼ ପଦ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ନେଇଥିଲା। ବାସବରାଜୁକୁ ଧରିବା ପାଇଁ ୧.୫ କୋଟିର ପୁରସ୍କାର ଘୋଷଣା କରାଯାଇଥିବା ବେଳେ ସେ ଏନଆଇଏ, ତେଲଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ପୁଲିସ୍‌ର ମୋଷ୍ଟୱାଣ୍ଟେଡ ରହିଥିଲା।

ନାରାୟଣପୁର ପରେ ଗତକାଲି ମହାରାଷ୍ଟ୍ରର ଗଡ଼ଚିରୋଲିରେ ମଧ୍ୟ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୨ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା।

Naxal Encounter Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe