Advertisment

ଜନ ଅଦାଲତ ଡାକି ଡେପୁଟି ସରପଞ୍ଚ ଓ ଶିକ୍ଷାଦୂତଙ୍କୁ ହତ୍ୟା କଲେ ମାଓବାଦୀ

ଗାଁ ଲୋକମାନେ ଏକାଠି ହେବା ପରେ କିଛି ହାତ ଗଣତି ଲୋକଙ୍କୁ ରହିବାକୁ କହି  ଅନ୍ୟମାନଙ୍କୁ ଚାଲି ଯିବାକୁ ମାଓବାଦୀମାନେ ଅନୁମତି ଦେଇଥିଲେ।

Naxal

Naxal

Advertisment

ନକ୍ସଲ ପ୍ରବଣ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଣି ନିଜର ଦମ୍ଭ ଦେଖାଇଛନ୍ତି ମାଓବାଦୀ। ଜନ ଅଦାଲତ ଡାକି ମାଓବାଦୀମାନେ ଜଣେ ଡେପୁଟି ସରପଞ୍ଚ ଓ ଶିକ୍ଷାଦୂତ (ଶିକ୍ଷକ)ଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ମାଓବାଦୀମାନେ ପ୍ରଥମେ ଟାଡମେଲା ରିଜନରେ ଥିବା ଗାଁ ଲୋକଙ୍କୁ ଜନ ଅଦାଲତକୁ ଡାକିଥିଲେ।

Advertisment

ଗାଁ ଲୋକମାନେ ଏକାଠି ହେବା ପରେ କିଛି ହାତ ଗଣତି ଲୋକଙ୍କୁ ରହିବାକୁ କହି  ଅନ୍ୟମାନଙ୍କୁ ଚାଲି ଯିବାକୁ ମାଓବାଦୀମାନେ ଅନୁମତି ଦେଇଥିଲେ। ଏହାପରେ ସେମାନେ ଡେପୁଟି ସରପଞ୍ଚ ଓ ଶିକ୍ଷାଦୂତଙ୍କୁ ପୁଲିସ୍‌ ଇଦନଫର୍ମର କହି ହତ୍ୟା କରିଛନ୍ତି। ଗାଁ ମୁଣ୍ଡରେ ଉଭୟଙ୍କ ମୃତଦେକୁ ଫିଙ୍ଗିବା ସହ ଲୋକଙ୍କୁ ପୁଲିସ୍‌ ଠାରୁ ଦୂରେଇ ରହିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା କଥା ଗାଁର ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ମହିଳା ଓ ଶିକ୍ଷକମାନେ ବୁଧବାର ଜନ ଅଦାଲତକୁ ଯାଇଥିଲେ। କିଛି ସମୟ ପରେ ୪ରୁ ୫ ଜଣଙ୍କୁ ମାଓବାଦୀମାନେ ନିଜ ପାଖରେ ରଖି ବାକି ଲୋକଙ୍କୁ ଚାଲି ଯିବାକୁ କହିଥିଲେ। ଯେଉଁମାନଙ୍କୁ ମାଓବାଦୀମାନେ ରଖିଥିଲେ, ସେମାନଙ୍କୁ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ଛଡ଼ା ଯାଇଛି।

Advertisment

ହେଲେ ସେମାନଙ୍କୁ ପୁଲିସ୍‌ ଫଇଫର୍ମର ନ ସାଜିବାକୁ କୁହାଯାଇଛି। ଏଥିସହ ବିକାଶମୂଳକ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ଯେମିତି ସାମିଲ ନ ହେବେ, ସେନେଇ ମଧ୍ୟ ମାଓବାଦୀମାନେ ଧମକ ଦେଇଛନ୍ତି। ସେମାନଙ୍କ ଉପସ୍ଥିତିରେ ହିଁ ମାଓବାଦୀମାନେ ଡେପୁଟି ସରପଞ୍ଚ ଓ ଶିକ୍ଷାଦୂତଙ୍କୁ ହତ୍ୟା କରିଥିବା ସ୍ଥାନୀୟ ଲୋକ କହିଛନ୍ତି।

ସୁକମା ଏସ୍‌ପି କିରଣ ଚୌହାନ କହିଛନ୍ତି, “ଡେପୁଟି ସରପଞ୍ଚ ମାଡଭି ଗଙ୍ଗା ଓ ଶିକ୍ଷାଦୂତ କାୱାସି ସୁକ୍କାଙ୍କୁ କଙ୍ଗାରୁ କୋର୍ଟରେ ହାଜର କରାଇ ମାଓବାଦୀମାନେ ଜୁନ ୨୮ରେ ହତ୍ୟା କରିଛନ୍ତି। ଏହି ଦୁଇ ଜଣଙ୍କୁ ଜାଗରଗୁଣ୍ଡା ସବ ଡିଭିଜନ କମିଟି ପକ୍ଷରୁ ଡୁଲେଡ ଠାରେ ହାଜର ହେବାକୁ ୮ ଦିନ ତଳେ ମାଓବାଦୀମାନେ ସମନ କରିଥିଲେ।

୨ ବର୍ଷ ତଳେ ମଧ୍ୟ ମାଡଭିଙ୍କୁ ମାଓବାଦୀମାନେ ହାଜର ହେବାକୁ ସମନ କରିଥିଲେ। ସେ ମଧ୍ୟ ଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେମାନେ ତାଙ୍କୁ ଛାଡ଼ି  ଦେଇଥିଲେ। ତେଣୁ ଏଥର ମଧ୍ୟ ସମାନ ଘଟଣା ଘଟିବ ବୋଲି ଆଶା କରି ମାଡଭିଙ୍କ ପରିବାର ଲୋକ ମାଓବାଦୀଙ୍କ ସମନ ସମ୍ପର୍କରେ ପୁଲିସ୍‌କୁ କିଛି ବି ସୂଚନା ଦେଇ ନଥିଲେ। ହେଲେ ଏଥର ମାଓବାଦୀମାନେ ମାଡଭି ଓ ସୁକ୍କାଙ୍କୁ ହତ୍ୟା କରିଛନ୍ତି।”

ପୁଲିସ୍‌ ଘଟଣାରେ ସାମିଲ ଥିବା ମାଓବାଦୀମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି।

Chhattisgarh Naxal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe