Advertisment

ଜମି ବିବାଦ ମଧ୍ୟରେ ହଠାତ ଇସ୍ତଫା ଦେଲେ ମୁଦା ମୁଖ୍ୟ

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅତନ୍ୟନ୍ତ ଘନିଷ୍ଠ ମାରିଗୌଡ଼ା ସ୍ୱାସ୍ଥ୍ୟଗତ କାରଣରୁ ମୁଦା ମୁଖ୍ୟରୁ ଇସ୍ତଫା ଦେଇଥିବା କହୁଛନ୍ତି।

author-image
Hemant Lenka
Karnataka

Karnataka

ମହୀଶୂର ଅର୍ବାନ ବିକାଶ ପ୍ରାଧିକରଣ (ମୁଦା)ର ମୁଖ୍ୟ ଏମକେ ମାରିଗୌଡ଼ା ହଠାତ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅତନ୍ୟନ୍ତ ଘନିଷ୍ଠ ମାରିଗୌଡ଼ା ସ୍ୱାସ୍ଥ୍ୟଗତ କାରଣରୁ ମୁଦା ମୁଖ୍ୟରୁ ଇସ୍ତଫା ଦେଇଥିବା କହୁଛନ୍ତି।

Advertisment

ହେଲେ ଏବେ କର୍ଣ୍ଣାଟକାରେ ମୁଦା ଜମି ଦୁର୍ନୀତି ବିବାଦ ଚରମସୀମାରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ତାଙ୍କ ପରିବାର ଏଥିରେ ଫସିଛନ୍ତି। ଉଭୟ ଲୋକାୟୁକ୍ତ ଓ ଇଡି ଏହାର ତଦନ୍ତ କରୁଥିବା ବେଳେ ମାରିଗୌଡ଼ାଙ୍କ ଅପ୍ରତ୍ୟାଶିତ ଇସ୍ତଫା ସମସ୍ତଙ୍କୁ ଚକିତ କରିଛି।

ତେବେ ଇସ୍ତଫା ସମ୍ପର୍କରେ ମାରିଗୌଡ଼ା କହିଛନ୍ତି, “ମୁଁ ମୋର ଇସ୍ତଫାପତ୍ର ନଗର ଉନ୍ନୟନ ବିଗାର ସଚିବଙ୍କ ପାଖକୁ ପଠାଇ ଦେଇଛି। ମୁଖ୍ୟମନ୍ତ୍ରୀ ମୋତେ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ମୁଁ ଇସ୍ତଫା ଦେଇଛି। ମୁଦା ପ୍ରସଙ୍ଗର ତଦନ୍ତ ଚାଲିଛି। ତଦନ୍ତ ଚାଲିବାକୁ ଦିଆଯାଉ। ତଦନ୍ତ ସବୁ କିଛିର ପର୍ଦ୍ଦାଫାସ କରିବ। ମୋ ଉପରେ କୌଣସି ଚାପ ନାହିଁ। ମୁଁ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଇସ୍ତଫା ଦେଇଛି। ମୁଖ୍ୟମନ୍ତ୍ରୀ ମୋ ଉପରେ ଏନେଇ କୌଣସି ଚାପ ପକାଇ ନାହାନ୍ତି।”

Advertisment

ମୁଦା ପକ୍ଷରୁ କ୍ଷତିପୂରଣ ବାବଦରେ ଦିଆଯାଇଥିବା ଜମିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୁଦା ମୁଖ୍ୟ ବିବାଦରେ ରହିଛନ୍ତି। ମୁଦା ପକ୍ଷରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କୁ ତାଙ୍କ ଭାଇ ମଲ୍ଲିକାର୍ଜୁନ ସ୍ୱାମୀଙ୍କ ଜରିଆରେ ୩.୨ ଏକର ଜମି ଦିଆଯାଇଥିଲା।

ମୁଦା ପ୍ରଥମେ ପାର୍ବତୀଙ୍କ ଗୋଟିଏ ଜମିକୁ ବିକାଶମୂଳକ କାର୍ଯ୍ୟ ପାଇଁ ଅଧିଗ୍ରହଣ କରିଥିଲା। ଏହାପରେ ପାର୍ବତୀ କ୍ଷତିପୂରଣ ମାଗିଥିଲେ। ତେଣୁ ତାଙ୍କୁ ୧୪ଟି ପ୍ଲଟ ଦିଆଯାଇଥିଲା। ବିରୋଧୀ ଅଭିଯୋଗ କରିଛନ୍ତି ଯେ ମୁଦା ପାର୍ବତୀଙ୍କ ଠାରୁ ଯେଉଁ ଜମି ନେଇଥିଲା, ତା’ ଠାରୁ ଅଧିକ ମୂଲ୍ୟବାନ ପ୍ଲଟ ତାଙ୍କୁ ପ୍ରଦାନ କରିଛି।

ଏହି ଜମି ନେଣଦେଣ ଯୋଗୁ ୩ ହଜାରୁ ୪ ହଜାର କୋଟି ଟଙ୍କା ଦୁର୍ନୀତି ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଭୂମିକା ଉପରେ ଅଙ୍ଗୁଳି ଉଠାଇ ତାଙ୍କୁ ଇସ୍ତଫା ଦେବାକୁ ଦାବି କରିଛନ୍ତି।

Karnataka Siddaramaiah MUDA Land Scam